କବି ତଥା ଗୀତିକାର ଗୁଲଜାର ଓ ରାମଭଦ୍ରାଚାର୍ଯ୍ୟ ଜ୍ଞାନପୀଠ ପୁରସ୍କାରରେ ସମ୍ମାନୀତ

ନୂଆଦିଲ୍ଲୀ ୧୬।୫:  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର କବି ତଥା ଗୀତିକାର ଗୁଲଜାର ଓ ସଂସ୍କୃତ ବିଦ୍ୱାନ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି। ଗୁଲଜାର ନାମରେ ପ୍ରସିଦ୍ଧ ସମ୍ପୂର୍ଣ୍ଣ ସିଂହ କାଲରା ହିନ୍ଦୀ ସିନେମାରେ ତାଙ୍କର ଯୋଗଦାନ ନିମନ୍ତେ ବେଶ ଜଣାଶୁଣା। ସେ ଦେଶର ଊର୍ଦ୍ଦୁ ସାୟରଙ୍କ ମଧ୍ୟରେ ଏକ ଜଣାଶୁଣା ନାମ। ତେବେ ଗୁଲଜାର ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ପୁରସ୍କାର ବିତରଣୀ ଉତ୍ସବରେ ବ୍ୟକ୍ତିଗତ ଯୋଗ ଦେଇ ପାରି ନାହାନ୍ତି। ସେହିପରି ସଂସ୍କୃତ ବିଦ୍ୱାନ ରାମଭଦ୍ରାଚାର୍ଯ୍ୟ ଚିତ୍ରକୁଟରେ ତୁଳସୀ ପୀଠର ସଂସ୍ଥାପକ ଓ ମୁଖ୍ୟ ଅଟନ୍ତି। ୭୫ ବର୍ଷ ବୟଷ୍କ ରାମଭଦ୍ରାଚାର୍ଯ୍ୟ ୨୪୦ରୁ ଅଧିକ ପୁସ୍ତକ ଓ ଗ୍ରନ୍ଥ ରଚନା କରିଛନ୍ତି। ଏଥିରେ ୪ଟି ମହାକାବ୍ୟ ମଧ୍ୟ ରହିଛି। ରାଷ୍ଟ୍ରପତି ରାମଭଦ୍ରାଚାର୍ଯ୍ୟଙ୍କୁ ପ୍ରଶସ୍ତି ପତ୍ର, ନଗଦ ପୁରସ୍କାର ଓ ବାଗଦେବୀ ସରସ୍ୱତୀଙ୍କ କାଂସ୍ୟା ପ୍ରତିମା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି। ୧୯୬୧ମସିହାରେ ସ୍ଥାପିତ ଭାରତୀୟ ଜ୍ଞାନପୀଠ ପୁରସ୍କାର ଭାରତୀୟ ଭାଷାରେ ପ୍ରସିଦ୍ଧ ସାହିତ୍ୟକାରଙ୍କୁ ଦିଆଯାଇଥାଏ। ପୁରସ୍କାର ବିତରଣୀ ଉତ୍ସବରେ ରାଷ୍ଟ୍ରପତି କହିଛନ୍ତି ଯେ ରାମଭଦ୍ରାଚାର୍ଯ୍ୟଜୀ ଉତ୍କୃଷ୍ଠତାର ପ୍ରେରଣାଦାୟକ ଉଦାହରଣ ଉପସ୍ଥାପିତ କରିଛନ୍ତି। ଶାରୀରିକ ଆହ୍ୱାନ ସତ୍ତ୍ୱେ ତାଙ୍କ ଦୃଷ୍ଟିକୋଣ ଏମିତି କହିଲେ ତାଙ୍କ ଦିବ୍ୟଦୃଷ୍

କବି ତଥା ଗୀତିକାର ଗୁଲଜାର ଓ ରାମଭଦ୍ରାଚାର୍ଯ୍ୟ ଜ୍ଞାନପୀଠ ପୁରସ୍କାରରେ ସମ୍ମାନୀତ

ନୂଆଦିଲ୍ଲୀ ୧୬।୫:  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର କବି ତଥା ଗୀତିକାର ଗୁଲଜାର ଓ ସଂସ୍କୃତ ବିଦ୍ୱାନ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି। ଗୁଲଜାର ନାମରେ ପ୍ରସିଦ୍ଧ ସମ୍ପୂର୍ଣ୍ଣ ସିଂହ କାଲରା ହିନ୍ଦୀ ସିନେମାରେ ତାଙ୍କର ଯୋଗଦାନ ନିମନ୍ତେ ବେଶ ଜଣାଶୁଣା। ସେ ଦେଶର ଊର୍ଦ୍ଦୁ ସାୟରଙ୍କ ମଧ୍ୟରେ ଏକ ଜଣାଶୁଣା ନାମ। ତେବେ ଗୁଲଜାର ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ପୁରସ୍କାର ବିତରଣୀ ଉତ୍ସବରେ ବ୍ୟକ୍ତିଗତ ଯୋଗ ଦେଇ ପାରି ନାହାନ୍ତି। 

ସେହିପରି ସଂସ୍କୃତ ବିଦ୍ୱାନ ରାମଭଦ୍ରାଚାର୍ଯ୍ୟ ଚିତ୍ରକୁଟରେ ତୁଳସୀ ପୀଠର ସଂସ୍ଥାପକ ଓ ମୁଖ୍ୟ ଅଟନ୍ତି। ୭୫ ବର୍ଷ ବୟଷ୍କ ରାମଭଦ୍ରାଚାର୍ଯ୍ୟ ୨୪୦ରୁ ଅଧିକ ପୁସ୍ତକ ଓ ଗ୍ରନ୍ଥ ରଚନା କରିଛନ୍ତି। ଏଥିରେ ୪ଟି ମହାକାବ୍ୟ ମଧ୍ୟ ରହିଛି। ରାଷ୍ଟ୍ରପତି ରାମଭଦ୍ରାଚାର୍ଯ୍ୟଙ୍କୁ ପ୍ରଶସ୍ତି ପତ୍ର, ନଗଦ ପୁରସ୍କାର ଓ ବାଗଦେବୀ ସରସ୍ୱତୀଙ୍କ କାଂସ୍ୟା ପ୍ରତିମା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି। ୧୯୬୧ମସିହାରେ ସ୍ଥାପିତ ଭାରତୀୟ ଜ୍ଞାନପୀଠ ପୁରସ୍କାର ଭାରତୀୟ ଭାଷାରେ ପ୍ରସିଦ୍ଧ ସାହିତ୍ୟକାରଙ୍କୁ ଦିଆଯାଇଥାଏ। 

ପୁରସ୍କାର ବିତରଣୀ ଉତ୍ସବରେ ରାଷ୍ଟ୍ରପତି କହିଛନ୍ତି ଯେ ରାମଭଦ୍ରାଚାର୍ଯ୍ୟଜୀ ଉତ୍କୃଷ୍ଠତାର ପ୍ରେରଣାଦାୟକ ଉଦାହରଣ ଉପସ୍ଥାପିତ କରିଛନ୍ତି। ଶାରୀରିକ ଆହ୍ୱାନ ସତ୍ତ୍ୱେ ତାଙ୍କ ଦୃଷ୍ଟିକୋଣ ଏମିତି କହିଲେ ତାଙ୍କ ଦିବ୍ୟଦୃଷ୍ଟି ଦ୍ୱାରା ସାହିତ୍ୟ ଓ ସମାଜର ଅସାଧାରଣ ସେବା କରିଛନ୍ତି। ରାଷ୍ଟ୍ରପତି ତାଙ୍କର ପାଣିନି ଅଷ୍ଟାଧ୍ୟାୟୀ, ବ୍ରହ୍ମ ସୂତ୍ର ଓ ପ୍ରମୁଖ ଉପନିଷଦ ଉପରେ ବ୍ୟାଖ୍ୟାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ୯୦ ବର୍ଷ ବୟଷ୍କ ଗୁଲଜାରଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। 

ଭାରତୀୟ ସାହିତ୍ୟରେ ଊର୍ଦ୍ଦୁ ଲେଖନ କ୍ଷେତ୍ରରେ ଗୁଲଜାରଙ୍କ ଉତ୍କୃଷ୍ଟ ଯୋଗଦାନ ରହିଛି। ତାଙ୍କ କବିତା ବାସ୍ତବ ଜୀବନ ପ୍ରତିବିମ୍ବ। ତାଙ୍କ ପ୍ରମୁଖ ଗୀତମାନଙ୍କରେ ମୈନେ ତେରେଲିୟେ (ଆନନ୍ଦ) ଓ ଦିଲ ଢୁଣ୍ଡତା (ମୌସମ) ଆଦି ରହିଛି। ସେ ୭ ଥର ଜାତୀୟ ପୁରସ୍କାର ପାଇଛନ୍ତି ଓ ୨୧ଟି ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି। ଗୁଲଜାରଙ୍କୁ ୨୦୦୨ ମସିହାରେ ସାହିତ୍ୟ ଆକାଡେମୀ ପୁରସ୍କାର, ୨୦୦୪ ମସିହାରେ ପଦ୍ମ ଭୂଷଣ, ୨୦୦୮ରେ ଆକାଡେମୀ ପୁରସ୍କାର ଓ ଗ୍ରାମୀ ପୁରସ୍କାର ଓ ୨୦୧୩ ମସିହାରେ ଦାଦାସାହେବ ଫାଲକେ ପୁରସ୍କାର ମିଳିଥିଲା।