କମଳା ପଦର ଗାଁରେ ଅଗ୍ନିକାଣ୍ଡ, ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ୧୦ ବଖରା ଘର

ଖଲ୍ଲିକୋଟ ୨୮/୧୦: କମଳା ପଦର ଗାଁରେ ଅଗ୍ନିକାଣ୍ଡ । ଜଳିଗଲା ୪ଟି ପରିବାରର ୧୦ ବଖରା ଘର । ଆଜି ଭୋରୁ ୪ଟା ସମୟରେ ଗ୍ୟାସ ଟାଙ୍କି ଫାଟି ହୁତୁହୁତୁ ହୋଇ ଜଳିଗଲା ଘରର ସବୁ ଆସବାପତ୍ର । ଚାଉଳ, ମୂଲ୍ୟବାନ ସାର୍ଟିଫିକେଟ, ସବୁ କିଛି ପୋଡି ପାଉଁଶ ହୋଇଛି । ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ କରିଛି । ସୂଚନା ଥାଉକି, ସୋମବାର ଭୋରରୁ ସମୟରେ କମଳା ପଦର ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଅଚାନକ ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିଲା । କେହି କିଛି କରିବା ପୂର୍ବରୁ ଏହି ବିସ୍ଫୋରଣ ଭୟାନକ ରୂପ ନେଇଥିଲା । ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ ବଖରା ଘର ଜଳି ଯାଇଥିଲା । କେବଳ ସେତିକି ନୁହେଁ, ସେହି ଘରର ସମସ୍ତ ଆସବାବପତ୍ର ସହ ଚାଉଳ, ମୂଲ୍ୟବାନ ସାର୍ଟିଫିକେଟ ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।   

କମଳା ପଦର ଗାଁରେ ଅଗ୍ନିକାଣ୍ଡ, ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ୧୦ ବଖରା ଘର

ଖଲ୍ଲିକୋଟ ୨୮/୧୦: କମଳା ପଦର ଗାଁରେ ଅଗ୍ନିକାଣ୍ଡ । ଜଳିଗଲା ୪ଟି ପରିବାରର ୧୦ ବଖରା ଘର । ଆଜି ଭୋରୁ ୪ଟା ସମୟରେ ଗ୍ୟାସ ଟାଙ୍କି ଫାଟି ହୁତୁହୁତୁ ହୋଇ ଜଳିଗଲା ଘରର ସବୁ ଆସବାପତ୍ର । ଚାଉଳ, ମୂଲ୍ୟବାନ ସାର୍ଟିଫିକେଟ, ସବୁ କିଛି ପୋଡି ପାଉଁଶ ହୋଇଛି । ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ କରିଛି । 

ସୂଚନା ଥାଉକି, ସୋମବାର ଭୋରରୁ ସମୟରେ କମଳା ପଦର ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଅଚାନକ ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିଲା । କେହି କିଛି କରିବା ପୂର୍ବରୁ ଏହି ବିସ୍ଫୋରଣ ଭୟାନକ ରୂପ ନେଇଥିଲା । ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ ବଖରା ଘର ଜଳି ଯାଇଥିଲା । 

କେବଳ ସେତିକି ନୁହେଁ, ସେହି ଘରର ସମସ୍ତ ଆସବାବପତ୍ର ସହ ଚାଉଳ, ମୂଲ୍ୟବାନ ସାର୍ଟିଫିକେଟ ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।