ଚୀନ୍‌ର ଶତ୍ରୁ ବିରୋଧରେ ନୂଆ ଆକ୍ସନ: ତାଇୱାନକୁ ଅସ୍ତ୍ର ବିକ୍ରି କରିପାରିବନି ଆମେରିକୀୟ ପ୍ରତିରକ୍ଷା କମ୍ପାନୀ

ବେଜିଂ: ଚୀନ୍ ଏବଂ ଆମେରିକା ମଧ୍ୟରେ ଭିତିରି ସମ୍ପର୍କ କ୍ରମାଗତ ବଢିବାରେ ଲାଗିଛି। ଆମେରିକାର ଶୁଳ୍କ ବୃଦ୍ଧି ନିଷ୍ପତ୍ତିରେ ଚୀନ୍ କ୍ରମାଗତ ଭାବରେ ଏହାକୁ ବିରୋଧ କରୁଛି। ଏହି କ୍ରମରେ ତାଇୱାନକୁ ଅସ୍ତ୍ର ବିକ୍ରୟ ପାଇଁ ବୋଇଙ୍ଗ ଏବଂ ଦୁଇଟି ଆମେରିକୀୟ ପ୍ରତିରକ୍ଷା କମ୍ପାନୀ ଉପରେ ପ୍ରତିବନ୍ଧକ ଘୋଷଣା କରିଛି ଚୀନର ବାଣିଜ୍ୟ ମନ୍ତ୍ରଣାଳୟ।ତାଇୱାନକୁ ଅସ୍ତ୍ର ବିକ୍ରୟ ପାଇଁ ପ୍ରତିରକ୍ଷା କମ୍ପାନୀଗୁଡିକ ବିରୋଧରେ କଟକଣା ଘୋଷଣା କରିଛି ବେଜିଂ। ଏହି ପରିପ୍ରେକ୍ଷୀରେ ଚୀନ୍ ଏହି ନୂତନ କଟକଣା କାର୍ଯ୍ୟକାରୀ କରିଛି। ତାଇୱାନ ହେଉଛି ଏକ ସ୍ୱୟଂ ଶାସକ ଦ୍ୱୀପ, ଯାହାକୁ ଚୀନ୍ ଏହାର ଏକ ଅଂଶ ବୋଲି ବିବେଚନା କରେ। ଚୀନ୍‌ର ବାଣିଜ୍ୟ ମନ୍ତ୍ରଣାଳୟ ବୋଇଙ୍ଗ ଡିଫେନ୍ସ, ସ୍ପେସ୍ ଏବଂ ସିକ୍ୟୁରିଟି ୟୁନିଟ୍, ଜେନେରାଲ୍ ଅଟୋମିକ୍ ଏରୋନେଟିକାଲ୍ ସିଷ୍ଟମ୍ ଏବଂ ଜେନେରାଲ୍ ଡାଇନାମିକ୍ସ ଲ୍ୟାଣ୍ଡ ସିଷ୍ଟମକୁ ଭବିଷ୍ୟତରେ ପୁଞ୍ଜି ବିନିଯୋଗ ଏବଂ କମ୍ପାନୀର ବରିଷ୍ଠ ପରିଚାଳନା ତଥା କାର୍ଯ୍ୟନିର୍ବାହୀମାନଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି।ଚୀନ ମଧ୍ୟ ଏହି ତିନୋଟି କମ୍ପାନୀକୁ 'ଅବିଶ୍ୱସନୀୟ ଅନୁଷ୍ଠାନ' ତାଲିକାରେ ରଖିଛି। ତାଇୱାନର ନୂଆ ରାଷ୍ଟ୍ରପତି ଲାଇ ଚିଙ୍ଗ-ଟି ଅତ୍ୟାଧୁନିକ ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଆମଦାନୀ କରି ଏହାର ଘରୋଇ ପ୍ରତିରକ୍ଷା ଶିଳ୍ପକୁ ମଜବୁତ କରିବା ସହ ଦେଶର ସୁରକ୍ଷାକୁ ନେଇ ପ୍ରତିଶ୍ରୁତି ଦେ

ଚୀନ୍‌ର ଶତ୍ରୁ ବିରୋଧରେ ନୂଆ ଆକ୍ସନ: ତାଇୱାନକୁ ଅସ୍ତ୍ର ବିକ୍ରି କରିପାରିବନି ଆମେରିକୀୟ ପ୍ରତିରକ୍ଷା କମ୍ପାନୀ

ବେଜିଂ: ଚୀନ୍ ଏବଂ ଆମେରିକା ମଧ୍ୟରେ ଭିତିରି ସମ୍ପର୍କ କ୍ରମାଗତ ବଢିବାରେ ଲାଗିଛି। ଆମେରିକାର ଶୁଳ୍କ ବୃଦ୍ଧି ନିଷ୍ପତ୍ତିରେ ଚୀନ୍ କ୍ରମାଗତ ଭାବରେ ଏହାକୁ ବିରୋଧ କରୁଛି। ଏହି କ୍ରମରେ ତାଇୱାନକୁ ଅସ୍ତ୍ର ବିକ୍ରୟ ପାଇଁ ବୋଇଙ୍ଗ ଏବଂ ଦୁଇଟି ଆମେରିକୀୟ ପ୍ରତିରକ୍ଷା କମ୍ପାନୀ ଉପରେ ପ୍ରତିବନ୍ଧକ ଘୋଷଣା କରିଛି ଚୀନର ବାଣିଜ୍ୟ ମନ୍ତ୍ରଣାଳୟ।

ତାଇୱାନକୁ ଅସ୍ତ୍ର ବିକ୍ରୟ ପାଇଁ ପ୍ରତିରକ୍ଷା କମ୍ପାନୀଗୁଡିକ ବିରୋଧରେ କଟକଣା ଘୋଷଣା କରିଛି ବେଜିଂ। ଏହି ପରିପ୍ରେକ୍ଷୀରେ ଚୀନ୍ ଏହି ନୂତନ କଟକଣା କାର୍ଯ୍ୟକାରୀ କରିଛି। ତାଇୱାନ ହେଉଛି ଏକ ସ୍ୱୟଂ ଶାସକ ଦ୍ୱୀପ, ଯାହାକୁ ଚୀନ୍ ଏହାର ଏକ ଅଂଶ ବୋଲି ବିବେଚନା କରେ। ଚୀନ୍‌ର ବାଣିଜ୍ୟ ମନ୍ତ୍ରଣାଳୟ ବୋଇଙ୍ଗ ଡିଫେନ୍ସ, ସ୍ପେସ୍ ଏବଂ ସିକ୍ୟୁରିଟି ୟୁନିଟ୍, ଜେନେରାଲ୍ ଅଟୋମିକ୍ ଏରୋନେଟିକାଲ୍ ସିଷ୍ଟମ୍ ଏବଂ ଜେନେରାଲ୍ ଡାଇନାମିକ୍ସ ଲ୍ୟାଣ୍ଡ ସିଷ୍ଟମକୁ ଭବିଷ୍ୟତରେ ପୁଞ୍ଜି ବିନିଯୋଗ ଏବଂ କମ୍ପାନୀର ବରିଷ୍ଠ ପରିଚାଳନା ତଥା କାର୍ଯ୍ୟନିର୍ବାହୀମାନଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି।

ଚୀନ ମଧ୍ୟ ଏହି ତିନୋଟି କମ୍ପାନୀକୁ 'ଅବିଶ୍ୱସନୀୟ ଅନୁଷ୍ଠାନ' ତାଲିକାରେ ରଖିଛି। ତାଇୱାନର ନୂଆ ରାଷ୍ଟ୍ରପତି ଲାଇ ଚିଙ୍ଗ-ଟି ଅତ୍ୟାଧୁନିକ ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଆମଦାନୀ କରି ଏହାର ଘରୋଇ ପ୍ରତିରକ୍ଷା ଶିଳ୍ପକୁ ମଜବୁତ କରିବା ସହ ଦେଶର ସୁରକ୍ଷାକୁ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏପ୍ରିଲରେ ଚୀନ୍ ଆଟୋମିକ୍ ଏରୋନେଟିକାଲ୍ ସିଷ୍ଟମ୍ ଏବଂ ଜେନେରାଲ୍ ଡାଇନାମିକ୍ସ ଲ୍ୟାଣ୍ଡ ସିଷ୍ଟମର ସମ୍ପତ୍ତିକୁ ବ୍ୟାଜାପ୍ତ କରିଦେଇଥିଲା।