କମିଲା କମର୍ସିଆଲ୍ ଗ୍ୟାସ୍ ଦର; ୧୯ କେ.ଜି ସିଲିଣ୍ଡର ପିଛା ମୂଲ୍ୟ ୩୨ ଟଙ୍କା ହ୍ରାସ
ନୂଆଦିଲ୍ଲୀ: କମିଲା କମର୍ସିଆଲ୍ ଗ୍ୟାସ ଦର । ବ୍ୟାବସାୟିକ ଏଲପିଜି ସିଲିଣ୍ଡର ଉପରେ ଦର ୩୨ ଟଙ୍କା ହ୍ରାସ ପାଇଛି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ୧୯ କେ.ଜି ସିଲିଣ୍ଡର ଉପରେ ଦର ୩୦ରୁ ୩୨ ଟଙ୍କା ପର୍ଯ୍ୟନ୍ତ କମିଛି । ଏହା ଦ୍ବାରା ହୋଟେଲ, ରସ୍ତେରାଁ ମାଲିକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିବ । ସମାଚାର ଏଜେନ୍ସି ଏଏନଆଇ ସୂଚନା ମୁତାବକ, ତୈଳ କମ୍ପାନୀମାନେ ୧୯ କେ.ଜି କମର୍ସିଆଲ୍ ସଲିଣ୍ଡର ବ୍ୟତୀତ ୫ କେ.ଜି ଏଫଟିଏଲ ସିଲିଣ୍ଡର ଦର ମଧ୍ୟ ହ୍ରାସ ପାଇଛି । ୧୯ କେ.ଜି କମର୍ସିଆଲ୍ ସିଲିଣ୍ଡର ପିଛା ଦର ୩୦.୫୦ ଟଙ୍କା ପର୍ଯ୍ୟନ୍ତ କମିଛି । ଏପ୍ରିଲ୍ ପହିଲାରୁ ସାରା ଦେଶରେ ଏହି ନିୟମ ଲାଗୁ । ମୂଲ୍ୟ ହ୍ରାସ ପାଇବା ପରେ ସିଲିଣ୍ଡର ମୂଲ୍ୟ ୧,୭୬୪.୫୦ ଟଙ୍କା । କୋଲକାତାରେ ୧,୮୭୯ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ମିଳିବ । ସେହିପରି ମୁମ୍ବାଇରେ ଦର ୧୭୧୭.୫୦ ଟଙ୍କା ଏବଂ ଚେନ୍ନାଇରେ ୧,୯୩୦ ଟଙ୍କା ରହିଛି ।ଗତ ୩ମାସ ହେଲା ଲଗାତାର କମର୍ସିଆଲ୍ ସିଲିଣ୍ଡର ଦର ବଢ଼ୁଥିଲା । ଫଳରେ ହୋଟେଲ ଓ ରସ୍ତେରାଁ ମାଲିକଙ୍କ ଉପରେ ବୋଝ ପଡ଼ୁଥିଲା । ମାତ୍ର ଏବେ ନିର୍ବାଚନ ମାସରେ ଏଲପିଜି ଗ୍ୟାସ୍ ଦର ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏହା ପୂର୍ବରୁ ବିଶ୍ବ ମହିଳା ଦିବସରେ ରୋଷେଇ ଗ୍ୟାସ୍ ଦର ହ୍ରାସ କରିଥିଲେ ସରକାର । ୧୪ କିଲୋଗ୍ରାମ୍ ସିଲିଣ୍ଡର ପିଛା ଦର ୧୦୦ ଟଙ୍କା ପର୍ଯ୍ୟନ୍ତ କମ୍ କରିଥିଲେ । ମୂଲ୍ୟ କମିବା ପରେ ଦିଲ୍ଲୀରେ ରୋଷେଇ ଗ୍ୟାସ୍
ନୂଆଦିଲ୍ଲୀ: କମିଲା କମର୍ସିଆଲ୍ ଗ୍ୟାସ ଦର । ବ୍ୟାବସାୟିକ ଏଲପିଜି ସିଲିଣ୍ଡର ଉପରେ ଦର ୩୨ ଟଙ୍କା ହ୍ରାସ ପାଇଛି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ୧୯ କେ.ଜି ସିଲିଣ୍ଡର ଉପରେ ଦର ୩୦ରୁ ୩୨ ଟଙ୍କା ପର୍ଯ୍ୟନ୍ତ କମିଛି । ଏହା ଦ୍ବାରା ହୋଟେଲ, ରସ୍ତେରାଁ ମାଲିକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିବ ।
ସମାଚାର ଏଜେନ୍ସି ଏଏନଆଇ ସୂଚନା ମୁତାବକ, ତୈଳ କମ୍ପାନୀମାନେ ୧୯ କେ.ଜି କମର୍ସିଆଲ୍ ସଲିଣ୍ଡର ବ୍ୟତୀତ ୫ କେ.ଜି ଏଫଟିଏଲ ସିଲିଣ୍ଡର ଦର ମଧ୍ୟ ହ୍ରାସ ପାଇଛି । ୧୯ କେ.ଜି କମର୍ସିଆଲ୍ ସିଲିଣ୍ଡର ପିଛା ଦର ୩୦.୫୦ ଟଙ୍କା ପର୍ଯ୍ୟନ୍ତ କମିଛି । ଏପ୍ରିଲ୍ ପହିଲାରୁ ସାରା ଦେଶରେ ଏହି ନିୟମ ଲାଗୁ । ମୂଲ୍ୟ ହ୍ରାସ ପାଇବା ପରେ ସିଲିଣ୍ଡର ମୂଲ୍ୟ ୧,୭୬୪.୫୦ ଟଙ୍କା । କୋଲକାତାରେ ୧,୮୭୯ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ମିଳିବ । ସେହିପରି ମୁମ୍ବାଇରେ ଦର ୧୭୧୭.୫୦ ଟଙ୍କା ଏବଂ ଚେନ୍ନାଇରେ ୧,୯୩୦ ଟଙ୍କା ରହିଛି ।
ଗତ ୩ମାସ ହେଲା ଲଗାତାର କମର୍ସିଆଲ୍ ସିଲିଣ୍ଡର ଦର ବଢ଼ୁଥିଲା । ଫଳରେ ହୋଟେଲ ଓ ରସ୍ତେରାଁ ମାଲିକଙ୍କ ଉପରେ ବୋଝ ପଡ଼ୁଥିଲା । ମାତ୍ର ଏବେ ନିର୍ବାଚନ ମାସରେ ଏଲପିଜି ଗ୍ୟାସ୍ ଦର ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏହା ପୂର୍ବରୁ ବିଶ୍ବ ମହିଳା ଦିବସରେ ରୋଷେଇ ଗ୍ୟାସ୍ ଦର ହ୍ରାସ କରିଥିଲେ ସରକାର । ୧୪ କିଲୋଗ୍ରାମ୍ ସିଲିଣ୍ଡର ପିଛା ଦର ୧୦୦ ଟଙ୍କା ପର୍ଯ୍ୟନ୍ତ କମ୍ କରିଥିଲେ । ମୂଲ୍ୟ କମିବା ପରେ ଦିଲ୍ଲୀରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ଦର ୮୦୩ ଟଙ୍କା ରହିଛି । ସେହିପରି କୋଲକାତାରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କା ରହିଛି ।