ଶ୍ରୀମନ୍ଦିର ଭିତରେ ପଶିଲେ ମହିଳା ବିଦେଶୀ ପର୍ଯ୍ୟଟକ, ବାଇଶପାହାଚରୁ ଧରିଲେ ସେବାୟତ
ପୁରୀ ୨୩।୩: ପୁଣି ଶ୍ରୀମନ୍ଦିର ଭିତରେ ପଶିଲେ ମହିଳା ବିଦେଶୀ ପର୍ଯ୍ୟଟକ । ସେବାୟତଙ୍କ ଦ୍ୱାରା ମହିଳା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ହେବା ପରେ ସିଂହଦ୍ଵାର ଥାନାରେ ମହିଳା ବିଦେଶୀ ପର୍ଯ୍ୟଟକଙ୍କୁ ଅଟକ ରଖାଯାଇଛି । ବିଦେଶିନୀଙ୍କ ସହ ଜଣେ ଯୁବକ ମଧ୍ୟ ଅଟକ ଅଛନ୍ତି । ବାଇଶିପାହାଚ ନିକଟରୁ ବିଦେଶୀନିଙ୍କୁ ଚିହ୍ନଟ କଲେ ସେବାୟତ ।ଗତ ମାର୍ଚ୍ଚ ୩ ତାରିଖ ସନ୍ଧ୍ୟା ସମୟରେ ମଧ୍ୟ ବାଂଲାଦେଶର କିଛି ଅଣହିନ୍ଦୁ ସନ୍ଦେହଜନକ ଭାବେ ଉତ୍ତରଦ୍ୱାର ନିକଟ ପରିକ୍ରମା ମାର୍ଗରେ ବସିଥିବା ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ଦେଖିଥିଲେ । ସେମାନଙ୍କୁ ପଚରାଉଚରା କରିବା ପରେ ତାଙ୍କର ୫ ଜଣ ଲୋକ ମନ୍ଦିରକୁ ଯାଇଥିବା କହିଥିଲେ । ସେମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଓ ୪ ଜଣ ଅଣହିନ୍ଦୁ ବୋଲି ସେମାନଙ୍କ ଠାରୁ ଜାଣିବାକୁ ପାଇଥିଲେ । ବଜରଙ୍ଗ ଦଳର କର୍ମୀମାନେ ସେମାନଙ୍କୁ ସିଂହଦ୍ଵାର ଥାନାରେ ପୋଲିସର ଜିମା ଦେଇଥିଲେ । ଅଣହିନ୍ଦୁଙ୍କୁ ଅଟକ ରଖି ତଦନ୍ତ କରିଥିଲା ସିଂହଦ୍ଵାର ଥାନା ପୋଲିସ । ସମ୍ପୃକ୍ତ ଅଣହିନ୍ଦୁଙ୍କ ପାସପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଇଥିବା ନେଇ ପୁରୀ ଏସ୍ପି ପିନାକ ମିଶ୍ର ସୂଚନା ଦେଇଥିଲେ । ସଂପୃକ୍ତ ଅଣହିନ୍ଦୁ ବାଂଲାଦେଶର ବାସିନ୍ଦା । ତେଣୁ ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାଯାଇଥିଲା । ଶ୍ରୀମନ୍ଦିର ଭିତରେ କେମିତି ପ୍ରବେଶ କଲେ ଏବଂ କେଉଁ ସ୍ଥାନ ସବୁ ବୁଲିଥିଲେ । ସେନେଇ ସିସିଟି
ପୁରୀ ୨୩।୩: ପୁଣି ଶ୍ରୀମନ୍ଦିର ଭିତରେ ପଶିଲେ ମହିଳା ବିଦେଶୀ ପର୍ଯ୍ୟଟକ । ସେବାୟତଙ୍କ ଦ୍ୱାରା ମହିଳା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ହେବା ପରେ ସିଂହଦ୍ଵାର ଥାନାରେ ମହିଳା ବିଦେଶୀ ପର୍ଯ୍ୟଟକଙ୍କୁ ଅଟକ ରଖାଯାଇଛି । ବିଦେଶିନୀଙ୍କ ସହ ଜଣେ ଯୁବକ ମଧ୍ୟ ଅଟକ ଅଛନ୍ତି । ବାଇଶିପାହାଚ ନିକଟରୁ ବିଦେଶୀନିଙ୍କୁ ଚିହ୍ନଟ କଲେ ସେବାୟତ ।
ଗତ ମାର୍ଚ୍ଚ ୩ ତାରିଖ ସନ୍ଧ୍ୟା ସମୟରେ ମଧ୍ୟ ବାଂଲାଦେଶର କିଛି ଅଣହିନ୍ଦୁ ସନ୍ଦେହଜନକ ଭାବେ ଉତ୍ତରଦ୍ୱାର ନିକଟ ପରିକ୍ରମା ମାର୍ଗରେ ବସିଥିବା ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ଦେଖିଥିଲେ । ସେମାନଙ୍କୁ ପଚରାଉଚରା କରିବା ପରେ ତାଙ୍କର ୫ ଜଣ ଲୋକ ମନ୍ଦିରକୁ ଯାଇଥିବା କହିଥିଲେ । ସେମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଓ ୪ ଜଣ ଅଣହିନ୍ଦୁ ବୋଲି ସେମାନଙ୍କ ଠାରୁ ଜାଣିବାକୁ ପାଇଥିଲେ । ବଜରଙ୍ଗ ଦଳର କର୍ମୀମାନେ ସେମାନଙ୍କୁ ସିଂହଦ୍ଵାର ଥାନାରେ ପୋଲିସର ଜିମା ଦେଇଥିଲେ । ଅଣହିନ୍ଦୁଙ୍କୁ ଅଟକ ରଖି ତଦନ୍ତ କରିଥିଲା ସିଂହଦ୍ଵାର ଥାନା ପୋଲିସ । ସମ୍ପୃକ୍ତ ଅଣହିନ୍ଦୁଙ୍କ ପାସପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଇଥିବା ନେଇ ପୁରୀ ଏସ୍ପି ପିନାକ ମିଶ୍ର ସୂଚନା ଦେଇଥିଲେ । ସଂପୃକ୍ତ ଅଣହିନ୍ଦୁ ବାଂଲାଦେଶର ବାସିନ୍ଦା । ତେଣୁ ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାଯାଇଥିଲା । ଶ୍ରୀମନ୍ଦିର ଭିତରେ କେମିତି ପ୍ରବେଶ କଲେ ଏବଂ କେଉଁ ସ୍ଥାନ ସବୁ ବୁଲିଥିଲେ । ସେନେଇ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇଥିଲା ।
You Can Read :
ପୋଲ ତଳକୁ ଖସିଲା ଗଞ୍ଜେଇ ବୋଝେଇ କାର୍, ମାଫିଆ ଚମ୍ପଟ