କମିଲା ବନ୍ୟା ପାଣି, ବଢିଲା ଦୁର୍ଦ୍ଦଶା; ବ୍ୟାପକ ପରିବା ଫସଲ ନଷ୍ଟ

ଭୁବନେଶ୍ଵର:  ମହାନଦୀରେ ବନ୍ୟା ପାଣି କମି ଆସୁଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମୁନି । ବିଶେଷ କରି ରାଜୁଆ ନଦୀରେ ବନ୍ୟା ଜଳ ଆସିବାରୁ ପୁରୀ ଜିଲ୍ଲା କଣାସ ବ୍ଲକର କୁମାରବସ୍ତ, ଖୋର୍ଦ୍ଧା ଜିଲ୍ଲା ଓରବର ସିଂହ, ନରଣଗଡ଼ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ପଶିବାରୁ ବ୍ୟାପକ ପରିବା ଫସଲ   ନଷ୍ଟ ହୋଇଛି । ସେହିପରି କଟକ ଜିଲ୍ଲା ଆଠଗଡ   ଓ ତିଗିରିଆ, ନୟାଗଡ ଜିଲ୍ଲାର ଭାପୁର ବ୍ଲକ ଅଞ୍ଚଳରେ ବନ୍ୟା ପାଣି ପଶିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ । ପରିବା ଚାଷ ନଷ୍ଟ ହୋଇଥିବାରୁ ହତାଶ ହୋଇପଡିଛନ୍ତି ଚାଷୀ। ହୀରାକୁଦର ୧୪ ଗେଟ୍ରୁ ୪ଟି ଗେଟ୍ ବନ୍ଦ ହୋଇଛି । ପାଣି କମୁଛି, ହେଲେ ଦୁର୍ଦ୍ଦଶା କମୁନି । ରାଜୁଆ ନଦୀରେ ବନ୍ୟା ପାଣି ଆସି ପୁରୀ ଜିଲ୍ଲା କଣାସ ବ୍ଲକ କୁମାରବସ୍ତ ଗାଁରେ ବୁଡିଛି ହଜାର ହଜାର ଏକର ଚାଷ ଜମି। ଭେଣ୍ଡି, ଅମୃତଭଣ୍ଡା , କଲରା, କଖାରୁ, କାଙ୍କଡ଼, ବାଇଗଣ, କୁନ୍ଦୁରି ଭଳି ପରିବା ନଷ୍ଟ ହୋଇଛି । ଚାଷ ଉପରେ ପୁରା ନିର୍ଭର କରି ଚଳୁଥିବା ଚାଷୀ ହତାଶ। ଏଠାରୁ ପରିବା ଯାଇ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ବିକ୍ରି ହୋଇଥାଏ।  ଚାଷୀଙ୍କ ସହ ସେମାନଙ୍କ ଉଜୁଡ଼ି ଯାଇଥିବା ଫସଲ ସଂପର୍କରେ କଥା ହୋଇଥିଲା । ପରିବା ଓ ଚାଷ ଜମିରେ ପାଣି ଏତେ ଯେ ଚାଷୀ ଡଙ୍ଗାରେ ଯାଇ ନିଜ ଚାଷକୁ ଦେଖୁଛନ୍ତି। ଯେଉଁ ଚାଷୀ ପରିବା ବିକୁଥିଲେ ଏବେ ସେହି ଚାଷୀ ପରିବା କିଣି ଖାଇବା ପରି ସ୍ଥିତି ଉ

କମିଲା ବନ୍ୟା ପାଣି, ବଢିଲା ଦୁର୍ଦ୍ଦଶା; ବ୍ୟାପକ ପରିବା ଫସଲ  ନଷ୍ଟ

ଭୁବନେଶ୍ଵର:  ମହାନଦୀରେ ବନ୍ୟା ପାଣି କମି ଆସୁଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମୁନି । ବିଶେଷ କରି ରାଜୁଆ ନଦୀରେ ବନ୍ୟା ଜଳ ଆସିବାରୁ ପୁରୀ ଜିଲ୍ଲା କଣାସ ବ୍ଲକର କୁମାରବସ୍ତ, ଖୋର୍ଦ୍ଧା ଜିଲ୍ଲା ଓରବର ସିଂହ, ନରଣଗଡ଼ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ପଶିବାରୁ ବ୍ୟାପକ ପରିବା ଫସଲ   ନଷ୍ଟ ହୋଇଛି । ସେହିପରି କଟକ ଜିଲ୍ଲା ଆଠଗଡ   ଓ ତିଗିରିଆ, ନୟାଗଡ ଜିଲ୍ଲାର ଭାପୁର ବ୍ଲକ ଅଞ୍ଚଳରେ ବନ୍ୟା ପାଣି ପଶିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ । ପରିବା ଚାଷ ନଷ୍ଟ ହୋଇଥିବାରୁ ହତାଶ ହୋଇପଡିଛନ୍ତି ଚାଷୀ। 

ହୀରାକୁଦର ୧୪ ଗେଟ୍ରୁ ୪ଟି ଗେଟ୍ ବନ୍ଦ ହୋଇଛି । ପାଣି କମୁଛି, ହେଲେ ଦୁର୍ଦ୍ଦଶା କମୁନି । ରାଜୁଆ ନଦୀରେ ବନ୍ୟା ପାଣି ଆସି ପୁରୀ ଜିଲ୍ଲା କଣାସ ବ୍ଲକ କୁମାରବସ୍ତ ଗାଁରେ ବୁଡିଛି ହଜାର ହଜାର ଏକର ଚାଷ ଜମି। ଭେଣ୍ଡି, ଅମୃତଭଣ୍ଡା , କଲରା, କଖାରୁ, କାଙ୍କଡ଼, ବାଇଗଣ, କୁନ୍ଦୁରି ଭଳି ପରିବା ନଷ୍ଟ ହୋଇଛି । ଚାଷ ଉପରେ ପୁରା ନିର୍ଭର କରି ଚଳୁଥିବା ଚାଷୀ ହତାଶ। ଏଠାରୁ ପରିବା ଯାଇ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ବିକ୍ରି ହୋଇଥାଏ।  ଚାଷୀଙ୍କ ସହ ସେମାନଙ୍କ ଉଜୁଡ଼ି ଯାଇଥିବା ଫସଲ ସଂପର୍କରେ କଥା ହୋଇଥିଲା । 

ପରିବା ଓ ଚାଷ ଜମିରେ ପାଣି ଏତେ ଯେ ଚାଷୀ ଡଙ୍ଗାରେ ଯାଇ ନିଜ ଚାଷକୁ ଦେଖୁଛନ୍ତି। ଯେଉଁ ଚାଷୀ ପରିବା ବିକୁଥିଲେ ଏବେ ସେହି ଚାଷୀ ପରିବା କିଣି ଖାଇବା ପରି ସ୍ଥିତି ଉପୁଜିଛି। ଉଜୁଡି ଯାଇଥିବା ଫସଲକୁ ଦେଖି କାନ୍ଦ କାନ୍ଦ ହୋଇପଡ଼ୁଛନ୍ତି ଚାଷୀ ।   ସେପଟେ ଡେଲାଙ୍ଗ ବ୍ଲକ ନୁଆହାଟ ଗାଁ ପାଖରେ  ଦୟାନଦୀ ବନ୍ଧ ୨ ଶହ ଫୁଟ ଯାଏଁ ଦବି ଯିବାରୁ ଘାଇ ହେବାର ଆଶଙ୍କା ସୃଷ୍ଟି ହୋଇଛି ।  ପ୍ରଶାସନ ପକ୍ଷରୁ ବାଲିବସ୍ତା ପକାଯାଇ ଏହାକୁ ମରାମତି କରିବାକୁ ଚେଷ୍ଟା କରାଯାଇଛି । ହେଲେ ବି ଆଶଙ୍କାରେ ଅଛନ୍ତି ନୂଆହାଟ ବାସିନ୍ଦା। ସେହିଭଳି ଅନେକ ସ୍ଥାନରେ ଚାଷ ଜମିକୁ ପାଣି ମାଡ଼ି ଯାଇଥିବା ଦେଖିବାକୁ ମିଳିଛି । ସେହିଭଳି ରାଜୁଆ ନଦୀରେ ବନ୍ୟା ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ଓରବରସିଂହ , ନରଣଗଡ ପଞ୍ଚାୟତ ର ହଜାର ବଜାର ହେକ୍ଟର ଚାଷ ଜମିରେ ପାଣି ପସି ଫସଲ ଧୋଇ ଯାଇଛି ।   ହିରୀମୁଳ- ଡିହଖଳା ରାସ୍ତାରେ ୩ ଫୁଟ ଉଚ୍ଚ ରେ ପାଣି ପ୍ରବାହିତ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଗାଈଗୋରୁଙ୍କ ପାଇଁ ମଧ୍ୟ ଖାଦ୍ୟ ଅଭାବ ଦେଖାଦେଇଛି । 

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ବଡ଼ନାଉପୁଟ  ଖଣ୍ଡହତା ଗାଁର । ନଦୀ ଭଳି ଭ୍ରମ ସୃଷ୍ଟି କରୁଥିବା ପାଣି ତଳେ ଲୁଚି ରହିଛି ଚାଷୀର ସୁନାର ଫସଲ। ମହାନଦୀର ବନ୍ୟାଜଳ ଏକର ଏକର ପରିବା ଚାଷକୁ ନଷ୍ଟ କରିପକାଇଛି । ପାଣି ଛାଡୁଥିବା ବିଲରେ ପଚି ଯାଇଛି ପରିବା । ଏହାକୁ ଦେଖି ଚାଷୀର ମନରେ କୋହ । ମହାନଦୀର ବନ୍ୟା ପରିବା ଚାଷକୁ ଧୋଇ ନେଇଥିବା ବେଳେ ଧାର କରଜ କରି ଚାଷ କରିଥିବା ଚାଷୀ ଏହାକୁ କେମିତି ସୁଝିବ ମୁଣ୍ଡରେ ହାତ ଦେଇଛି । 

ମହାନଦୀରେ ବନ୍ୟାଜଳ ଆସିବା ପରେ ନୟାଗଡ଼ ଭାପୁର ବ୍ଳକର ମଣିପୁର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ଫତେଗଡ ମଣିପୁର ରାସ୍ତାରେ ୫ଫୁଟର ବନ୍ୟାଜଳ ଚାଲୁଥିବାରୁ ଲୋକେ ଯିବାଆସିବା କରିବାରେ ଅସୁବିଧା ଭୋଗୁଛନ୍ତି । ଦୁଇ ଦିନ ତଳେ ପ୍ରଶାସନ ଡଙ୍ଗା ବ୍ୟବସ୍ଥା କରିଥିଲା ହେଲେ ଆଜି ଡଙ୍ଗାର ଦେଖାନାହିଁ। ପ୍ରଶାସନିକ ଅଧିକାରୀ , ସ୍ଥାନୀୟ ବିଧାୟକ ଘଟଣାସ୍ଥଳ ବୁଲି ଫେରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।  ପାଣି ମାଡିଯିବାରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ହାନୀ ହୋଇଛି ।