କମିଲା ବାରବାଟୀ ଦିନିକିଆ କ୍ରିକେଟ ମ୍ୟାଚ ଦର, ସର୍ବନିମ୍ନ ଟିକେଟ ଦର ଶହେ ଟଙ୍କା

କଟକ : କମିଲା ବାରବାଟୀ ଦିନିକିଆ କ୍ରିକେଟ ମ୍ୟାଚ ଦର । କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ଯବଂଶୀଙ୍କ ସହ ଆଲୋଚନା ପରେ ଦର କମାଇବାକୁ ନିଷ୍ପତ୍ତି ନେଇଛି ଓସିଏ । ବାରବାଟୀରେ ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ । ଟିକେଟ ଦର ସର୍ବନିମ୍ନ ଶହେ ଟଙ୍କା କମାଇଛି ଓସିଏ । ଏକ ନଂ ଓ ତିନି ନଂ ଗ୍ୟାଲେରୀ ଦର ୧୨ଶହ ଟଙ୍କା ଥିବା ବେଳେ ଏହା ଏବେ […] The post କମିଲା ବାରବାଟୀ ଦିନିକିଆ କ୍ରିକେଟ ମ୍ୟାଚ ଦର, ସର୍ବନିମ୍ନ ଟିକେଟ ଦର ଶହେ ଟଙ୍କା appeared first on KNews Odisha.

କମିଲା ବାରବାଟୀ ଦିନିକିଆ କ୍ରିକେଟ ମ୍ୟାଚ ଦର, ସର୍ବନିମ୍ନ ଟିକେଟ ଦର ଶହେ ଟଙ୍କା
barabati stadium-1

କଟକ : କମିଲା ବାରବାଟୀ ଦିନିକିଆ କ୍ରିକେଟ ମ୍ୟାଚ ଦର । କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ଯବଂଶୀଙ୍କ ସହ ଆଲୋଚନା ପରେ ଦର କମାଇବାକୁ ନିଷ୍ପତ୍ତି ନେଇଛି ଓସିଏ । ବାରବାଟୀରେ ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ । ଟିକେଟ ଦର ସର୍ବନିମ୍ନ ଶହେ ଟଙ୍କା କମାଇଛି ଓସିଏ । ଏକ ନଂ ଓ ତିନି ନଂ ଗ୍ୟାଲେରୀ ଦର ୧୨ଶହ ଟଙ୍କା ଥିବା ବେଳେ ଏହା ଏବେ ୧୧ଶହ ଟଙ୍କା ହୋଇଛି । ୫ନଂ ଗ୍ୟାଲେରୀ ଦର ଏକହଜାର ଟଙ୍କାରୁ ୯ଶହ ଟଙ୍କା ଓ ୭ନଂ ଗ୍ୟାଲେରୀ ଦର ୮ଶହରୁ ୭ଶହ ଟଙ୍କାକୁ ଖସିଛି। ତେବେ କର୍ପୋରେଟ ବକ୍ସ ଓ ନିଉ ପାଭିଲିୟନ ଦର ଅପରିବର୍ତ୍ତିତ ରହିଛି । ଫେବୃଆରୀ ୯ ତାରିଖ ମ୍ୟାଚ ପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହୋଇଥିଲା ପ୍ରସ୍ତୁତି ବୈଠକ ।

The post କମିଲା ବାରବାଟୀ ଦିନିକିଆ କ୍ରିକେଟ ମ୍ୟାଚ ଦର, ସର୍ବନିମ୍ନ ଟିକେଟ ଦର ଶହେ ଟଙ୍କା appeared first on KNews Odisha.