କମୁଛି ବୈତରଣୀ ନଦୀର ଜଳସ୍ତର, କେଉଁଠି ବନ୍ଧ ଧସିଲାଣି ତ କେଉଁଠି ଫାଟି ଆଁ କଲାଣି

ଭଦ୍ରକ ୧।୮: ଭଦ୍ରକ ଜିଲ୍ଲା ଲଗାତାର ଭାବେ ଦୁଇ ଦୁଇଟି ବନ୍ୟାର ସମ୍ମୁଖୀନ ହୋଇଛି । ଲଗାଣ ବର୍ଷା ପାଇଁ ଭଦ୍ରକ ଜିଲ୍ଲାର କେତେକ ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ କେନ୍ଦୁଝର ଓ ଆନନ୍ଦପୁର ଅଞ୍ଚଳର ଲଗାଣ ବର୍ଷା ଏଥର ଲଗାତାର ଭାବେ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ଆଦି ଅଞ୍ଚଳରେ ଦୁଇ ଦୁଇ ଥର ଲଗାତାର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ବୈତରଣୀ ଓ ଏହାର ଶାଖା ନଦୀ ଅଞ୍ଚଳରେ ପାଣି କମ ହେବା ମାତ୍ରକେ କେତେକ ସ୍ଥାନରେ ନଦୀ ବନ୍ଧ ଧସିବା ଆରମ୍ଭ କରିଛି । ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ଅଧୀନ ଅସ୍ଥକ ଗ୍ରାମର ତଳ ଅସ୍ତକ ନିକଟରେ ପ୍ରାୟ ୧୫୦ ଫୁଟର ନଦୀ ବନ୍ଧ ଧସିଛି ।ତେବେ ଅନେକ ସ୍ଥାନରେ ବୈତରଣୀ ନଦୀ ବନ୍ଧ ନିକଟରେ ଏବେ ମଧ୍ୟ ବାଲି ବସ୍ତା ପ୍ୟାକିଂ କରାଯାଉଥିବା ବେଳେ ଅନେକ ସ୍ଥାନରେ ବାଲି ବସ୍ତା ବନ୍ଧରେ ପକାଯାଇଛି । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବୈତରଣୀ ନଦୀର ପାଣି ବନ୍ଧ ଉପରୁ ଖସିବା ମାତ୍ରକେ ନଦୀ ବନ୍ଧ ଧସିବା ଆରମ୍ଭ କରିଛି । କିଛି ସ୍ଥାନରେ ବନ୍ଧ ଭାଙ୍ଗିବା ଭଳି ସ୍ଥିତି ଉପୁଜିଲାଣି । ତେଣୁ ସ୍ଥାୟୀ ପ୍ରତିକାରର ଆବଶ୍ୟକତା ରହିଛି । କଂକ୍ରିଟ ୱାଲ୍ ହିଁ କେବଳ ବିକଳ୍ପ ହୋଇପାରିବ । ତେବେ ଜିଲ୍ଲାପାଳ କହିଛନ୍ତି ଯେ, ମୌସୁମୀ ଆସିଲେ ବନ୍ଧ ସୁଦୃଢ଼ୀକରଣ ହୁଏ । ଆଖୁଆପଦା ଡିଭିଜନ ନଜର ରଖିଛି । ହସନାବାଦ୍ ଅଞ୍ଚଳରେ ନଦୀ ବନ୍ଧ ଧସିବ

କମୁଛି ବୈତରଣୀ ନଦୀର ଜଳସ୍ତର, କେଉଁଠି ବନ୍ଧ ଧସିଲାଣି ତ କେଉଁଠି ଫାଟି ଆଁ କଲାଣି

ଭଦ୍ରକ ୧।୮: ଭଦ୍ରକ ଜିଲ୍ଲା ଲଗାତାର ଭାବେ ଦୁଇ ଦୁଇଟି ବନ୍ୟାର ସମ୍ମୁଖୀନ ହୋଇଛି । ଲଗାଣ ବର୍ଷା ପାଇଁ ଭଦ୍ରକ ଜିଲ୍ଲାର କେତେକ ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ କେନ୍ଦୁଝର ଓ ଆନନ୍ଦପୁର ଅଞ୍ଚଳର ଲଗାଣ ବର୍ଷା ଏଥର ଲଗାତାର ଭାବେ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ଆଦି ଅଞ୍ଚଳରେ ଦୁଇ ଦୁଇ ଥର ଲଗାତାର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ବୈତରଣୀ ଓ ଏହାର ଶାଖା ନଦୀ ଅଞ୍ଚଳରେ ପାଣି କମ ହେବା ମାତ୍ରକେ କେତେକ ସ୍ଥାନରେ ନଦୀ ବନ୍ଧ ଧସିବା ଆରମ୍ଭ କରିଛି । ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ଅଧୀନ ଅସ୍ଥକ ଗ୍ରାମର ତଳ ଅସ୍ତକ ନିକଟରେ ପ୍ରାୟ ୧୫୦ ଫୁଟର ନଦୀ ବନ୍ଧ ଧସିଛି ।

ତେବେ ଅନେକ ସ୍ଥାନରେ ବୈତରଣୀ ନଦୀ ବନ୍ଧ ନିକଟରେ ଏବେ ମଧ୍ୟ ବାଲି ବସ୍ତା ପ୍ୟାକିଂ କରାଯାଉଥିବା ବେଳେ ଅନେକ ସ୍ଥାନରେ ବାଲି ବସ୍ତା ବନ୍ଧରେ ପକାଯାଇଛି । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବୈତରଣୀ ନଦୀର ପାଣି ବନ୍ଧ ଉପରୁ ଖସିବା ମାତ୍ରକେ ନଦୀ ବନ୍ଧ ଧସିବା ଆରମ୍ଭ କରିଛି । କିଛି ସ୍ଥାନରେ ବନ୍ଧ ଭାଙ୍ଗିବା ଭଳି ସ୍ଥିତି ଉପୁଜିଲାଣି । ତେଣୁ ସ୍ଥାୟୀ ପ୍ରତିକାରର ଆବଶ୍ୟକତା ରହିଛି । କଂକ୍ରିଟ ୱାଲ୍ ହିଁ କେବଳ ବିକଳ୍ପ ହୋଇପାରିବ । ତେବେ ଜିଲ୍ଲାପାଳ କହିଛନ୍ତି ଯେ, ମୌସୁମୀ ଆସିଲେ ବନ୍ଧ ସୁଦୃଢ଼ୀକରଣ ହୁଏ । ଆଖୁଆପଦା ଡିଭିଜନ ନଜର ରଖିଛି । ହସନାବାଦ୍ ଅଞ୍ଚଳରେ ନଦୀ ବନ୍ଧ ଧସିବା ଘଟଣା ବିଷୟରେ ସୂଚନା ଅଛି ଓ ଖୁବ୍ ଶୀଘ୍ର ମରାମତି ହେବ ।

You Can Read:

ଜଙ୍ଗଲରେ ହଠାତ୍ ସାମ୍ନାକୁ ଆସିଗଲା ହାତୀ, ଆକ୍ରମଣ ୨ ଫରେଷ୍ଟଗାର୍ଡଙ୍କ ସମେତ ୬ ଆହତ