କମୁନି ପିଆଜ ଦର ,ଦର ନିୟନ୍ତ୍ରଣରେ ସରକାରଙ୍କ ନାହିଁ ଲଗାମ

ଭୁବନେଶ୍ବର : କେବେ କମିବ ପିଆଜ ଭାଉ ? ଦର ନିୟନ୍ତ୍ରଣରେ ସରକାରଙ୍କ ନାହିଁ ଲଗାମ। ବର୍ଷା ଯୋଗୁଁ ଅମଳ... The post କମୁନି ପିଆଜ ଦର ,ଦର ନିୟନ୍ତ୍ରଣରେ ସରକାରଙ୍କ ନାହିଁ ଲଗାମ appeared first on .

କମୁନି ପିଆଜ ଦର ,ଦର ନିୟନ୍ତ୍ରଣରେ ସରକାରଙ୍କ ନାହିଁ ଲଗାମ

ଭୁବନେଶ୍ବର : କେବେ କମିବ ପିଆଜ ଭାଉ ? ଦର ନିୟନ୍ତ୍ରଣରେ ସରକାରଙ୍କ ନାହିଁ ଲଗାମ। ବର୍ଷା ଯୋଗୁଁ ଅମଳ କମିଥିବାରୁ ଦର ବଢୁଛି ବୋଲି ବିଭାଗୀୟ ମନ୍ତ୍ରୀଙ୍କ ଶସ୍ତା ମନ୍ତବ୍ୟ । ମନ୍ତ୍ରୀଙ୍କ ମନ୍ତବ୍ୟକୁ ବ୍ୟବସାୟୀ ମହାସଂଘର ସମାଲୋଚନା। ଦରବୃଦ୍ଧି ସମୟରେ ନାଫେଡ଼ ନିଜ ପାଖରେ ରଖିଥିବା ୨ଲକ୍ଷ ଟନ୍ ପିଆଜ କେଉଁ କାମରେ ଲାଗୁଛି ବୋଲି ସଂଘ ପ୍ରଶ୍ନ କରିଛି। ପ୍ରତିବର୍ଷ ବର୍ଷା ହେଲେ ଅମଳ କମିଥାଏ। ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ଏହି ସମୟରେ ସରକାର ଆଗକୁ ଆସି ନାଫେଡ଼ ଜରିଆରେ ପିଆଜ ରାଜ୍ୟକୁ ଆଣିବା ପାଇଁ ବ୍ୟବସ୍ଥା କରିବା କଥା। ବ୍ୟବସାୟୀ ମହାସଂଘ ସହ ସରକାର ମଧ୍ୟ କଥା ହେଉନାହାନ୍ତି। ବାରମ୍ବାର ଅନୁରୋଧ ପରେ ବି ସରକାର କିଛି ପଦକ୍ଷେପ ନେଉନାହାନ୍ତି। ସରକାର କେବଳ ଭାଷଣ ମାରିବାରେ ବ୍ୟସ୍ତ। ବାକ୍ୟବୀର ନ ହୋଇ କର୍ମବୀର ହେଲେ ଲୋକଙ୍କ ମଙ୍ଗଳ ହୁଅନ୍ତା ବୋଲି ବ୍ୟବସାୟୀ ମହାସଂଘ କହିଛି । ପିଆଜ ଦର କମାଇବାରେ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଏବଂ ଏହାକୁ ସଠିକ ଭାବେ ତୁଲାଇବାକୁ ସଂଘ ଦାବି କରିଛି ।

ଡାଲିରେ ଆଉ ପଡୁନି ପିଆଜ । କିଲୋ ବଦଳରେ ଅଢେଇ ଶହରେ କିଣିବାକୁ ବାଧ୍ୟ ହେଉଛନ୍ତି ଗ୍ରାହକ ।  ପିଆଜର ପାଇକାରୀ ଦର କିଲୋ ପିଛା ୪୦ରୁ ୪୫ ଥିବା ବେଳେ ଖୁଚୁରା ଦୋକାନରେ ଏହା ୬୦ରୁ ୬୫ ଟଙ୍କାରେ ବିକ୍ରି ହେଉଛି । ଏ କ୍ଷେତ୍ରରେ ମାର୍କେଟ ଇଣ୍ଟେଲିଜେନ୍ସ ବି ଫେଲ୍ ମାରିଥିବା ସ୍ପଷ୍ଟ ହୋଇଛି । ଲଗାତାର ବର୍ଷା ଯୋଗୁଁ ଅମଳ କମିଥିବାରୁ ପିଆଜ ଯୋଗାଣ କମିଛି। କିଛି ଦିନ ମଧ୍ୟରେ ପିଆଜ ସମସ୍ୟାର ସମାଧାନ ହେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

କେବଳ ପିଆଜ ନୁହେଁ, ପୂଜା ପାର୍ବଣ ସମୟରେ ବଜାର ଦର ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଛି। ଆଳୁ, ପିଆଜ, ଅଦା, ରସୁଣ ସହ ପରିବା ଦର ବୃଦ୍ଧିରେ ବି ସରକାରଙ୍କ କିଛି ନିୟନ୍ତ୍ରଣ ଥିବା ଭଳି ଲାଗୁନାହିଁ ।

The post କମୁନି ପିଆଜ ଦର ,ଦର ନିୟନ୍ତ୍ରଣରେ ସରକାରଙ୍କ ନାହିଁ ଲଗାମ appeared first on .