ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ କ୍ଲିନ ସୁଇପ୍ କଲା ଭାରତ

ଅହମ୍ମଦାବାଦ : ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତର ଦମଦାର ପ୍ରଦର୍ଶନ । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ କ୍ଲିନ ସୁଇପ୍... The post ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ କ୍ଲିନ ସୁଇପ୍ କଲା ଭାରତ appeared first on .

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ କ୍ଲିନ ସୁଇପ୍ କଲା ଭାରତ

ଅହମ୍ମଦାବାଦ : ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତର ଦମଦାର ପ୍ରଦର୍ଶନ । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ କ୍ଲିନ ସୁଇପ୍ କଲା ଭାରତ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ୧୪୨ ରନରେ ବିଜୟୀ । ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମ ବ୍ଯାଟିଂ କରି ଇଂଲଣ୍ଡ ଆଗରେ ୩୫୭ ରନର ବିଶାଳ ବିଜୟ ଲକ୍ଷ୍ଯ ରଖିଥିଲା ଟିମ୍ ଇଣ୍ଡିଆ । ଦଳ ପକ୍ଷରୁ ଶୁବମନ ଗିଲ ଶତକୀୟ ପାଳି ଖେଳି ୧୦୨ ବଲରେ ୧୧୨ ରନ ସଂଗ୍ରହ କରିଥିଲେ । ସେହିପରି ବିରାଟ କୋହଲି ଓ ଶ୍ରେୟସ ଆୟାର ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ କୋହଲି ୫୫ ବଲରେ ୫୨ ରନ କରିଥିବାବେଳେ ଆୟାର ୬୪ ବଲରେ ୭୮ ରନ କରିଥିଲେ । ସେହିପରି ଦଳୀୟ ଖାତାରେ ୪୦ ରନ ଯୋଡ଼ିଥିଲେ କେଏଲ ରାହୁଲ୍ । ଫଳରେ ନିର୍ଦ୍ଧାରିତ ଓଭରରେ ଦଳ ସମସ୍ତ ୱିକେଟ ହରାଇ ୩୫୬ ରନ କରିଥିଲା । ଜବାବରେ ଇଂଲଣ୍ଡ ଟିମ ୨୧୪ ରନ କରି ସମସ୍ତ ୱିକେଟ ହରାଇଥିଲା । ଟିମ୍‌ ୩୪.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୧୪ ରନ୍‌ କରିପାରିଥିଲା । ଫଳରେ ଶେଷ ମ୍ଯାଚକ ୧୪୨ ରନରେ ଜିତି ସିରିଜ କ୍ଲିନସ୍ବିପ୍ କରିଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳ ପାଇଁ ସମସ୍ତ ବୋଲର ସଫଳତା ପାଇଥିଲେ। ଅର୍ଶଦୀପ ସିଂହ, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ୨ଟି ଲେଖାଏ ଉଇକେଟ ପାଇଥିଲେ। ୱାଶିଂଟନ ସୁନ୍ଦର ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।

The post ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ କ୍ଲିନ ସୁଇପ୍ କଲା ଭାରତ appeared first on .