ନିର୍ବାଚନୀ ବଣ୍ଡ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବଡ ଝଟକା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରାୟ ୨ ମାସ ପୂର୍ବରୁ ସୁପ୍ରିମକୋର୍ଟରୁ କେନ୍ଦ୍ର ସରକାର ଏବଂ ସମସ୍ତ ରାଜନୈତିକ ଦଳ ଗୁଡିକୁ ବଡ ଝଟକା ଲାଗିଛି । ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ ବଣ୍ଡ ସ୍କିମକୁ ଅସାମ୍ବିଧାନିକ ଦର୍ଶାଇ ତତ୍କାଳ ପ୍ରଭାବରୁ ଏହା ଉପରେ ରୋକ୍ ଲଗାଇଛନ୍ତି । କୋର୍ଟ କହିଛନ୍ତି ଏହି ସ୍କିମ ସୂଚନା ଅଧିକାର ଆଇନ(ଆରଟିଆଇ)ର ଉଲ୍ଲଂଘନ କରୁଛି । କେବଳ ଏତିକି ନୁହେଁ ଏସବିଆଇକୁ ମାର୍ଚ୍ଚ ୬ ସୁଦ୍ଧା ଜମା ହୋଇଥିବା ସମସ୍ତ ନିର୍ବାଚନୀ ବଣ୍ଡର […] The post ନିର୍ବାଚନୀ ବଣ୍ଡ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବଡ ଝଟକା appeared first on Odisha.News.

ନିର୍ବାଚନୀ ବଣ୍ଡ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବଡ ଝଟକା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରାୟ ୨ ମାସ ପୂର୍ବରୁ ସୁପ୍ରିମକୋର୍ଟରୁ କେନ୍ଦ୍ର ସରକାର ଏବଂ ସମସ୍ତ ରାଜନୈତିକ ଦଳ ଗୁଡିକୁ ବଡ ଝଟକା ଲାଗିଛି । ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ ବଣ୍ଡ ସ୍କିମକୁ ଅସାମ୍ବିଧାନିକ ଦର୍ଶାଇ ତତ୍କାଳ ପ୍ରଭାବରୁ ଏହା ଉପରେ ରୋକ୍ ଲଗାଇଛନ୍ତି । କୋର୍ଟ କହିଛନ୍ତି ଏହି ସ୍କିମ ସୂଚନା ଅଧିକାର ଆଇନ(ଆରଟିଆଇ)ର ଉଲ୍ଲଂଘନ କରୁଛି । କେବଳ ଏତିକି ନୁହେଁ ଏସବିଆଇକୁ ମାର୍ଚ୍ଚ ୬ ସୁଦ୍ଧା ଜମା ହୋଇଥିବା ସମସ୍ତ ନିର୍ବାଚନୀ ବଣ୍ଡର ସୂଚନା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟରେ ନିର୍ବାଚନୀ ବଣ୍ଡର ବୈଧତା ଉପରେ ପ୍ରଶ୍ନ ଉଠାଇ ୪ଟି ଯାଚିକା ଦାୟର ହୋଇଥିଲା । କୋର୍ଟ ଗତ ବର୍ଷ ଅକ୍ଟୋବରରେ ଏହା ଉପରେ ଶୁଣାଣି କରି ନଭେମ୍ବରରେ ରାୟ ସଂରକ୍ଷିତ ରଖିଥିଲେ । ଆଉ ଆଜି ନିର୍ବାଚନୀ ବଣ୍ଡ ସ୍କିମର ଉପରେ ନିଷ୍ପତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡୱାଇ ଚନ୍ଦ୍ରଚୂଡ କହିଛନ୍ତି, ଖଣ୍ଡପୀଠର ନିଷ୍ପତି ଏକମତ ରହିଛି । ମାମଲାରେ ଦୁଇଟି ନିଷ୍ପତି ହୋଇଛି ଯାହାର ନିଷ୍କର୍ସ ଗୋଟିଏ ରହିଛି ।

ସୁପ୍ରିମକୋର୍ଟ କହିଛନ୍ତି, ସରକାର ଏହି ଯୋଜନାରେ କଳା ଧନ ଉପରେ ରୋକ୍ ଲାଗିବ ବୋଲି କହିଥିଲେ । ମାତ୍ର ଏହା ଲୋକଙ୍କ ଜାଣିବାର ଅଧିକାର ଉପରେ ପ୍ରଭାବ ପଡୁନାହିଁ । ଏହି ଯୋଜନା ଆରଟିଆଇର ଉଲ୍ଲଂଘନ କରୁଛି । ସରକାର ଦାନଦାତାଙ୍କ ପରିଚୟ ଗୋପନୀୟ ରଖିବା ଜରୁରୀ ବୋଲି ଦର୍ଶାଇଲେ । ମାତ୍ର ଏଥିରେ ଆମେ ସହମତ ନୁହେଁ ବୋଲି ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ୪ ଜଣିଆ ପୀଠ କହିଛନ୍ତି ।

କୋର୍ଟ କହିଛନ୍ତି, ନିର୍ବାଚନୀ ବଣ୍ଡ ଅନୁଚ୍ଛେଦ 19 1(a) ଆଧାରରେ ଲୋକଙ୍କୁ ଜାଣିବାର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । କିନ୍ତୁ ପ୍ରତ୍ୟେକ ଚାନ୍ଦା ସରକାରୀ ନୀତିର ଉଲ୍ଲଂଘନ ପାଇଁ ଉଦ୍ଦିଷ୍ଟ ନୁହେଁ । ରାଜନୈତିକ ଆକାଂକ୍ଷା କାରଣରୁ ମଧ୍ୟ ଲୋକେ ଚାନ୍ଦା ଦେଇଥାନ୍ତି । ଏହାକୁ ସାର୍ବଜନୀନ କରିବା ଉଚିତ୍ ନୁହେଁ । ଏଥିପାଇଁ ଛୋଟ ଚାନ୍ଦାର ସୂଚନା ସାର୍ବଜନୀନ କରିବା ଭୁଲ୍ ଅଟେ । କୌଣସି ବ୍ୟକ୍ତିଙ୍କ ରାଜନୀତିକ ଦଳ ପ୍ରତି ଅନୁକମ୍ପା ରହିବା ତାହା ତାଙ୍କର ମୌଳିକ ଅଧିକାର ଅଟେ ।

ସୁପ୍ରିମକୋର୍ଟ ନିଷ୍ପତିଙ୍କ ବଡ କଥା

ନିର୍ବାଚନୀ ବଣ୍ଡ ସ୍କିମ ଅସାମ୍ବିଧାନିକ
ନିର୍ବାଚନୀ ବଣ୍ଡ ସ୍କିମ ଆରଟିଆଇର ଉଲ୍ଲଂଘନ କରୁଛି ।
ଇନକମ ଟ୍ୟାକ୍ସ ଆକ୍ଟରେ ୨୦୧୭ରେ କରାଯାଇଥିବା ପରିବର୍ତନ ଅସାମ୍ବିଧାନିକ ।
ଜନପ୍ରତିନିଧି କାନୁନରେ ୨୦୧୭ରେ ହୋଇଥିବା ପରିବର୍ତନ ମଧ୍ୟ ଅସାମ୍ବିଧାନିକ
କମ୍ପାନୀ ଆକ୍ଟରେ ହୋଇଥିବା ପରିବର୍ତନ ମଧ୍ୟ ଅସାମ୍ବିଧାନିକ ।
ଏସବିଆଇ ସମସ୍ତ ପାର୍ଟିକୁ ମିଳିଥିବା ଚାନ୍ଦାର ସୂଚନା ମାର୍ଚ୍ଚ ୬ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗକୁ ଦେଉ ।
ନିର୍ବାଚନ ଆୟୋଗ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଏହି ସୂଚନା ନିଜର ୱେବସାଇଟରେ ପ୍ରକାଶିତ କରୁ ।

The post ନିର୍ବାଚନୀ ବଣ୍ଡ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବଡ ଝଟକା appeared first on Odisha.News.