ରାସ୍ତାରେ ଯାଉଥିଲେ ଯୁବତୀ, ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ଆଉ ତା’ ପରେ…

ଆନନ୍ଦପୁର,୪ା୭(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଘଷିପୁରାରେ ଗୁଳି ଫୁଟିବାରୁ ଜଣେ ଯୁବତୀ ଆହତ ହୋଇଛନ୍ତି। ମେଡିକାଲ ରୋଡ୍‌ରେ ଥିବା ଏକ ଘରୋଇ ବ୍ୟାଙ୍କର ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଆସିଥିବା ଭ୍ୟାନ୍‌ର ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ହଠାତ୍‌ ଗୁଳି ଫୁଟିଥିଲା। ତେବେ ଗୁଳିଟି କକ୍ରିଂଟ ରାସ୍ତାରେ ବାଜିବା ପରେ କକ୍ରିଂଟ ଖଣ୍ଡ ଛିଟିକି ଥିଲା। ସେହିବାଟ ଦେଇ ଯାଉଥିବା କୌଶଲ୍ୟା ମହାନ୍ତ ନାମକ ଜଣେ ଯୁବତୀଙ୍କ ଗୋଡ଼ରେ ସେହି କଂକ୍ରିଟ ଖଣ୍ଡ ବାଜିବାରୁ ଯୁବତୀ  ଆହତ ହୋଇ […] The post ରାସ୍ତାରେ ଯାଉଥିଲେ ଯୁବତୀ, ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ଆଉ ତା’ ପରେ… appeared first on Dharitri Odia News.

ରାସ୍ତାରେ ଯାଉଥିଲେ ଯୁବତୀ, ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ଆଉ ତା’ ପରେ…

ଆନନ୍ଦପୁର,୪ା୭(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଘଷିପୁରାରେ ଗୁଳି ଫୁଟିବାରୁ ଜଣେ ଯୁବତୀ ଆହତ ହୋଇଛନ୍ତି। ମେଡିକାଲ ରୋଡ୍‌ରେ ଥିବା ଏକ ଘରୋଇ ବ୍ୟାଙ୍କର ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଆସିଥିବା ଭ୍ୟାନ୍‌ର ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ହଠାତ୍‌ ଗୁଳି ଫୁଟିଥିଲା। ତେବେ ଗୁଳିଟି କକ୍ରିଂଟ ରାସ୍ତାରେ ବାଜିବା ପରେ କକ୍ରିଂଟ ଖଣ୍ଡ ଛିଟିକି ଥିଲା। ସେହିବାଟ ଦେଇ ଯାଉଥିବା କୌଶଲ୍ୟା ମହାନ୍ତ ନାମକ ଜଣେ ଯୁବତୀଙ୍କ ଗୋଡ଼ରେ ସେହି କଂକ୍ରିଟ ଖଣ୍ଡ ବାଜିବାରୁ ଯୁବତୀ  ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କୌଶଲ୍ୟା ସ୍ଥାନୀୟ ପାଥଲ୍ୟାବ୍‌ରେ କାମ କରନ୍ତି ବୋଲି ଜଣାପଡ଼ିଥିବାବେଳେ ସୁରକ୍ଷାକର୍ମୀଙ୍କ ଦାୟିତ୍ୱହୀନତାର ଏଭଳି ହୋଇଥିବା ଜଣାପଡ଼ିଛି। ତେବେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ଏହି ଘଟଣାରେ ସମ୍ପୃକ୍ତ ସୁରକ୍ଷାକର୍ମୀ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି।

The post ରାସ୍ତାରେ ଯାଉଥିଲେ ଯୁବତୀ, ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ଆଉ ତା’ ପରେ… appeared first on Dharitri Odia News.