କମେଡି କରିବା କଷ୍ଟ

ଆନିମଲ ଫିଲ୍ମ ରିଲିଜ୍‌ ପରେ ତ୍ରିପ୍ତି ଡିମରି ବର୍ତ୍ତମାନ ନ୍ୟାସନାଲ କ୍ରସ ପାଲଟିଛନ୍ତି । ସମସ୍ତେ ତାଙ୍କ ଅଭିନୟ ସହିତ ସୌନ୍ଦର୍ଯ୍ୟର ଫ୍ୟାନ ପାଲଟିଛନ୍ତି । ତେବେ ତ୍ରିପ୍ତିଙ୍କୁ ବର୍ତ୍ତମାନ କମେଡିରେ ଦେଖିବାକୁ ମିଳୁଛି । ୨୦୨୪ରେ ତାଙ୍କର କମେଡି ଫିଲ୍ମ ବ୍ୟାଡ୍‌ ନୁ୍ୟଜ୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବାବେଳେ ଏହାକୁ ନେଇ କଥା ହୋଇଛନ୍ତି ତ୍ରିପ୍ତି । ପୂର୍ବରୁ ସେ ସିରିଅସ୍‌ ରୋଲ୍‌ରେ ଅଭିନୟ କରି ସାରିଛନ୍ତି । […]

କମେଡି କରିବା କଷ୍ଟ
କମେଡି କରିବା କଷ୍ଟ

ଆନିମଲ ଫିଲ୍ମ ରିଲିଜ୍‌ ପରେ ତ୍ରିପ୍ତି ଡିମରି ବର୍ତ୍ତମାନ ନ୍ୟାସନାଲ କ୍ରସ ପାଲଟିଛନ୍ତି । ସମସ୍ତେ ତାଙ୍କ ଅଭିନୟ ସହିତ ସୌନ୍ଦର୍ଯ୍ୟର ଫ୍ୟାନ ପାଲଟିଛନ୍ତି । ତେବେ ତ୍ରିପ୍ତିଙ୍କୁ ବର୍ତ୍ତମାନ କମେଡିରେ ଦେଖିବାକୁ ମିଳୁଛି । ୨୦୨୪ରେ ତାଙ୍କର କମେଡି ଫିଲ୍ମ ବ୍ୟାଡ୍‌ ନୁ୍ୟଜ୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବାବେଳେ ଏହାକୁ ନେଇ କଥା ହୋଇଛନ୍ତି ତ୍ରିପ୍ତି । ପୂର୍ବରୁ ସେ ସିରିଅସ୍‌ ରୋଲ୍‌ରେ ଅଭିନୟ କରି ସାରିଛନ୍ତି । ହେଲେ ତାଙ୍କୁ କମେଡି କରିବା ଖୁବ କଷ୍ଟ ଲାଗିଥିଲା ବୋଲି ତ୍ରିପ୍ତି ମତ ଦେଇଛନ୍ତି । ଲୋକଙ୍କୁ ହସାଇବା ଖୁବ କଷ୍ଟକର କାମ । ବିଭିନ୍ନ ଫିଲ୍ମ ଜେନେର ମଧ୍ୟରେ କମେଡି ସବୁଠାରୁ କଷ୍ଟ ବୋଲି ତ୍ରିପ୍ତି ପ୍ରକାଶ କରିଛନ୍ତି । ସେ ଅନେକ ଡ୍ରାମା ଫିଲ୍ମ କରିଛନ୍ତି ହେଲେ ସବୁଠାରୁ ଅଧିକ ପରିଶ୍ରମ ସେ କମେଡି ପାଇଁ କରିଥିବା ପ୍ରକାଶ କରିଛନ୍ତି । ସେ ଏହି ଫିଲ୍ମରୁ ଖୁବ ଅଧିକ ଶିଖିଛନ୍ତି, ଯାହା ତାଙ୍କ କ୍ୟାରିୟରେରେ ଆଗକୁ ସାହାଯ୍ୟ କରିବ ବୋଲି ତ୍ରିପ୍ତି ପ୍ରକାଶ କରିଛନ୍ତି । ଫିଲ୍ମ ବ୍ୟାଡ୍‌ ନୁ୍ୟଜ୍‌ରେ ତ୍ରିପ୍ତିଙ୍କ ସହିତ ଭିMି କୌଶଲ, ଫାତିମା ସନା ଶୈଖ, ସାନ୍ୟା ମଲହୋତ୍ରା, ନେହା ଧୁପିଆ ଆଦିଙ୍କୁ ଦେଖିବାକୁ ମିଳିଥିବାବେଳେ ଫିଲ୍ମର ନିର୍ଦ୍ଦେଶନା ଭାର ଆନନ୍ଦ ତିୱାରୀ ସମ୍ଭାଳିଛନ୍ତି ।