କମ୍ ବୟସରୁ ବୟସ୍କ କରିଦିଏ ପିଠି ଯନ୍ତ୍ରଣା, କରନ୍ତୁ ଏହି ବ୍ୟାୟାମ

ନୁଆଦିଲ୍ଲୀ ୧୨।୦୭: ଦିନଥିଲା ଏକ ନିର୍ଦ୍ଧିଷ୍ଟ ବୟସ ପରେ ପିଠି ଯନ୍ତ୍ରଣା ବା  ବ୍ୟାକ୍‌ ପେନ୍‌ ଲୋକମାନଙ୍କୁ ଅତିଷ୍ଠ କରୁଥିଲା । ପ୍ରାୟ  ୮୦ ପ୍ରତିଶତ ଲୋକ ଜୀବନକାଳରେ ଥରେ ଅଧେ ଏହି  ଯନ୍ତ୍ରଣା ନିଶ୍ଚୟ ଭୋଗିଥାନ୍ତି । ଏହି ଯନ୍ତ୍ରଣା ଆରମ୍ଭ ହେଲେ  ସାରା ଦିନଚର୍ଯ୍ୟା ପ୍ରଭାବିତ ହୋଇଥାଏ । କାରଣ ସାରାଦିନ  ବସିବା, ଉଠିବା, ନଇଁବା ଆଦି ବିଭିନ୍ନ କାମ କରିବା କଷ୍ଟକର  ହୋଇପଡେ । ଏହି ସ୍ଥିତିରେ ପ୍ରାୟ ଲୋକ ପେନ୍‌ କିଲର୍‌ ଖାଇ  ଯନ୍ତ୍ରଣାକୁ ତୁରନ୍ତ କମ୍‌ କରିବାକୁ ପ୍ରୟାସ କରିଥାନ୍ତି । କିନ୍ତୁ  ପେନ୍‌ କିଲର୍‌ ଖାଇ ଏହାକୁ ଚାପିବା ଦ୍ୱାରା କିଛିଦିନ ପରେ  ପୁଣି ଯନ୍ତ୍ରଣା ଅନୁଭବ ହୋଇଥାଏ । ଆଜିକାଲି ଲେକାଙ୍କ ପାଖରେ ନିଜ ପାଇଁ ମଧ୍ୟ ସମୟ  ନାହିଁ । ବ୍ୟସ୍ତବହୁଳ ଜୀବନ ଯୋଗୁ କୌଣସି ଶାରିରୀକ  ଶ୍ରମ କରିବାକୁ ଲୋକମାନଙ୍କ ପାଖରେ ସମୟ ନାହିଁ,  ଯାହାର ପରିଣତି ହେଉଛି କମ୍‌ ବୟସରୁ ଲୋକଙ୍କ ବୟସ  ବଢିଚାଲିଛି । କିନ୍ତୁ ଏହାକୁ ଆପଣ ନିୟନ୍ତ୍ରଣ କରିପାରିବେ ।  ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଦିନକୁ ନିଜ ପାଇଁ ୧୦ରୁ  ୧୫ ମିନିଟ୍‌ ସମୟ ନିଶ୍ଚୟ ଦିଅନ୍ତୁ । ନିୟମିତ ଏହି ସମୟରେ  ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ଶରୀର ଫିଟ୍‌ ରହିବା ସହ  ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ । ଚାଲନ୍ତୁ ଜାଣିବା ଏମିତି  କେତେକ ବ୍ୟାୟାମ ବିଷୟରେ...କ୍ୟାଟ୍‌ ଷ୍ଟ୍ରେଚ୍‌-ଏହି ଷ୍ଟ୍ରେଚ୍‌ କରିବା ଦ୍ୱାରା ପିଠିପଟେ ଟ

କମ୍ ବୟସରୁ ବୟସ୍କ କରିଦିଏ ପିଠି ଯନ୍ତ୍ରଣା, କରନ୍ତୁ ଏହି ବ୍ୟାୟାମ

ନୁଆଦିଲ୍ଲୀ ୧୨।୦୭: ଦିନଥିଲା ଏକ ନିର୍ଦ୍ଧିଷ୍ଟ ବୟସ ପରେ ପିଠି ଯନ୍ତ୍ରଣା ବା  ବ୍ୟାକ୍‌ ପେନ୍‌ ଲୋକମାନଙ୍କୁ ଅତିଷ୍ଠ କରୁଥିଲା । ପ୍ରାୟ  ୮୦ ପ୍ରତିଶତ ଲୋକ ଜୀବନକାଳରେ ଥରେ ଅଧେ ଏହି  ଯନ୍ତ୍ରଣା ନିଶ୍ଚୟ ଭୋଗିଥାନ୍ତି । ଏହି ଯନ୍ତ୍ରଣା ଆରମ୍ଭ ହେଲେ  ସାରା ଦିନଚର୍ଯ୍ୟା ପ୍ରଭାବିତ ହୋଇଥାଏ । କାରଣ ସାରାଦିନ  ବସିବାଉଠିବାନଇଁବା ଆଦି ବିଭିନ୍ନ କାମ କରିବା କଷ୍ଟକର  ହୋଇପଡେ । ଏହି ସ୍ଥିତିରେ ପ୍ରାୟ ଲୋକ ପେନ୍‌ କିଲର୍‌ ଖାଇ  ଯନ୍ତ୍ରଣାକୁ ତୁରନ୍ତ କମ୍‌ କରିବାକୁ ପ୍ରୟାସ କରିଥାନ୍ତି । କିନ୍ତୁ  ପେନ୍‌ କିଲର୍‌ ଖାଇ ଏହାକୁ ଚାପିବା ଦ୍ୱାରା କିଛିଦିନ ପରେ  ପୁଣି ଯନ୍ତ୍ରଣା ଅନୁଭବ ହୋଇଥାଏ । ଆଜିକାଲି ଲେକାଙ୍କ ପାଖରେ ନିଜ ପାଇଁ ମଧ୍ୟ ସମୟ  ନାହିଁ । ବ୍ୟସ୍ତବହୁଳ ଜୀବନ ଯୋଗୁ କୌଣସି ଶାରିରୀକ  ଶ୍ରମ କରିବାକୁ ଲୋକମାନଙ୍କ ପାଖରେ ସମୟ ନାହିଁ,  ଯାହାର ପରିଣତି ହେଉଛି କମ୍‌ ବୟସରୁ ଲୋକଙ୍କ ବୟସ  ବଢିଚାଲିଛି । କିନ୍ତୁ ଏହାକୁ ଆପଣ ନିୟନ୍ତ୍ରଣ କରିପାରିବେ ।  ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଦିନକୁ ନିଜ ପାଇଁ ୧୦ରୁ  ୧୫ ମିନିଟ୍‌ ସମୟ ନିଶ୍ଚୟ ଦିଅନ୍ତୁ । ନିୟମିତ ଏହି ସମୟରେ  ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ଶରୀର ଫିଟ୍‌ ରହିବା ସହ  ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ । ଚାଲନ୍ତୁ ଜାଣିବା ଏମିତି  କେତେକ ବ୍ୟାୟାମ ବିଷୟରେ...

କ୍ୟାଟ୍‌ ଷ୍ଟ୍ରେଚ୍‌-

ଏହି ଷ୍ଟ୍ରେଚ୍‌ କରିବା ଦ୍ୱାରା ପିଠିପଟେ ଟାଣି ହେବା ପରି  ଅନୁଭବ ହୋଇଥାଏ । ଯାହାଦ୍ୱାରା ପିଠିପଟ  ମଜଭୁତ ହେବା ସହ ମାଂସପେଶୀକୁ  ସ୍ୱାଭାବିକ୍‌ କରିବାରେ ସହଯୋଗ  ମିଳିଥାଏ । ଏହା ମେରୁଦଣ୍ଡର  ନମନୀୟତା ବଢାଏ । ଏହି  ବ୍ୟାୟାମ କରିବା ପାଇଁ ପ୍ରଥମେ ବିଲେଇ ପରି ହାତ ଓ  ପାଦରେ ଭାର ଦେଇ ବସିପଡନ୍ତୁ । ଏବେ ବିଲେଇ ପରି  ନିଜ ଅଣ୍ଟା ବା ପେଟ ନିମ୍ନ ଭାଗ ଆଡକୁ ନେବା ସହ ଲୋୟର  ବ୍ୟାକ୍‌ ଅଂଶକୁ ଓଟ ପରି ଉପର ଆଡକୁ ନିଅନ୍ତୁ । ଏହି କ୍ୟାଟ୍‌ କ୍ୟାମେଲ୍‌ ପ୍ରକ୍ରିୟାକୁ ବାରମ୍ବାର ଦୋହରାନ୍ତୁ । 

ଲୋୟର ବ୍ୟାକ୍‌ ରୋଟେସନାଲ୍‌ ଷ୍ଟ୍ରେଚ୍‌-

ଏହି ବ୍ୟାୟାମ ମେରୁଦଣ୍ଡକୁ ସପୋର୍ଟ ଦେଇଥାଏ ଏବଂ  ମାଂସପେଶୀକୁ ରିଲାକ୍ସ କରିଥାଏ । ଏଥିପାଇଁ ଯୋଗମ୍ୟାଟ୍‌  ଉପରେ ଶୋଇପଡି ଦୁଇ ହାତକୁ ସଂପ୍ରସାରିତ କରିଦିଅନ୍ତୁ ।  ଗୋଟିଏ ଗୋଡ ଉଠାଇ ୯୦ ଡିଗ୍ରୀର କୋଣ କରି ଅନ୍ୟ ଗୋଡ  ଉପରେ ରଖନ୍ତୁ । କିଛି ସମୟ ପରେ ଅନ୍ୟ ଗୋଡକୁ ଏହି  ମୁଦ୍ରାରେ ରଖନ୍ତୁ । ଏହି ପ୍ରକ୍ରିୟାକୁ ୧୦ରୁ ୧୨ ଥର କରନ୍ତୁ । 

ନି ଟୁ ଚେଷ୍ଟ ଷ୍ଟ୍ରେଚ୍‌-

ଏହି ଷ୍ଟ୍ରେଚ୍‌ କରିବା ଦ୍ୱାରା ନିତମ୍ବର ମାଂସପେଶୀ ନମନୀୟ  ହୋଇଥାଏ । ଫଳରେ ବ୍ୟାକ୍‌ ପେନ୍‌ରୁ ମୁକ୍ତି ମିଳିଥାଏ ।  ଏହାକୁ କରିବା ପାଇଁ ମ୍ୟାଟ୍‌ ଉପରେ ସିଧା ଶୋଇଯାଆନ୍ତୁ ।  ଏବେ ଆଣ୍ଠୁକୁ ମୋଡି ଛାତି ପର୍ଯ୍ୟନ୍ତ ଆଣିବାକୁ ପ୍ରୟାସ  କରନ୍ତୁ । ଦୁଇ ହାତରେ ଦୁଇ ଆଣ୍ଠୁକୁ ଧରି ରଖନ୍ତୁ । ଏହି  ପ୍ରକ୍ରିୟାକୁ ୮ରୁ ୧୦ ଥର ଦୋହରାନ୍ତୁ । ଏପରିକି ଏହି  ବ୍ୟାୟାମ କରିବା ସମୟରେ ଯଦି ଚାହିଁବେ ଗୋଟିଏ  ଆଣ୍ଠୁକୁ ମଧ୍ୟ ଛାତି ଯାଏ ଷ୍ଟ୍ରେଚ୍‌ କରି ଆଣିପାରିବେ । 

ପିଜନ୍‌ ପୋଜ୍‌-

ସିଧା ବସନ୍ତୁ । ଗୋଟିଏ ଗୋଡ଼କୁ ଧୀରେ ପଛକୁ  ସିଧା ଭାବେ ନେଇ ନିଅନ୍ତୁ । ଆଗକୁ ଥିବା ଗୋଡ଼କୁ  ମୋଡି ରଖନ୍ତୁ । ଦୁଇ ହାତକୁ ମୋଡି ଭୂମି  ଉପରେ ରଖନ୍ତୁ ଏବଂ ତା’ ଉପରେ ମୁଣ୍ଡକୁ  ରଖି ଦିଅନ୍ତୁ । ଏହି ସ୍ଥିତିରେ କାନ କାନ୍ଧକୁ ନ  ଛୁଇଁବା ଆବଶ୍ୟକ । ଏହି ମୁଦ୍ରାରେ କିଛି  ସମୟ ପାଇଁ ବସି ରୁହନ୍ତୁ ।