କମ୍ପୁଛି ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ; ବରଗଡ଼ ଧନୁଯାତ୍ରାର ଆଜି ଦଶମ ଦିନ
କନକ ବ୍ୟୁରୋ: ଜମୁଛି ବରଗଡ଼ ଧନୁଯାତ୍ରା,କମ୍ପୁଛି ବିଶ୍ବର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ । ଆଜି ଯାତ୍ରାର ଦଶମ ଦିନରେ କଂସ ଦିଗବିଜୟରେ ବାହାରିବା ସହ କୃଷ୍ଣ- ବଳରାମଙ୍କୁ ମାରିବା ପାଇଁ ଯୋଜନା ଚୂଡ଼ାନ୍ତ କରୁଛନ୍ତି । ସେପଟେ କୃଷ୍ଣ-ବଳରାମ ମଥୁରାରେ ପହଞ୍ଚିବା ପରେ କୁବୁଜା ଉଦ୍ଧାର, ସୁଦାମା ମାଳି ଓ ରଜକ ସହ ଭେଟ ଆଦି ଦୃଶ୍ୟ ପରିବେଷିତ ହେଉଛି । ଗତକାଲି ଗୋପପୁରରେ କୃଷ୍ଣ- ବଳରାମଙ୍କୁ ଲୋତକପୂର୍ଣ୍ଣ ବିଦାୟ ଦିଆଯାଇଥିଲା । ଲୁହରେ ଭିଜି ଯାଇଛି ଗୋପପୁର । ଅକ୍ରୂରଙ୍କ ସହିତ ଗୋପରୁ ବିଦାୟ ନେଇଛନ୍ତି କୃଷ୍ଣ- ବଳରାମ । ଘରେଘରେ ଦୁଇଭାଇଙ୍କୁ ପୂଜାର୍ଚ୍ଚନା କରି ବିଦାୟ ଦିଆଯାଉଛି । ପୁତ୍ରପ୍ରେମରେ ଭାବବିହ୍ବଳ ହୋଇପଡ଼ିଛନ୍ତି ମାତା ଯଶୋଦା ଓ ନନ୍ଦରାଜା । ରାଧାଙ୍କ ସମେତ ଅନ୍ୟ ଗୋପାଙ୍ଗନା ଓ ଗୋପାଳ ବାଳକମାନେ କୃଷ୍ଣଙ୍କ ବାଟ ଅଟକାଇଛନ୍ତି । ରାଧା ବାରମ୍ବାର ମୂର୍ଚ୍ଛା ଯାଉଥିବା ବେଳେ ଗୋପାଙ୍ଗନାଙ୍କ କ୍ରନ୍ଦନ ରୋଳରେ ଗୋପଦାଣ୍ଡ ଫାଟି ପଡୁଛି । କାଲି ନବମ ଦିନରେ ବରଗଡ଼ ଧନୁଯାତ୍ରାର ଏସବୁ ଦୃଶ୍ୟ ସମସ୍ତଙ୍କୁ ବେଶ୍ ଭାବପ୍ରବଣ କରିଥିଲା । ସେପଟେ ମଥୁରାରେ କଂସ ମହାରାଜା ନଗର ଭ୍ରମଣ କରିବା ସହ ଆମ୍ରବନରେ ତପସ୍ୟାରତ ମୁନିଋଷିମାନଙ୍କୁ ବନ୍ଦୀ କରି ନିର୍ୟାତନା ଦେଇଛନ୍ତି କ୍ଷ ସେହିପରି ଧନୁଯାତ୍ରାରେ କୃଷ୍ଣ- ବଳରାମଙ୍କୁ ମାରିବା ପାଇଁ ଘୋର ତପସ୍ୟା ବଳରେ ଶିବଙ୍କୁ ପ୍ରସନ୍ନ ତ୍ରିଶୂଳ ପ୍ରାପ୍ତ କରିଛନ୍ତି ମହାରାଜ

କନକ ବ୍ୟୁରୋ: ଜମୁଛି ବରଗଡ଼ ଧନୁଯାତ୍ରା,କମ୍ପୁଛି ବିଶ୍ବର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ । ଆଜି ଯାତ୍ରାର ଦଶମ ଦିନରେ କଂସ ଦିଗବିଜୟରେ ବାହାରିବା ସହ କୃଷ୍ଣ- ବଳରାମଙ୍କୁ ମାରିବା ପାଇଁ ଯୋଜନା ଚୂଡ଼ାନ୍ତ କରୁଛନ୍ତି । ସେପଟେ କୃଷ୍ଣ-ବଳରାମ ମଥୁରାରେ ପହଞ୍ଚିବା ପରେ କୁବୁଜା ଉଦ୍ଧାର, ସୁଦାମା ମାଳି ଓ ରଜକ ସହ ଭେଟ ଆଦି ଦୃଶ୍ୟ ପରିବେଷିତ ହେଉଛି । ଗତକାଲି ଗୋପପୁରରେ କୃଷ୍ଣ- ବଳରାମଙ୍କୁ ଲୋତକପୂର୍ଣ୍ଣ ବିଦାୟ ଦିଆଯାଇଥିଲା ।
ଲୁହରେ ଭିଜି ଯାଇଛି ଗୋପପୁର । ଅକ୍ରୂରଙ୍କ ସହିତ ଗୋପରୁ ବିଦାୟ ନେଇଛନ୍ତି କୃଷ୍ଣ- ବଳରାମ । ଘରେଘରେ ଦୁଇଭାଇଙ୍କୁ ପୂଜାର୍ଚ୍ଚନା କରି ବିଦାୟ ଦିଆଯାଉଛି । ପୁତ୍ରପ୍ରେମରେ ଭାବବିହ୍ବଳ ହୋଇପଡ଼ିଛନ୍ତି ମାତା ଯଶୋଦା ଓ ନନ୍ଦରାଜା । ରାଧାଙ୍କ ସମେତ ଅନ୍ୟ ଗୋପାଙ୍ଗନା ଓ ଗୋପାଳ ବାଳକମାନେ କୃଷ୍ଣଙ୍କ ବାଟ ଅଟକାଇଛନ୍ତି । ରାଧା ବାରମ୍ବାର ମୂର୍ଚ୍ଛା ଯାଉଥିବା ବେଳେ ଗୋପାଙ୍ଗନାଙ୍କ କ୍ରନ୍ଦନ ରୋଳରେ ଗୋପଦାଣ୍ଡ ଫାଟି ପଡୁଛି । କାଲି ନବମ ଦିନରେ ବରଗଡ଼ ଧନୁଯାତ୍ରାର ଏସବୁ ଦୃଶ୍ୟ ସମସ୍ତଙ୍କୁ ବେଶ୍ ଭାବପ୍ରବଣ କରିଥିଲା ।
ସେପଟେ ମଥୁରାରେ କଂସ ମହାରାଜା ନଗର ଭ୍ରମଣ କରିବା ସହ ଆମ୍ରବନରେ ତପସ୍ୟାରତ ମୁନିଋଷିମାନଙ୍କୁ ବନ୍ଦୀ କରି ନିର୍ୟାତନା ଦେଇଛନ୍ତି କ୍ଷ ସେହିପରି ଧନୁଯାତ୍ରାରେ କୃଷ୍ଣ- ବଳରାମଙ୍କୁ ମାରିବା ପାଇଁ ଘୋର ତପସ୍ୟା ବଳରେ ଶିବଙ୍କୁ ପ୍ରସନ୍ନ ତ୍ରିଶୂଳ ପ୍ରାପ୍ତ କରିଛନ୍ତି ମହାରାଜା କଂସାସୁର । ଏପଟେ ରାଜ ଦରବାରରେ ପହଞ୍ଚି କୃଷ୍ଣ- ବଳରାମଙ୍କୁ ନିଜ ସହ ମଥୁରା ନେଇ ଆସିଥିବା ଖବର ଦେଇଛନ୍ତି ମନ୍ତ୍ରୀ ଅକ୍ରୂର କ୍ଷ ଆନନ୍ଦ ସହିତ ଅଜଣା ଆତଙ୍କରେ ଆତଙ୍କିତ ହୋଇ ପଡ଼ିଛନ୍ତି କଂସ ।