କରଣଭୀର ମେହେରା ଜିତିଲେ ବିଗ୍‌ବସ୍‌-୧୮ର ଟାଇଟଲ , ଟ୍ରଫି ସହ ହାତେଇଲେ ୫୦ ଲକ୍ଷ ଟଙ୍କା

ମୁମ୍ଵାଇ ୨୦।୦୧; କଲର୍ସ ଟିଭିର ପପୁଲାର ଶୋ ବିଗ୍‌ବସ୍‌ । ଏହି ଶୋ’ର  ବିଜେତା ଏବେ ମିଳିଯାଇଛି । କରଣଭୀର 'ବିଗ୍ ବସ୍ -୧୮'ର ବିଜେତା ହୋଇଛନ୍ତି। କରଣଭୀର ମେହେରା ଶୋ’ରେ ଟ୍ରଫି ହାତେଇଛନ୍ତି। ଟ୍ରଫି ବ୍ୟତୀତ ତାଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଏବଂ ବିଳାସପୂର୍ଣ୍ଣ ହୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ୍ କାର ପ୍ରଦାନ କରାଯାଇଛି। ଭିଭିଆନ୍ ଡିସେନା ପ୍ରଥମ ରନର୍ ଅପ୍ ହୋଇଛନ୍ତି । ରଜତ ଦଲାଲଙ୍କ ଏଲିମେନସନ ପରେ କରଣଭୀର ମେହେରା ଏବଂ ଭିଭିଆନ୍ ଡିସେନାଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। View this post on InstagramA post shared by ColorsTV (@colorstv)ସଲମାନ ଖାନ ଏହି ନାମ ଘୋଷଣା କରିଥିଲେପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ସଲମାନ ଖାନ ବିଗ୍ ବସ୍ ୧୮ ର ବିଜେତା ଘୋଷଣା କରୁଥିବା ଦେଖିବାକୁ ମିଳିଥିଲା । ବିଜେତା ଘୋଷଣା କରିବା ପୂର୍ବରୁ ସଲମାନ କରଣଭୀର ମେହେରା ଏବଂ ଭିଭିଆନ୍ ଡିସେନାଙ୍କ ହାତ ଧରିଥିଲେ। ଏହା ପରେ ସଲମାନ କରଣଭୀର ମେହେରାଙ୍କ ହାତ ଉଠାଇ ତାଙ୍କୁ ବିଜେତା ଘୋଷଣା କରିଥିଲେ। ଏହି ଘୋଷଣା କରିବା ପରେ କରଣଭୀରଙ୍କ ପ୍ରଶଂସକଙ୍କ ଖୁସିର କୌଣସି ସୀମା ନଥିଲା । ଟପ୍ ୩ରେ ଆସିବା ପରେ ରଜତଙ୍କୁ ବାହାର କରାଯାଇଥିଲାପ୍ରଶଂସକମାନଙ୍କ ପାଇଁ ରଜତ ଦଲାଲଙ୍କ ଏଲିମେନେସନ ସବୁଠାରୁ ଚକିତ କରିଥିଲା। ଟପ ୩ରେ ଆସି ତାଙ୍କୁ ଫାଇନାଲ୍ ରେସ୍ ବାହାରେ ରହିବାକୁ ପଡିଲା । ତେବେ ଜନସାଧାରଣଙ୍କ

କରଣଭୀର ମେହେରା ଜିତିଲେ ବିଗ୍‌ବସ୍‌-୧୮ର ଟାଇଟଲ , ଟ୍ରଫି ସହ ହାତେଇଲେ ୫୦ ଲକ୍ଷ ଟଙ୍କା

ମୁମ୍ଵାଇ ୨୦।୦୧; କଲର୍ସ ଟିଭିର ପପୁଲାର ଶୋ ବିଗ୍‌ବସ୍‌ । ଏହି ଶୋ’ର  ବିଜେତା ଏବେ ମିଳିଯାଇଛି । କରଣଭୀର 'ବିଗ୍ ବସ୍ -୧୮'ର ବିଜେତା ହୋଇଛନ୍ତି। କରଣଭୀର ମେହେରା ଶୋ’ରେ ଟ୍ରଫି ହାତେଇଛନ୍ତି। ଟ୍ରଫି ବ୍ୟତୀତ ତାଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଏବଂ ବିଳାସପୂର୍ଣ୍ଣ ହୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ୍ କାର ପ୍ରଦାନ କରାଯାଇଛି। ଭିଭିଆନ୍ ଡିସେନା ପ୍ରଥମ ରନର୍ ଅପ୍ ହୋଇଛନ୍ତି । ରଜତ ଦଲାଲଙ୍କ ଏଲିମେନସନ ପରେ କରଣଭୀର ମେହେରା ଏବଂ ଭିଭିଆନ୍ ଡିସେନାଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। 

ସଲମାନ ଖାନ ଏହି ନାମ ଘୋଷଣା କରିଥିଲେ

ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ସଲମାନ ଖାନ ବିଗ୍ ବସ୍ ୧୮ ର ବିଜେତା ଘୋଷଣା କରୁଥିବା ଦେଖିବାକୁ ମିଳିଥିଲା । ବିଜେତା ଘୋଷଣା କରିବା ପୂର୍ବରୁ ସଲମାନ କରଣଭୀର ମେହେରା ଏବଂ ଭିଭିଆନ୍ ଡିସେନାଙ୍କ ହାତ ଧରିଥିଲେ। ଏହା ପରେ ସଲମାନ କରଣଭୀର ମେହେରାଙ୍କ ହାତ ଉଠାଇ ତାଙ୍କୁ ବିଜେତା ଘୋଷଣା କରିଥିଲେ। ଏହି ଘୋଷଣା କରିବା ପରେ କରଣଭୀରଙ୍କ ପ୍ରଶଂସକଙ୍କ ଖୁସିର କୌଣସି ସୀମା ନଥିଲା । 

ଟପ୍ ୩ରେ ଆସିବା ପରେ ରଜତଙ୍କୁ ବାହାର କରାଯାଇଥିଲା

ପ୍ରଶଂସକମାନଙ୍କ ପାଇଁ ରଜତ ଦଲାଲଙ୍କ ଏଲିମେନେସନ ସବୁଠାରୁ ଚକିତ କରିଥିଲା। ଟପ ୩ରେ ଆସି ତାଙ୍କୁ ଫାଇନାଲ୍ ରେସ୍ ବାହାରେ ରହିବାକୁ ପଡିଲା । ତେବେ ଜନସାଧାରଣଙ୍କ ଭୋଟ୍ ଅଭାବରୁ ସେ ଟପ୍‌ ୩ରୁ ବାହାରିଥିଲେ।