କରଦାତାଙ୍କ ପାଇଁ ଖୁସି ଖବର: ପାନ୍‌ ୨.୦କୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨୬ା୧୧(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥତ୍କ ବ୍ୟାପାର କ୍ୟାବିନେଟ୍‌ କମିଟି ଆୟକର ବିଭାଗର ସ୍ଥାୟୀ ଅକାଉଣ୍ଟ ନମ୍ବରର ଦ୍ୱିତୀୟ ପର୍ଯ୍ୟାୟ (ପାନ୍‌ ୨.୦) ପ୍ରକଳ୍ପକୁ ସୋମବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। କରଦାତାମାନଙ୍କୁ ସହାୟତା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଉଛି। ଏହି ପ୍ରକଳ୍ପ ପାଇଁ ୧,୪୩୫ କୋଟି ଟଙ୍କା ବ୍ୟୟ ହେବ। ସରକାରୀ ସଂସ୍ଥାଗୁଡ଼ିକର ସମସ୍ତ ଡିଜିଟାଲ ସିଷ୍ଟମ୍‌ ପାଇଁ ଏହି ପାନ୍‌ ‘ସାଧାରଣ ବ୍ୟବସାୟ ପରିଚୟକର୍ତ୍ତା’ ହେବ। ପାନ୍‌ ୨.୦ ପ୍ରୋଜେକ୍ଟ ଟିକସଦାତା ପଞ୍ଜୀକରଣ ସେବାର ପ୍ରଯୁକ୍ତିଚାଳିତ […] The post କରଦାତାଙ୍କ ପାଇଁ ଖୁସି ଖବର: ପାନ୍‌ ୨.୦କୁ କ୍ୟାବିନେଟ୍‌ ମଞ୍ଜୁରୀ appeared first on Dharitri Odia News.

କରଦାତାଙ୍କ ପାଇଁ ଖୁସି ଖବର: ପାନ୍‌ ୨.୦କୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨୬ା୧୧(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥତ୍କ ବ୍ୟାପାର କ୍ୟାବିନେଟ୍‌ କମିଟି ଆୟକର ବିଭାଗର ସ୍ଥାୟୀ ଅକାଉଣ୍ଟ ନମ୍ବରର ଦ୍ୱିତୀୟ ପର୍ଯ୍ୟାୟ (ପାନ୍‌ ୨.୦) ପ୍ରକଳ୍ପକୁ ସୋମବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। କରଦାତାମାନଙ୍କୁ ସହାୟତା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଉଛି। ଏହି ପ୍ରକଳ୍ପ ପାଇଁ ୧,୪୩୫ କୋଟି ଟଙ୍କା ବ୍ୟୟ ହେବ। ସରକାରୀ ସଂସ୍ଥାଗୁଡ଼ିକର ସମସ୍ତ ଡିଜିଟାଲ ସିଷ୍ଟମ୍‌ ପାଇଁ ଏହି ପାନ୍‌ ‘ସାଧାରଣ ବ୍ୟବସାୟ ପରିଚୟକର୍ତ୍ତା’ ହେବ। ପାନ୍‌ ୨.୦ ପ୍ରୋଜେକ୍ଟ ଟିକସଦାତା ପଞ୍ଜୀକରଣ ସେବାର ପ୍ରଯୁକ୍ତିଚାଳିତ ପରିବର୍ତ୍ତନରେ ସହାୟକ ପାନ୍‌ ୨.୦କୁ ହେବା ସହ ଉନ୍ନତ ମାନର ତ୍ୱରିତ୍‌ ସେବା ମିଳିପାରିବ।

ଏହା ସତ୍ୟ ଓ ତଥ୍ୟ ସ୍ଥିରତାର ଏକକ ଉତ୍ସ ହେବା ସହ ପରିବେଶ ଏବଂ ମୂଲ୍ୟ ଅନୁକୂଳ ହେବ। ବର୍ତ୍ତମାନ ପ୍ରଚଳିତ ପାନ୍‌/ଟାନ୍‌ ୧.୦ ତୁଳନାରେ ଏହା ଉନ୍ନତ ମାନର ହୋଇଥିବାରୁ କରଦାତାମାନଙ୍କ ପାଇଁ ପ୍ରୋସେସିଂ ସମୟ କମ୍‌ ଲାଗିବା ସହ ସୁରକ୍ଷାଗତ ଦୃଷ୍ଟିରୁ ଉନ୍ନତ ଏବଂ ସରକାରୀ ସେବା ଉପଲବ୍ଧ କରିବା ପାଇଁ ସରଳ ହେବ। ଏଥିରେ କ୍ୟୁଆର୍‌ କୋଡ୍‌ ରହିବ। ନୂଆ ପାନ୍‌ କାର୍ଡ ପାଇବା ପାଇଁ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ। ବର୍ତ୍ତମାନର କାର୍ଡ ବୈଧ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

The post କରଦାତାଙ୍କ ପାଇଁ ଖୁସି ଖବର: ପାନ୍‌ ୨.୦କୁ କ୍ୟାବିନେଟ୍‌ ମଞ୍ଜୁରୀ appeared first on Dharitri Odia News.