କରାଚୀ-କ୍ୱେଟା ହାଇ ୱେରେ ପାକିସ୍ତାନ ସେନା ଉପରେ ଆକ୍ରମଣ, ୩୨ ଜବାନ ନିହତ
ଖୁଜଦାର ୨୫।୫: ପାକିସ୍ତାନ କରାଚୀ-କ୍ୱେଟା ହାଇ ୱେର ଖୁଜଦାର ଜିରୋ ପଏଣ୍ଟ ନିକଟରେ ସେନାକୁ ଲକ୍ଷ୍ୟ କରି ଆଇଡି ବିସ୍ଫୋରଣ ହୋଇଛି। ଫଳରେ ୩୨ ଜଣ ଜବାନ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଜବାନ ଆହତ ହୋଇଛନ୍ତି। ପାକିସ୍ତାନର ଦୁର୍ଗମ ଅଞ୍ଚଳରେ ଆତଙ୍କୀ କାଣ୍ଡ ସାଧାରଣ ଘଟଣା ଥିଲା, ହେଲେ ଏବେ ପ୍ରମୁଖ ସହରାଞ୍ଚଳରେ ଆତଙ୍କବାଦୀ କାଣ୍ଡ ଲୋକଙ୍କୁ ଆତଙ୍କିତ କରିଛି। ଲୋକଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କରାଚୀ-କ୍ୱେଟା ରାଜମାର୍ଗରେ ବିସ୍ଫୋରକ ଏକ କାରରେ ଲଗାଯାଇଥିଲା। ସେନା ବାହନ ଯିବା ବେଳେ ଏଥିରେ ବିସ୍ଫୋରଣ ହୋଇଛି। ସୂଚନା ମୁତାବକ ସେନା କାରକେଡରେ ମୋଟ ୮ଟି ବାହନ ଥିଲା। ଏଥିରେ ୩ଟି ବାହନ ସିଧା ପ୍ରଭାବିତ ହୋଇଛି। ଏଥିରେ ସେନା କର୍ମଚାରୀଙ୍କ ପରିବାରକୁ ନେଇ ଯାଉଥିବା ଏକ ବସ୍ ମଧ୍ୟ ରହିଛି। ଅଧିକାରୀମାନେ ସେମାନଙ୍କ ସୁରକ୍ଷା ତ୍ରୁଟିକୁ ଏବେ ଲୁଚାଇବାକୁ ଉଦ୍ୟମ କରୁଛନ୍ତି। ଏହି ଘଟଣାକୁ ଏକ ସ୍କୁଲ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ଭାବେ ଦର୍ଶାଇବାକୁ ଉଦ୍ୟମ କରୁଛନ୍ତି। ଏହା ପୂର୍ବରୁ ମେ ୨୧ ତାରିଖ ଦିନ କରାଚୀ-କ୍ୱେଟା ରାଜମାର୍ଗରେ ବଲୁଚିସ୍ତାନର ଖୁଜଦାର ନିକଟରେ ଆର୍ମି ସ୍କୁଲ ବସ୍ କୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ। ଏହି ଘଟଣାରେ ବସ୍ ଡ୍ରାଇଭର ସମେତ ୫ ଜଣ ଛାତ୍ର ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ପାକିସ୍ତାନରେ ସାଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଦୀର୍ଘ ସମୟରୁ ପାକିସ୍ତାନ ଉ
ଖୁଜଦାର ୨୫।୫: ପାକିସ୍ତାନ କରାଚୀ-କ୍ୱେଟା ହାଇ ୱେର ଖୁଜଦାର ଜିରୋ ପଏଣ୍ଟ ନିକଟରେ ସେନାକୁ ଲକ୍ଷ୍ୟ କରି ଆଇଡି ବିସ୍ଫୋରଣ ହୋଇଛି। ଫଳରେ ୩୨ ଜଣ ଜବାନ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଜବାନ ଆହତ ହୋଇଛନ୍ତି। ପାକିସ୍ତାନର ଦୁର୍ଗମ ଅଞ୍ଚଳରେ ଆତଙ୍କୀ କାଣ୍ଡ ସାଧାରଣ ଘଟଣା ଥିଲା, ହେଲେ ଏବେ ପ୍ରମୁଖ ସହରାଞ୍ଚଳରେ ଆତଙ୍କବାଦୀ କାଣ୍ଡ ଲୋକଙ୍କୁ ଆତଙ୍କିତ କରିଛି। ଲୋକଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କରାଚୀ-କ୍ୱେଟା ରାଜମାର୍ଗରେ ବିସ୍ଫୋରକ ଏକ କାରରେ ଲଗାଯାଇଥିଲା। ସେନା ବାହନ ଯିବା ବେଳେ ଏଥିରେ ବିସ୍ଫୋରଣ ହୋଇଛି। ସୂଚନା ମୁତାବକ ସେନା କାରକେଡରେ ମୋଟ ୮ଟି ବାହନ ଥିଲା। ଏଥିରେ ୩ଟି ବାହନ ସିଧା ପ୍ରଭାବିତ ହୋଇଛି। ଏଥିରେ ସେନା କର୍ମଚାରୀଙ୍କ ପରିବାରକୁ ନେଇ ଯାଉଥିବା ଏକ ବସ୍ ମଧ୍ୟ ରହିଛି। ଅଧିକାରୀମାନେ ସେମାନଙ୍କ ସୁରକ୍ଷା ତ୍ରୁଟିକୁ ଏବେ ଲୁଚାଇବାକୁ ଉଦ୍ୟମ କରୁଛନ୍ତି। ଏହି ଘଟଣାକୁ ଏକ ସ୍କୁଲ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ଭାବେ ଦର୍ଶାଇବାକୁ ଉଦ୍ୟମ କରୁଛନ୍ତି।
ଏହା ପୂର୍ବରୁ ମେ ୨୧ ତାରିଖ ଦିନ କରାଚୀ-କ୍ୱେଟା ରାଜମାର୍ଗରେ ବଲୁଚିସ୍ତାନର ଖୁଜଦାର ନିକଟରେ ଆର୍ମି ସ୍କୁଲ ବସ୍ କୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ। ଏହି ଘଟଣାରେ ବସ୍ ଡ୍ରାଇଭର ସମେତ ୫ ଜଣ ଛାତ୍ର ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ପାକିସ୍ତାନରେ ସାଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଦୀର୍ଘ ସମୟରୁ ପାକିସ୍ତାନ ଉପରେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବାର ଅଭିଯୋଗ ହୋଇ ଆସୁଛି। ଏବେ ପାକିସ୍ତାନ ଭିତରେ ଆତଙ୍କବାଦୀ କାଣ୍ଡ ବଢିବାକୁ ଲାଗିଥିବା ବେଳେ ସୁରକ୍ଷା ଏଜେନ୍ସୀଙ୍କ ଦୁର୍ବଳତା ପଦାରେ ପଡୁଛି। ପାକିସ୍ତାନର ଆତଙ୍କବାଦୀ ପୋଷଣ ମନବୃତ୍ତି ଏବେ ନିଜ ପାଇଁ ଘାତକ ପାଲଟିଛି। ଆତଙ୍କବାଦୀଙ୍କୁ ପାଳିବାର ମୂଲ୍ୟ ଏବେ ପାକିସ୍ତାନକୁ ଦେବାକୁ ପଡୁଛି।