ସ୍କୁଲ ବୁଲିଲେ, ମଧ୍ୟାହ୍ନଭୋଜନର ସ୍ଥିତି ପରଖିଲେ ଜିଲ୍ଲାପାଳ, ପିଲାଙ୍କୁ ପଢାଇଲେ ପାଠ

ଆଠଗଡ ୦୪/୧୦: ପିଲାଙ୍କୁ ପଢାଇଲେ ଜିଲ୍ଲାପାଳ । ଖାଲି ପାଠ ପଢାଇଲେନି ତ ମଧ୍ୟାହ୍ନ ଭୋଜନର ସ୍ଥତି ବି ପରଖିଲେ । ଆହୁରି ବି ପିଲାମାନଙ୍କୁ ସେମାନଙ୍କର ଲକ୍ଷ୍ୟ କଣ ପଚାରିଥିଲେ ଜିଲ୍ଲାପାଳ । ଛାତ୍ରଛାତ୍ରୀ ବି ଜିଲ୍ଲାପାଳଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ।   ସୂଚନା ଥାଉକି, ଆଠଗଡ ବ୍ଲକ ଛ ଅଗାଁ ଗସ୍ତରେ ଯାଇଥିଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ୍ ସିନ୍ଧେ । ଏହି ଅବସରରେ ସେ ଛଅଗାଁରେ ଥିବା ଉତ୍କଳ ମଣି ବିଦ୍ୟାପୀଠକୁ ବୁଲିଥିଲେ । ଖାସ୍ କରି ସ୍କୁଲର ଦଶମ ଶ୍ରେଣି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଥିଲେ ଜିଲ୍ଲାପାଳ ।ତେବେ ଜିଲ୍ଲାପାଳ ପାଠ ପଢାଇବା ପରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ବଢିବା ସହ ଏହା ସ୍କୁଲ ପାଇଁ ଗର୍ବର ବିଷୟ ବୋଲି ଶିକ୍ଷୟିତ୍ରୀ କହିଛନ୍ତି।

ସ୍କୁଲ ବୁଲିଲେ, ମଧ୍ୟାହ୍ନଭୋଜନର ସ୍ଥିତି ପରଖିଲେ ଜିଲ୍ଲାପାଳ, ପିଲାଙ୍କୁ ପଢାଇଲେ ପାଠ

ଆଠଗଡ ୦୪/୧୦: ପିଲାଙ୍କୁ ପଢାଇଲେ ଜିଲ୍ଲାପାଳ । ଖାଲି ପାଠ ପଢାଇଲେନି ତ ମଧ୍ୟାହ୍ନ ଭୋଜନର ସ୍ଥତି ବି ପରଖିଲେ । ଆହୁରି ବି ପିଲାମାନଙ୍କୁ ସେମାନଙ୍କର ଲକ୍ଷ୍ୟ କଣ ପଚାରିଥିଲେ ଜିଲ୍ଲାପାଳ । ଛାତ୍ରଛାତ୍ରୀ ବି ଜିଲ୍ଲାପାଳଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । 

 

 ସୂଚନା ଥାଉକି, ଆଠଗଡ ବ୍ଲକ ଛ ଅଗାଁ ଗସ୍ତରେ ଯାଇଥିଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ୍ ସିନ୍ଧେ । ଏହି ଅବସରରେ ସେ ଛଅଗାଁରେ ଥିବା ଉତ୍କଳ ମଣି ବିଦ୍ୟାପୀଠକୁ ବୁଲିଥିଲେ । ଖାସ୍ କରି ସ୍କୁଲର ଦଶମ ଶ୍ରେଣି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଥିଲେ ଜିଲ୍ଲାପାଳ ।

ତେବେ ଜିଲ୍ଲାପାଳ ପାଠ ପଢାଇବା ପରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ବଢିବା ସହ ଏହା ସ୍କୁଲ ପାଇଁ ଗର୍ବର ବିଷୟ ବୋଲି ଶିକ୍ଷୟିତ୍ରୀ କହିଛନ୍ତି।