କରାପଲ୍ଲୀ ପୋଖରୀରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ଗୋପାଳପୁର, ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ମୁଖ୍ୟ ରାସ୍ତାରେ ଥିବା ସୁରୋମା ବନ୍ଦରୁ ସକାଳେ ଜଣେ ଯୁବତୀଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି l ମୃତ ଯୁବତୀ ଜଣକ ହେଲେ ଗୋପାଳପୁର ହରିଜନ ସାହିର ସ୍ନେହଲତା ନାୟକ, ବୟସ ପ୍ରାୟ ୧୯ ବୋଲି ପୁଲିସ କହିଛି l ସୂଚନା ପ୍ରକାରେ ସ୍ନେହଲତା ଗତ ଶୁକ୍ରବାର ଦିନ ୧୧ ଘଣ୍ଟା ସମୟରେ ଘରୁ ଚାଲିଯାଇ ଥିବା ବେଳେ ତାଙ୍କର ମୋବାଇଲ ବନ୍ଦ ରହିଥିଲା l ପରିବାର ବହୁ […] The post କରାପଲ୍ଲୀ ପୋଖରୀରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର appeared first on Odisha.News.

କରାପଲ୍ଲୀ ପୋଖରୀରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ଗୋପାଳପୁର, ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ମୁଖ୍ୟ ରାସ୍ତାରେ ଥିବା ସୁରୋମା ବନ୍ଦରୁ ସକାଳେ ଜଣେ ଯୁବତୀଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି l ମୃତ ଯୁବତୀ ଜଣକ ହେଲେ ଗୋପାଳପୁର ହରିଜନ ସାହିର ସ୍ନେହଲତା ନାୟକ, ବୟସ ପ୍ରାୟ ୧୯ ବୋଲି ପୁଲିସ କହିଛି l ସୂଚନା ପ୍ରକାରେ ସ୍ନେହଲତା ଗତ ଶୁକ୍ରବାର ଦିନ ୧୧ ଘଣ୍ଟା ସମୟରେ ଘରୁ ଚାଲିଯାଇ ଥିବା ବେଳେ ତାଙ୍କର ମୋବାଇଲ ବନ୍ଦ ରହିଥିଲା l ପରିବାର ବହୁ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସୂଚନା ପାଇଁ ନଥିଲେ l ପରେ ଗୋପାଳପୁର ଥାନାରେ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଆଜି ସକାଳୁ କରାପଲ୍ଲୀ ମୁଖ୍ୟ ରାସ୍ତାରେ ଥିବା ପୋଖରୀରେ ଜଣକ ମୃତ ଦେହ ଭାସୁଥିବା ନେଇ ଗ୍ରାମର ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ l ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦେଖିବା ବେଳେ ମୃତ ଶବଟି ଭାସୁ ଅଛି l ପରେ ଅଗ୍ନିଶମ ବାହିନୀ ପହଞ୍ଚି ଶବଟିକୁ ଉଦ୍ଧାର କରି କୂଳକୁ ଆଣିଥିଲେ l ଆଣିବା ପରେ ଶବଟି ଜଣେ ଯୁବତୀର ବୋଲି ଜାଣିବାକୁ ପୁଲିସ ପାଇଥିଲା l ଖବର ପ୍ରସାର ପରେ ମୃତଙ୍କ ପରିବାର ଖବର ପାଇଁ ସେଠାରେ ପହଞ୍ଚି ଶବ ଚିହ୍ନଟ କରିଥିଲେ l ପରେ ପୁଲିସ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠାଇଥିଲା l ମୃତ ଯୁବତୀର ବାପା ନାରାୟଣ ନାୟକ ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୩/୨୪ ଅପମୃତ ମାମଲା ରୁଜୁ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୁଲିସ ସୂଚନା ଦେଇଛି l ଏ ନେଇ ବାପା ସ୍ନେହଲତାର ଦେହରେ ଖଣ୍ଡିଆ ଖାବରା ଚିହ୍ନ ଥିବାରୁ ଏହାର ତଦନ୍ତ କରାଯାଉ ବୋଲି ଅଭିଯୋଗ କରିଛନ୍ତି l ମୃତ ଯୁବତୀ ଜଣକ ଆଇଟିଆଇ ଦ୍ବିତୀୟ ବର୍ଷର ଛାତ୍ରୀ ଜଣାପଡିଛି l

The post କରାପଲ୍ଲୀ ପୋଖରୀରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର appeared first on Odisha.News.