କରୋଲିନାରେ ଭୟଙ୍କର ଦୁର୍ଘଟଣା; ୨୦ ଫୁଟ୍ ଉପରେ ଉଡ଼ିଲା କାର୍, ୩ ଭାରତୀୟ ମୃତ
ନୂଆଦିଲ୍ଲୀ: ଆମେରିକାର ଦକ୍ଷିଣ କରୋଲିନାରେ ମର୍ମନ୍ତୁଦ ଦୁର୍ଘଟଣା । ଜାତୀୟ ରାଜପଥରେ କାର୍ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୩ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଗୁଜରାଟର ରେଖାବେନ ପଟେଲ, ସଙ୍ଗୀତାବେନ ପଟେଲ ଏବଂ ମୁନିଷବେନ୍ ପଟେଲ । ଏସୟୁଭି କାର୍ ନିୟନ୍ତ୍ରଣ ହରାଇ ରାସ୍ତ ପାର୍ଶ୍ବରେ ଥିବା ଗଛକୁ ଧକା ଦେବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା କାର୍ଟି ୨୦ଫୁଟ୍ ପର୍ଯ୍ୟନ୍ତ ଆକାଶରେ ଉଡ଼ି ଗୋଟିଏ ଲାଇନରୁ ଅନ୍ୟ ଏକ ଲାଇନରେ ପଡ଼ିଥିଲା । ଆମେରିକାର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଏସୟୁଭି କାର୍ଟି ଦକ୍ଷିଣ କରୋଲିନାର ଗ୍ରୀନଓ୍ବିଲେ କାଉଣ୍ଟିର ଏକ ପୋଲରେ ପିଟିହୋଇ ରାସ୍ତା ତଳକୁ ଖସିପଡ଼ିଥିଲା । ଏସୟୁଭି I-85 କାର୍କୁ ନିର୍ଦ୍ଧାରିତ ଗତି ଠାରୁ ଅଧିକ ସ୍ପିଡରେ ଚଳାଉଥିଲେ ଡ୍ରାଇଭର । ଅଧିକାରୀ ଜଣଙ୍କ କହିଛନ୍ତି, ଦୁର୍ଘଟଣାରେ ଏହି ତିନି ମହିଳାଙ୍କ ବ୍ୟତୀତ ଅନ୍ୟ କୌଣସି ଲୋକ ଆହତ ହୋଇନାହାନ୍ତି । କାର୍ଟି ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । କୁହାଯାଉଛି, ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ପ୍ରଥମେ ପୋଲରେ ପିଟି ହୋଇଥିଲା ଗାଡ଼ି ପରେ ୨୦ ଫୁଟ୍ ଉଚ୍ଚକୁ ଉଠି ରାସ୍ତା ପାର୍ଶ୍ବରେ ଥିବା କିଛି ଗଛରେ ପିଟି ହୋଇଥିଲା । ଖବର ମିଳିବା ପରେ ହାଇଓ୍ବେ ପାଟ୍ରୋଲିଂ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ବହୁ ତଦନ୍ତ ପରେ ତିନି ମହ
ନୂଆଦିଲ୍ଲୀ: ଆମେରିକାର ଦକ୍ଷିଣ କରୋଲିନାରେ ମର୍ମନ୍ତୁଦ ଦୁର୍ଘଟଣା । ଜାତୀୟ ରାଜପଥରେ କାର୍ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୩ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଗୁଜରାଟର ରେଖାବେନ ପଟେଲ, ସଙ୍ଗୀତାବେନ ପଟେଲ ଏବଂ ମୁନିଷବେନ୍ ପଟେଲ । ଏସୟୁଭି କାର୍ ନିୟନ୍ତ୍ରଣ ହରାଇ ରାସ୍ତ ପାର୍ଶ୍ବରେ ଥିବା ଗଛକୁ ଧକା ଦେବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା କାର୍ଟି ୨୦ଫୁଟ୍ ପର୍ଯ୍ୟନ୍ତ ଆକାଶରେ ଉଡ଼ି ଗୋଟିଏ ଲାଇନରୁ ଅନ୍ୟ ଏକ ଲାଇନରେ ପଡ଼ିଥିଲା ।
ଆମେରିକାର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଏସୟୁଭି କାର୍ଟି ଦକ୍ଷିଣ କରୋଲିନାର ଗ୍ରୀନଓ୍ବିଲେ କାଉଣ୍ଟିର ଏକ ପୋଲରେ ପିଟିହୋଇ ରାସ୍ତା ତଳକୁ ଖସିପଡ଼ିଥିଲା । ଏସୟୁଭି I-85 କାର୍କୁ ନିର୍ଦ୍ଧାରିତ ଗତି ଠାରୁ ଅଧିକ ସ୍ପିଡରେ ଚଳାଉଥିଲେ ଡ୍ରାଇଭର । ଅଧିକାରୀ ଜଣଙ୍କ କହିଛନ୍ତି, ଦୁର୍ଘଟଣାରେ ଏହି ତିନି ମହିଳାଙ୍କ ବ୍ୟତୀତ ଅନ୍ୟ କୌଣସି ଲୋକ ଆହତ ହୋଇନାହାନ୍ତି ।
କାର୍ଟି ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । କୁହାଯାଉଛି, ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ପ୍ରଥମେ ପୋଲରେ ପିଟି ହୋଇଥିଲା ଗାଡ଼ି ପରେ ୨୦ ଫୁଟ୍ ଉଚ୍ଚକୁ ଉଠି ରାସ୍ତା ପାର୍ଶ୍ବରେ ଥିବା କିଛି ଗଛରେ ପିଟି ହୋଇଥିଲା । ଖବର ମିଳିବା ପରେ ହାଇଓ୍ବେ ପାଟ୍ରୋଲିଂ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ବହୁ ତଦନ୍ତ ପରେ ତିନି ମହିଳା ଗୁଜରାଟ ବୋଲି ଜଣାପଡ଼ିଛି ।