କର୍ଣ୍ଣାଟକ ଲୋକାୟୁକ୍ତଙ୍କୁ IASଙ୍କ ବିରୋଧରେ ଅଭିଯୋଗ କଲେ ଗାୟକ ଲକି ଅଲୀ, ଜାଣନ୍ତୁ କାହିଁକି?
ବେଙ୍ଗାଲୁରୁ ୨୨।୬: ବଲିଉଡ ଗାୟକ ଲକି ଅଲୀ ଆଇଏଏସ୍ ଅଧିକାରୀ ରୋହିଣୀ ସିନ୍ଧୁରୀ, ତାଙ୍କ ସ୍ୱାମୀ ଓ ଦିଅରଙ୍କ ବିରୋଧରେ ଜମି ହଡ଼ପର ଅଭିଯୋଗ ଆଣିଛନ୍ତି। ଏ ନେଇ ଅଲୀ କର୍ଣ୍ଣାଟକ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିବା ଗାୟକ ତାଙ୍କ ସୋସିଆଲ ମିଡିଆରେ ଦେଇଛନ୍ତି। ଏଥିରେ ସେ ସମସ୍ତଙ୍କ ନାମ ଲେଖି କିପରି ଜମିକୁ ଅବୈଧ ଅତିକ୍ରମଣ କରାଗଲା ଓ ଏଥି ପାଇଁ ସରକାରୀ ଅର୍ଥର କିପରି ବ୍ୟବହାର ହେଲା ଜଣାଇଛନ୍ତି। ଗାୟକ ଲକି ଅଲୀ ଯେଉଁ ଜମି କାଗଜପତ୍ର ସଲଗ୍ନ କରିଛନ୍ତି ସେଥିରେ ରୋହିଣୀ ସିନ୍ଧୁରୀ, ତାଙ୍କ ସ୍ୱାମୀ ସୁଧୀର ରେଡ୍ଡୀ ଓ ଦିଅର ମଧୁସୂଦନ ରେଡ୍ଡୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ ଅଧିକାରୀ ସରକାରୀ ସଂସାଧନର ଦୂରୁପଯୋଗ କରି ଜମିକୁ ବେଆଇନ ଅତିକ୍ରମଣ କରିଛନ୍ତି। ତେବେ କଥିତ ଭୂମି ଦୁର୍ନୀତି ନେଇ ଲକି ଅଲୀଙ୍କ ଏହା ପ୍ରଥମ ଅଭିଯୋଗ ନୁହେଁ। ଏ ନେଇ ସେ ସହରର ୟେଲହଙ୍କା ନ୍ୟୁ ଟାଉନ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଗାୟକ ଓ ଆଇଏଏସ୍ ଅଫିସରଙ୍କ ମଧ୍ୟରେ ଏହି ଜମିକୁ ନେଇ ଦୀର୍ଘ ସମୟରୁ ବିବାଦ ଲାଗି ରହିଛି। କିଛି ବର୍ଷ ପୂର୍ବେ ଲକି ଅଲୀ ସୋସିଆଲ ମିଡିଆରେ ଅଭିଯୋଗ କରିଥିଲେ ଯେ ସ୍ଥାନୀୟ ପୋଲିସ ଆଇଏଏସ୍ ଅଫିସରଙ୍କୁ ସମର୍ଥନ କରୁଛି ଏଣୁ ମାମଲାରେ ଉଚ୍ଚ ଅଧିକାରୀଙ୍କ ହସ୍ତକ୍ଷେପ ପାଇଁ ନିବେଦନ କରିଥିଲେ। ସେ ଏହା ବି ଅଭିଯୋଗ କରିଛନ୍ତି ଯେ ଜମି ମାଫିଆ ଅବୈଧ ରୂପେ ଖେତ ହଡପ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। କଥିତ ସ
ବେଙ୍ଗାଲୁରୁ ୨୨।୬: ବଲିଉଡ ଗାୟକ ଲକି ଅଲୀ ଆଇଏଏସ୍ ଅଧିକାରୀ ରୋହିଣୀ ସିନ୍ଧୁରୀ, ତାଙ୍କ ସ୍ୱାମୀ ଓ ଦିଅରଙ୍କ ବିରୋଧରେ ଜମି ହଡ଼ପର ଅଭିଯୋଗ ଆଣିଛନ୍ତି। ଏ ନେଇ ଅଲୀ କର୍ଣ୍ଣାଟକ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିବା ଗାୟକ ତାଙ୍କ ସୋସିଆଲ ମିଡିଆରେ ଦେଇଛନ୍ତି। ଏଥିରେ ସେ ସମସ୍ତଙ୍କ ନାମ ଲେଖି କିପରି ଜମିକୁ ଅବୈଧ ଅତିକ୍ରମଣ କରାଗଲା ଓ ଏଥି ପାଇଁ ସରକାରୀ ଅର୍ଥର କିପରି ବ୍ୟବହାର ହେଲା ଜଣାଇଛନ୍ତି।
ଗାୟକ ଲକି ଅଲୀ ଯେଉଁ ଜମି କାଗଜପତ୍ର ସଲଗ୍ନ କରିଛନ୍ତି ସେଥିରେ ରୋହିଣୀ ସିନ୍ଧୁରୀ, ତାଙ୍କ ସ୍ୱାମୀ ସୁଧୀର ରେଡ୍ଡୀ ଓ ଦିଅର ମଧୁସୂଦନ ରେଡ୍ଡୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ ଅଧିକାରୀ ସରକାରୀ ସଂସାଧନର ଦୂରୁପଯୋଗ କରି ଜମିକୁ ବେଆଇନ ଅତିକ୍ରମଣ କରିଛନ୍ତି। ତେବେ କଥିତ ଭୂମି ଦୁର୍ନୀତି ନେଇ ଲକି ଅଲୀଙ୍କ ଏହା ପ୍ରଥମ ଅଭିଯୋଗ ନୁହେଁ। ଏ ନେଇ ସେ ସହରର ୟେଲହଙ୍କା ନ୍ୟୁ ଟାଉନ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।
ଗାୟକ ଓ ଆଇଏଏସ୍ ଅଫିସରଙ୍କ ମଧ୍ୟରେ ଏହି ଜମିକୁ ନେଇ ଦୀର୍ଘ ସମୟରୁ ବିବାଦ ଲାଗି ରହିଛି। କିଛି ବର୍ଷ ପୂର୍ବେ ଲକି ଅଲୀ ସୋସିଆଲ ମିଡିଆରେ ଅଭିଯୋଗ କରିଥିଲେ ଯେ ସ୍ଥାନୀୟ ପୋଲିସ ଆଇଏଏସ୍ ଅଫିସରଙ୍କୁ ସମର୍ଥନ କରୁଛି ଏଣୁ ମାମଲାରେ ଉଚ୍ଚ ଅଧିକାରୀଙ୍କ ହସ୍ତକ୍ଷେପ ପାଇଁ ନିବେଦନ କରିଥିଲେ। ସେ ଏହା ବି ଅଭିଯୋଗ କରିଛନ୍ତି ଯେ ଜମି ମାଫିଆ ଅବୈଧ ରୂପେ ଖେତ ହଡପ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। କଥିତ ସମ୍ପତ୍ତି ୟେଲହଙ୍କା କଞ୍ଚନହଲ୍ଲୀ ଅଞ୍ଚଳରେ ରହିଛି।
ଡିସେମ୍ବର ୨୦୨୨ ମସିହାରେ ଲକି ଅଲୀ ଏକ ଥ୍ରେଡରେ କର୍ଣ୍ଣାଟକ ପୋଲିସ ମହାନିର୍ଦ୍ଦେଶକଙ୍କୁ ଟ୍ୟାଗ୍ କରି କହିଥିଲେ ଯେ ତାଙ୍କର ଖେତ ଯାହା ଏକ ଟ୍ରଷ୍ଟର ସମ୍ପତ୍ତିକୁ ଆଇଏଏସ୍ ସିନ୍ଧୁରୀଙ୍କ ମାଧ୍ୟମରେ ଭୂ-ମାଫିଆ ସୁଧୀର ରେଡ୍ଡୀ ଓ ମଧୂ ରେଡ୍ଡୀ ଅବୈଧ ରୂପେ ଅତିକ୍ରମଣ କରୁଛନ୍ତି।