ଘୁଞ୍ଚିଲା ୟୁପିଏସ୍‌ସି ପ୍ରିଲିମ୍ସ ପରୀକ୍ଷା ୨୦୨୫ ରେଜିଷ୍ଟ୍ରେସନ ତାରିଖ; ଏହି ଦିନ ସୁଦ୍ଧା କରିବାକୁ ହେବ ଆବେଦନ

ନୂଆଦିଲ୍ଲୀ: ୟୁପିଏସ୍‌ସି ସିଭିଲ୍ ସର୍ଭିସ୍ ପ୍ରିଲିମ୍ସ ପରୀକ୍ଷା ୨୦୨୫ର ପଞ୍ଜିକରଣ ତାରିଖ ଘୁଞ୍ଚାଇ ଦିଆଯାଇଛି। ପ୍ରାର୍ଥୀମାନେ ଏବେ ଫେବୃଆରୀ ୧୮ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଫିସିଆଲ୍ ୱେବସାଇଟ୍ upsconline.gov.in ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ।ଏହା ପୂର୍ବରୁ ୟୁପିଏସସିର ସିଏସ୍ଇ ଆବେଦନର ଶେଷ ତାରିଖ ଫେବୃଆରୀ ୧୧ ପର୍ଯ୍ୟନ୍ତ ଥିଲା। ଏହାକୁ ଆଉ ସପ୍ତାହେ ଘୁଞ୍ଚାଇ ଦିଆଯାଇଛି। ତା’ ସହିତ ଯେଉଁମାନେ ପୂର୍ବରୁ ଆବେଦନ କରିସାରିଛନ୍ତି ସେମାନଙ୍କ ପାଇଁ ଆବେଦନ ପତ୍ରରେ ସଂଶୋଧନ ପାଇଁ ମଉକା ମଧ୍ୟ ଦିଆଯାଇଛି। ଏହା ଫେବ୍ରୁଆରୀ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ କରିହେବ। UPSC CSE ପ୍ରିଲିମ୍ସ ୨୦୨୫ ପାଇଁ କିଭଳି ଆବେଦନ କରିବେ ?୧. UPSCର ଆନୁଷ୍ଠାନିକ ୱେବସାଇଟ୍ upsconline.gov.in ଭିଜିଟ କରନ୍ତୁ। ୨. ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ସ ୨୦୨୫ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।୩. ଯଦି ଆପଣ ପଞ୍ଜିକରଣ କରିନାହାଁନ୍ତି, ତେବେ ଏକ ୱାନ୍-ଟାଇମ୍ ରେଜିଷ୍ଟ୍ରେସନ (OTR) ପ୍ରୋଫାଇଲ୍ ତିଆରି କରନ୍ତୁ।୪. ଲଗ୍ ଇନ୍ କରିବା ଏବଂ ଫର୍ମ ପୂରଣ କରିବା ପାଇଁ ଆପଣଙ୍କର OTR ପ୍ରମାଣପତ୍ର ବ୍ୟବହାର କରନ୍ତୁ।୫. ଆବଶ୍ୟକୀୟ ଫିସ୍ ଦିଅନ୍ତୁ ଏବଂ ଆବେଦନ ଦାଖଲ କରନ୍ତୁ।୬. ଭବିଷ୍ୟତରେ ଆବଶ୍ୟକତା ପାଇଁ ଆବଦେନ ସରିବା ପରେ କନଫରମେସନ ପେଜ୍‌କୁ ଡାଉନଲୋଡ୍ କିମ୍ବା ପ୍ରିଣ୍ଟ କରି ରଖନ୍ତୁ।UPSC CSE ପ୍ରିଲିମ୍ସ ଆବ

ଘୁଞ୍ଚିଲା ୟୁପିଏସ୍‌ସି ପ୍ରିଲିମ୍ସ ପରୀକ୍ଷା ୨୦୨୫ ରେଜିଷ୍ଟ୍ରେସନ ତାରିଖ; ଏହି ଦିନ ସୁଦ୍ଧା କରିବାକୁ ହେବ ଆବେଦନ

ନୂଆଦିଲ୍ଲୀ: ୟୁପିଏସ୍‌ସି ସିଭିଲ୍ ସର୍ଭିସ୍ ପ୍ରିଲିମ୍ସ ପରୀକ୍ଷା ୨୦୨୫ର ପଞ୍ଜିକରଣ ତାରିଖ ଘୁଞ୍ଚାଇ ଦିଆଯାଇଛି। ପ୍ରାର୍ଥୀମାନେ ଏବେ ଫେବୃଆରୀ ୧୮ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଫିସିଆଲ୍ ୱେବସାଇଟ୍ upsconline.gov.in ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ।

ଏହା ପୂର୍ବରୁ ୟୁପିଏସସିର ସିଏସ୍ଇ ଆବେଦନର ଶେଷ ତାରିଖ ଫେବୃଆରୀ ୧୧ ପର୍ଯ୍ୟନ୍ତ ଥିଲା। ଏହାକୁ ଆଉ ସପ୍ତାହେ ଘୁଞ୍ଚାଇ ଦିଆଯାଇଛି। ତା’ ସହିତ ଯେଉଁମାନେ ପୂର୍ବରୁ ଆବେଦନ କରିସାରିଛନ୍ତି ସେମାନଙ୍କ ପାଇଁ ଆବେଦନ ପତ୍ରରେ ସଂଶୋଧନ ପାଇଁ ମଉକା ମଧ୍ୟ ଦିଆଯାଇଛି। ଏହା ଫେବ୍ରୁଆରୀ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ କରିହେବ। 

UPSC CSE ପ୍ରିଲିମ୍ସ ୨୦୨୫ ପାଇଁ କିଭଳି ଆବେଦନ କରିବେ ?

୧. UPSCର ଆନୁଷ୍ଠାନିକ ୱେବସାଇଟ୍ upsconline.gov.in ଭିଜିଟ କରନ୍ତୁ। 
୨. ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ସ ୨୦୨୫ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
୩. ଯଦି ଆପଣ ପଞ୍ଜିକରଣ କରିନାହାଁନ୍ତି, ତେବେ ଏକ ୱାନ୍-ଟାଇମ୍ ରେଜିଷ୍ଟ୍ରେସନ (OTR) ପ୍ରୋଫାଇଲ୍ ତିଆରି କରନ୍ତୁ।
୪. ଲଗ୍ ଇନ୍ କରିବା ଏବଂ ଫର୍ମ ପୂରଣ କରିବା ପାଇଁ ଆପଣଙ୍କର OTR ପ୍ରମାଣପତ୍ର ବ୍ୟବହାର କରନ୍ତୁ।
୫. ଆବଶ୍ୟକୀୟ ଫିସ୍ ଦିଅନ୍ତୁ ଏବଂ ଆବେଦନ ଦାଖଲ କରନ୍ତୁ।
୬. ଭବିଷ୍ୟତରେ ଆବଶ୍ୟକତା ପାଇଁ ଆବଦେନ ସରିବା ପରେ କନଫରମେସନ ପେଜ୍‌କୁ ଡାଉନଲୋଡ୍ କିମ୍ବା ପ୍ରିଣ୍ଟ କରି ରଖନ୍ତୁ।

UPSC CSE ପ୍ରିଲିମ୍ସ ଆବେଦନ ଫିସ୍

• ସାଧାରଣ/ଓବିସି ପ୍ରାର୍ଥୀ: ୧୦୦ ଟଙ୍କା
• ମହିଳା/ଏସସି/ଏସଟି/ପିଡବ୍ଲ୍ୟୁଡି ପ୍ରାର୍ଥୀ: ଛାଡ଼ (କୌଣସି ଫି ଆବଶ୍ୟକ ନାହିଁ)
• ଅନଲାଇନରେ ଦେୟ କରାଯାଇପାରିବ।

ଚଳିତ ବର୍ଷ ପ୍ରାୟ ୯୭୯ ଟି ଖାଲି ପଦବୀ ସିଭିଲ୍ ସର୍ଭିସେସ ପରୀକ୍ଷା  ହେବ। ଏଥିରେ ଚୟନ ପ୍ରକ୍ରିୟାରେ ପ୍ରିଲିମନାରୀ ପରୀକ୍ଷା, ମେନ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ କରାଯିବ।