ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଲଲଙ୍କୁ ମିଳିଲା ଜାମିନ: ବାହାରିଲେ ଜେଲରୁ…
ଯାଜପୁର,୧୩।୧୨: ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଲଲଙ୍କୁ ଜାମିନ ମିଳିଛି। ଜାତିଆଣ ଆକ୍ଷେପ ମାମଲାରେ ଲଲଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। ଲଲଙ୍କୁ ଜାମିନ ଦେଲେ ଜିଲା ଦୌରାଜଜ। ପୂର୍ବରୁ ୪ଟି ମାମଲାରେ ଲଲଙ୍କୁ ଜାମିନ ମିଳିସାରିଛି। ଗତ ୨୦ ତାରିଖ ସନ୍ଧ୍ୟାରେ ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ହୋଇଥିଲା। ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହିତ ମାଡ ମରାଯାଇ ତାଙ୍କ ସୁନାଚେନ୍ ଛଡାଇ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ବିଧାୟକଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଅଙ୍ଗରକ୍ଷୀ […] The post ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଲଲଙ୍କୁ ମିଳିଲା ଜାମିନ: ବାହାରିଲେ ଜେଲରୁ… appeared first on Dharitri Odia News.
ଯାଜପୁର,୧୩।୧୨: ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଲଲଙ୍କୁ ଜାମିନ ମିଳିଛି। ଜାତିଆଣ ଆକ୍ଷେପ ମାମଲାରେ ଲଲଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। ଲଲଙ୍କୁ ଜାମିନ ଦେଲେ ଜିଲା ଦୌରାଜଜ। ପୂର୍ବରୁ ୪ଟି ମାମଲାରେ ଲଲଙ୍କୁ ଜାମିନ ମିଳିସାରିଛି।
ଗତ ୨୦ ତାରିଖ ସନ୍ଧ୍ୟାରେ ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ହୋଇଥିଲା। ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହିତ ମାଡ ମରାଯାଇ ତାଙ୍କ ସୁନାଚେନ୍ ଛଡାଇ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ବିଧାୟକଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଅଙ୍ଗରକ୍ଷୀ (ପିଏସ୍ଓ) ଶକ୍ତିପ୍ରସାଦ ରାଉତ ଅଟକାଇବା ସମୟରେ ବିଜେଡିର ଅନେକ କର୍ମୀ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ଯାଜପୁର ଟାଉନ ଥାନା ଘେରାଉ କରି ଧର୍ମଶାଳା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଥିଲେ। ଅପରପକ୍ଷେ ଭାଜପା ପକ୍ଷରୁ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଓ ତାଙ୍କ ଭାଇ ଭବପ୍ରସାଦ ଦାସ (ଲଲ)ଙ୍କ ସମେତ ଆକ୍ରମଣ କରିଥିବା ବିଜେଡି କର୍ମୀଙ୍କୁ ଗିରଫ ଦାବିରେ ଶତାଧିକ ଭାଜପା କର୍ମୀ ଯାଜପୁର ସଦର ଥାନାକୁ ଘେରାଉ କରିଥିଲେ। ପରେ ବବିଙ୍କ ଭାଇ ଲଲ ଗିରଫ କରାଯାଇଥିଲା।
The post ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଲଲଙ୍କୁ ମିଳିଲା ଜାମିନ: ବାହାରିଲେ ଜେଲରୁ… appeared first on Dharitri Odia News.