କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ୍ ମାମଲା; ପ୍ରଜ୍ବଲ ରେବନ୍ନାଙ୍କ ଭାଇ ଏମଏଲସି ସୁରଜ ରେବନ୍ନା ଗିରଫ
ବେଙ୍ଗାଲୁରୁ: କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲରେ ମୁଖ୍ୟ ଅଭିଯୁକ୍ତ ପ୍ରଜ୍ବଲ ରେବନ୍ନାଙ୍କ ଭାଇ ବା ଜେଡିଏସ ଏମଏଲସି ସୁରଜ ରେବନ୍ନା ଗିରଫ । ଅପ୍ରାକୃତିତ ଯୌନ ଶୋଷଣ ଅଭିଯୋଗରେ ବେଙ୍ଗାଲୁରୁର ହାସନ୍ ଜିଲ୍ଲା ପୋଲିସ ତାଙ୍କୁ ଗିରଫ କରିଛି । ଶନିବାର ସୁରଜଙ୍କ ବିରୋଧରେ ପାର୍ଟିର ଜଣେ ୨୭ ବର୍ଷୀୟ ଯୁବ କର୍ମକର୍ତ୍ତା ଥାନାରେ ଯୌନ ଉତ୍ପୀଡ଼ନ ମାମଲା ଦାୟର କରିଥିଲେ । ଏହାକୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।ହୋଲିନାରସପୁରା ଗ୍ରାମୀଣ ପୋଲିସ୍ ପୀଡିତଙ୍କ ଅଭିଯୋଗ ଆଧାରରେ ଆଇପିସି ଧାରା-୩୭୭ରେ ଅପ୍ରାକୃତିକ ଶାରୀରିକ ସମ୍ପର୍କ, ଧାରା-୩୪୨ରେ ବନ୍ଧକ ରଖିବା, ଧାରା-୫୦୬ରେ ଶାନ୍ତି ଭଙ୍ଗ କରିବା ବା ଜାଣିଶୁଣି କୌଣସି ବ୍ୟକ୍ତିଙ୍କୁ ଅପମାନିତ କରିବା ଏବଂ ଧାରା-୩୪ ରୁଜୁ ହୋଇଛି । ଏହି ମାମଲାରେ ସୁରଜ ରେବନ୍ନା ଏବଂ ଶିବକୁମାର ଉଭୟ ଅଭିଯୁକ୍ତ ରହିଛନ୍ତି । କେସ୍ ଦାୟର ହେବା ପୂର୍ବରୁ ପ୍ରଥମେ ରାଜ୍ୟ ଗୃହମନ୍ତ୍ରୀ ଏବଂ ପୋଲିସ୍ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଟପୋଲିସ FIR ମୁତାବକ, ପଡୀତ ଜୁନ ୧୬ ତାରିଖ ପ୍ରାୟ ସଂଧ୍ୟା ୬.୧୫ ମିନିଟରେ ହାସନ ଜିଲ୍ଲାର ହୋଲିନାରସପୁରା ସ୍ଥିତ ଏକ ଫାର୍ମ ହାଉସରେ ସୁରଜ ରେବନ୍ନାଙ୍କୁ ଭେଟ କରିବାକୁ ଯାଇଥିଲା । ଅଭିଯୋଗକାରୀ କହିଛନ୍ତି, ଏଜଡିଏସ ଏମଏଲସି ଫାର୍ମ ହାଉସରେ ତାଙ୍କୁ ଉଲଗ୍ନ କରି ଯୌନ ଶୋଷଣ କରିଥିଲେ । ଏହି ଘଟଣାକୁ କାହାକୁ ନଜଣାବାକୁ ମଧ୍ୟ ଧମକ ଦେଇଥିଲେ
ବେଙ୍ଗାଲୁରୁ: କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲରେ ମୁଖ୍ୟ ଅଭିଯୁକ୍ତ ପ୍ରଜ୍ବଲ ରେବନ୍ନାଙ୍କ ଭାଇ ବା ଜେଡିଏସ ଏମଏଲସି ସୁରଜ ରେବନ୍ନା ଗିରଫ । ଅପ୍ରାକୃତିତ ଯୌନ ଶୋଷଣ ଅଭିଯୋଗରେ ବେଙ୍ଗାଲୁରୁର ହାସନ୍ ଜିଲ୍ଲା ପୋଲିସ ତାଙ୍କୁ ଗିରଫ କରିଛି । ଶନିବାର ସୁରଜଙ୍କ ବିରୋଧରେ ପାର୍ଟିର ଜଣେ ୨୭ ବର୍ଷୀୟ ଯୁବ କର୍ମକର୍ତ୍ତା ଥାନାରେ ଯୌନ ଉତ୍ପୀଡ଼ନ ମାମଲା ଦାୟର କରିଥିଲେ । ଏହାକୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।
ହୋଲିନାରସପୁରା ଗ୍ରାମୀଣ ପୋଲିସ୍ ପୀଡିତଙ୍କ ଅଭିଯୋଗ ଆଧାରରେ ଆଇପିସି ଧାରା-୩୭୭ରେ ଅପ୍ରାକୃତିକ ଶାରୀରିକ ସମ୍ପର୍କ, ଧାରା-୩୪୨ରେ ବନ୍ଧକ ରଖିବା, ଧାରା-୫୦୬ରେ ଶାନ୍ତି ଭଙ୍ଗ କରିବା ବା ଜାଣିଶୁଣି କୌଣସି ବ୍ୟକ୍ତିଙ୍କୁ ଅପମାନିତ କରିବା ଏବଂ ଧାରା-୩୪ ରୁଜୁ ହୋଇଛି । ଏହି ମାମଲାରେ ସୁରଜ ରେବନ୍ନା ଏବଂ ଶିବକୁମାର ଉଭୟ ଅଭିଯୁକ୍ତ ରହିଛନ୍ତି । କେସ୍ ଦାୟର ହେବା ପୂର୍ବରୁ ପ୍ରଥମେ ରାଜ୍ୟ ଗୃହମନ୍ତ୍ରୀ ଏବଂ ପୋଲିସ୍ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଟ
ପୋଲିସ FIR ମୁତାବକ, ପଡୀତ ଜୁନ ୧୬ ତାରିଖ ପ୍ରାୟ ସଂଧ୍ୟା ୬.୧୫ ମିନିଟରେ ହାସନ ଜିଲ୍ଲାର ହୋଲିନାରସପୁରା ସ୍ଥିତ ଏକ ଫାର୍ମ ହାଉସରେ ସୁରଜ ରେବନ୍ନାଙ୍କୁ ଭେଟ କରିବାକୁ ଯାଇଥିଲା । ଅଭିଯୋଗକାରୀ କହିଛନ୍ତି, ଏଜଡିଏସ ଏମଏଲସି ଫାର୍ମ ହାଉସରେ ତାଙ୍କୁ ଉଲଗ୍ନ କରି ଯୌନ ଶୋଷଣ କରିଥିଲେ । ଏହି ଘଟଣାକୁ କାହାକୁ ନଜଣାବାକୁ ମଧ୍ୟ ଧମକ ଦେଇଥିଲେ । ଅପ୍ରାକୃତିକ ଶାରୀରିକ ସମ୍ପର୍କରେ ପୋଲିସକୁ ଜଣାଇଲେ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହା ବଦଳରେ ଅଭିଯୋଗକାରୀଙ୍କୁ ରାଜନୀତିକୁ ଆଣିବା ସହିତ ଭଲ ଚାକିରି ଦେବେ ବୋଲି କହିଥିଲେ । ତେବେ ଅଭିଯୋଗ ପରେ ଅପ୍ରାକୃତିକ ଶାରୀରିକ ସମ୍ପର୍କ ସୁରଜ ରେବନ୍ନାକୁ ଗିରଫ କରିଛି ।