ଡବଲ ପଦକ ଜିତି ଭାରତ ଫେରିଲେ ମନୁ ଭାକର, ଦିଲ୍ଲୀ ଏୟାରପୋର୍ଟରେ ହେଲା ଗ୍ରାଣ୍ଡ ୱେଲକମ୍

ମୁମ୍ଵାଇ ୦୭।୦୮: ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରିଥିଲେ। ଭାରତର ଡବଲ ପଦକ ବିଜେତା ସୁଟର ମନୁ ଭାକର ଘରକୁ ଫେରିଛନ୍ତି। ସେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଥିଲା। ଟର୍ମିନାଲ୍ ୩ର ଭିଆଇପି ଗେଟ୍ ବାହାରକୁ ଆସିବା ପରେ ତାଙ୍କୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ମିଳିଥିଲା। ଯେଉଁଥିରେ ତାଙ୍କ କୋଚ୍ ଜସପାଲ ରାଣା ମଧ୍ୟ ନଜର ଆସିଥିଲେ । ପ୍ରଶଂସକମାନେ ଉଭୟଙ୍କୁ ଫୁଲ ମାଳ ପିନ୍ଧାଇ ଥିଲେ । #WATCH | Double Olympic medalist in shooting, Manu Bhaker and her coach Jaspal Rana receive a grand welcome after they arrive at Delhi airport after Manu Bhaker's historic performance in #ParisOlympics2024She won bronze medals in Women’s 10m Air Pistol & the 10m Air Pistol… pic.twitter.com/h7syhyk1Sy— ANI (@ANI) August 7, 2024ଏହି ସମୟରେ ଲୋକମାନେ ମନୁଙ୍କୁ ସ୍ୱାଗତ କରିବା ପାଇଁ ନାରା ଲଗାଇଥିଲେ। ଏତିକି ନୁହେଁ ଡ଼୍ରମ୍  ବାଜା ବାଜିବା ସହ ଜୋରଦାର ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟ ମଧ୍ୟରେ ମନୁ ପ୍ୟାରିସ ଅଲିମ୍ପିକ୍ସରେ ଜିତିଥିବା ଉଭୟ ବ୍ରୋଞ୍ଜ ପଦକକୁ ଗଣମାଧ୍ୟମକୁ ଦେଖାଇଥିଲେ। ୨୨ ବର୍ଷୀୟ ମନୁ ଅଲିମ୍ପିକ୍ ସୁଟିଂରେ ଦୁଇଟି ବ୍ର

ଡବଲ ପଦକ ଜିତି ଭାରତ ଫେରିଲେ ମନୁ ଭାକର, ଦିଲ୍ଲୀ ଏୟାରପୋର୍ଟରେ ହେଲା ଗ୍ରାଣ୍ଡ ୱେଲକମ୍

ମୁମ୍ଵାଇ ୦୭।୦୮: ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରିଥିଲେ। ଭାରତର ଡବଲ ପଦକ ବିଜେତା ସୁଟର ମନୁ ଭାକର ଘରକୁ ଫେରିଛନ୍ତି। ସେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଥିଲା। ଟର୍ମିନାଲ୍ ୩ର ଭିଆଇପି ଗେଟ୍ ବାହାରକୁ ଆସିବା ପରେ ତାଙ୍କୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ମିଳିଥିଲା। ଯେଉଁଥିରେ ତାଙ୍କ କୋଚ୍ ଜସପାଲ ରାଣା ମଧ୍ୟ ନଜର ଆସିଥିଲେ । ପ୍ରଶଂସକମାନେ ଉଭୟଙ୍କୁ ଫୁଲ ମାଳ ପିନ୍ଧାଇ ଥିଲେ । 


ଏହି ସମୟରେ ଲୋକମାନେ ମନୁଙ୍କୁ ସ୍ୱାଗତ କରିବା ପାଇଁ ନାରା ଲଗାଇଥିଲେ। ଏତିକି ନୁହେଁ ଡ଼୍ରମ୍  ବାଜା ବାଜିବା ସହ ଜୋରଦାର ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟ ମଧ୍ୟରେ ମନୁ ପ୍ୟାରିସ ଅଲିମ୍ପିକ୍ସରେ ଜିତିଥିବା ଉଭୟ ବ୍ରୋଞ୍ଜ ପଦକକୁ ଗଣମାଧ୍ୟମକୁ ଦେଖାଇଥିଲେ। ୨୨ ବର୍ଷୀୟ ମନୁ ଅଲିମ୍ପିକ୍ ସୁଟିଂରେ ଦୁଇଟି ବ୍ରୋଞ୍ଜ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି ।


ମନୁ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ପ୍ୟାରିସରେ ଭାରତକୁ ପ୍ରଥମ ପଦକ ପ୍ରଦାନ କରିଥିଲେ। ଏହା ପରେ ସେ ସରବଜୋତ ସିଂଙ୍କ ସହ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ତିନୋଟି ଅଲିମ୍ପିକ୍ ପଦକ ଜିତିଥିବା ଏକମାତ୍ର ଭାରତୀୟ ହୋଇ ଇତିହାସ ସୃଷ୍ଟି କରିବାର ପଥରେ ଥିଲେ। କିନ୍ତୁ ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ପଛରେ ରହିଗଲେ ।