କର୍ଣ୍ଣେଲ ସୋଫିୟା କୁରେସୀ ଏହି ବ୍ୟକ୍ତିଙ୍କୁ କରିଛନ୍ତି ପ୍ରେମ ବିବାହ, ଜାଣନ୍ତୁ କ’ଣ କରନ୍ତି ସ୍ୱାମୀ ଓ ୨ ପିଲା

ନୂଆଦିଲ୍ଲୀ ୧୦।୫: ଭାରତର ଅପରେସନ ‘ସିନ୍ଦୂର’କୁ ସଫଳ କରିଥିବା କର୍ଣ୍ଣେଲ ସୋଫିୟା କୁରେସୀ ଏବେ ଦେଶର ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସୋଫିୟା କୁରେସୀ ଯେପରି ଜଣେ ସଫଳ ସୈନ୍ୟ ଅଧିକାରୀ ସେହିପରି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବେଶ୍ ସଫଳ। ସୋଫିୟା ଅପେରସନ ସିନ୍ଦୂରର ପ୍ରେସ୍ ବ୍ରିଫିଙ୍ଗ କରି ସାରା ଦେଶରେ ପ୍ରସିଦ୍ଧି ପାଇଛନ୍ତି। ଏଣୁ ତାଙ୍କ ବ୍ୟକ୍ତିଗତ ଜୀବନ ଓ ପରିବାର ସମ୍ପର୍କରେ ସମସ୍ତେ ଜାଣିବାକୁ ଉତ୍ସାହୀ ହେବା ସ୍ୱଭାବିକ। ତେବେ ଆସନ୍ତୁ ଜାଣିବା ସୋଫିୟା କୁରେସୀଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ। କର୍ଣ୍ଣେଲ ସୋଫିୟା କୁରେସୀଙ୍କ ସ୍ୱାମୀ ତାଜୁଦ୍ଦିନ ବାଗେଭାଡୀ ମେକାନାଇଜଡ୍ ଇନଫେଣ୍ଟ୍ରିରେ ଅଧିକାରୀ ଅଛନ୍ତି। ମେକାନାଇଜଡ୍ ଇନଫେଣ୍ଟ୍ରି ଏପରି ଏକ ପଦାତିକ ସେନା ଯାହା ରଣ ଭୂମିରେ ଗତି ଓ ଶକ୍ତି ପାଇଁ ବାହନର ବ୍ୟବହାର କରେ। ତାଜୁଦ୍ଦିନ ବାଗେଭାଡୀ ବେଲଗାଭୀ  ଗୋକକର କନ୍ନୁର ଗ୍ରାମର ବାସିନ୍ଦା। ତାଜୁଦ୍ଦିନଙ୍କୁ ସୋଫିୟା ୨୦୦୫ ମସିହାରେ ବିବାହ କରିଥିଲେ। ସେମାନଙ୍କ ପ୍ରେମ ବିବାହ ହୋଇଥିଲା। ଦମ୍ପତ୍ତି ଭାରତୀୟ ସେନାରେ ସେମାନଙ୍କ ସେବା ଦେଉଛନ୍ତି। ଆଜିକାଲି ସୋଫିୟା ଜମ୍ମୁରେ କର୍ଣ୍ଣେଲ ପଦବୀରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ସ୍ୱାମୀ ଝାନ୍ସୀରେ କର୍ଣ୍ଣେଲ ପଦବୀରେ ଅବସ୍ଥାପିତ ଅଛନ୍ତି। ସୋଫିୟା କୁରେସୀଙ୍କ ଏକ ୧୮ ବର୍ଷର ପୁଅ ବି ଅଛି। ତାଙ୍କ ନାମ ସମୀର କୁରେସୀ ହୋଇଥିବା ବେଳେ ଝ

କର୍ଣ୍ଣେଲ ସୋଫିୟା କୁରେସୀ ଏହି ବ୍ୟକ୍ତିଙ୍କୁ କରିଛନ୍ତି ପ୍ରେମ ବିବାହ, ଜାଣନ୍ତୁ କ’ଣ କରନ୍ତି ସ୍ୱାମୀ ଓ ୨ ପିଲା

ନୂଆଦିଲ୍ଲୀ ୧୦।୫: ଭାରତର ଅପରେସନ ‘ସିନ୍ଦୂର’କୁ ସଫଳ କରିଥିବା କର୍ଣ୍ଣେଲ ସୋଫିୟା କୁରେସୀ ଏବେ ଦେଶର ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସୋଫିୟା କୁରେସୀ ଯେପରି ଜଣେ ସଫଳ ସୈନ୍ୟ ଅଧିକାରୀ ସେହିପରି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବେଶ୍ ସଫଳ। ସୋଫିୟା ଅପେରସନ ସିନ୍ଦୂରର ପ୍ରେସ୍ ବ୍ରିଫିଙ୍ଗ କରି ସାରା ଦେଶରେ ପ୍ରସିଦ୍ଧି ପାଇଛନ୍ତି। ଏଣୁ ତାଙ୍କ ବ୍ୟକ୍ତିଗତ ଜୀବନ ଓ ପରିବାର ସମ୍ପର୍କରେ ସମସ୍ତେ ଜାଣିବାକୁ ଉତ୍ସାହୀ ହେବା ସ୍ୱଭାବିକ। ତେବେ ଆସନ୍ତୁ ଜାଣିବା ସୋଫିୟା କୁରେସୀଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ। 

କର୍ଣ୍ଣେଲ ସୋଫିୟା କୁରେସୀଙ୍କ ସ୍ୱାମୀ ତାଜୁଦ୍ଦିନ ବାଗେଭାଡୀ ମେକାନାଇଜଡ୍ ଇନଫେଣ୍ଟ୍ରିରେ ଅଧିକାରୀ ଅଛନ୍ତି। ମେକାନାଇଜଡ୍ ଇନଫେଣ୍ଟ୍ରି ଏପରି ଏକ ପଦାତିକ ସେନା ଯାହା ରଣ ଭୂମିରେ ଗତି ଓ ଶକ୍ତି ପାଇଁ ବାହନର ବ୍ୟବହାର କରେ। ତାଜୁଦ୍ଦିନ ବାଗେଭାଡୀ ବେଲଗାଭୀ  ଗୋକକର କନ୍ନୁର ଗ୍ରାମର ବାସିନ୍ଦା। ତାଜୁଦ୍ଦିନଙ୍କୁ ସୋଫିୟା ୨୦୦୫ ମସିହାରେ ବିବାହ କରିଥିଲେ। ସେମାନଙ୍କ ପ୍ରେମ ବିବାହ ହୋଇଥିଲା। ଦମ୍ପତ୍ତି ଭାରତୀୟ ସେନାରେ ସେମାନଙ୍କ ସେବା ଦେଉଛନ୍ତି। ଆଜିକାଲି ସୋଫିୟା ଜମ୍ମୁରେ କର୍ଣ୍ଣେଲ ପଦବୀରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ସ୍ୱାମୀ ଝାନ୍ସୀରେ କର୍ଣ୍ଣେଲ ପଦବୀରେ ଅବସ୍ଥାପିତ ଅଛନ୍ତି। 

ସୋଫିୟା କୁରେସୀଙ୍କ ଏକ ୧୮ ବର୍ଷର ପୁଅ ବି ଅଛି। ତାଙ୍କ ନାମ ସମୀର କୁରେସୀ ହୋଇଥିବା ବେଳେ ଝିଅ ହନିମା ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ସମୀର ଏୟାରଫୋର୍ସରେ ଯୋଗଦେବା ପାଇଁ ପ୍ରସ୍ତୁତି କରୁଛନ୍ତି। ଦେଶ ସେବାରେ ଯୋଗ ଦେବା ଲାଗି ସମୀରଙ୍କ ସ୍ୱପ୍ନ ରହିଛି। ସେହିପରି ସୋଫିୟାଙ୍କ ଝିଅ ମଧ୍ୟ ସେନାରେ ଯୋଗ ଦେବାକୁ ଚାହୁଁଛି। 

ସୋଫିୟାଙ୍କ ପିତା ତାଜମହମ୍ମଦ କୁରେସୀ ସୀମା ସୁରକ୍ଷା ବଳ (ବିଏସଏଫ)ରେ ସୁବେଦାର ଅଛନ୍ତି। ସେ ଇଲେକ୍ଟ୍ରୋନିକ୍ସ ଏଣ୍ଡ ମେକାନିକାଲ ଇଞ୍ଜିନିୟରରେ କାର୍ଯ୍ୟରତ ଥିଲେ ଓ ୧୯୭୧ ଯୁଦ୍ଧ ମଧ୍ୟ ଲଢିଥିଲେ। ସୋଫିୟାଙ୍କ ଦୁଇ କାକା ଇସ୍ମାଇଲ କୁରେସୀ ଓ ଭଲି ମହମ୍ମଦ କୁରେସୀ ମଧ୍ୟ ବିଏସଏଫରେ ସୁବେଦାର ଅଛନ୍ତି। କର୍ଣ୍ଣେଲ ସୋଫିୟା କୁରେସୀ ୨୦୧୭ ମସିହାରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ଏଥିରେ ସେ ତାଙ୍କ ପରିବାର ସମ୍ପର୍କରେ କହିଥିଲେ। ସେ କହିଥିଲେ ତାଙ୍କ ଜେଜେଙ୍କ ଜେଜେମା ୧୮୫୭ ବିଦ୍ରେହରୋ ରାଣୀ ଲକ୍ଷ୍ମୀବାଇଙ୍କ ପକ୍ଷରୁ ଯୁଦ୍ଧ ଲଢିଥିଲେ। 

ସୋଫିୟା କୁରେସୀ ୧୯୯୭ ମସିହାରେ ବଡୋଦରାର ମହାରାଜା ସୟାଜୀରାଓ ୟୁନିଭର୍ସିଟିରୁ ବାୟୋ କେମେଷ୍ଟ୍ରିରେ ମାଷ୍ଟର ଡିଗ୍ରି ହାସଲ କରିଥିଲେ। ଏହାପରେ ସେ ପିଏଚଡି ପାଠପଢା ଆରମ୍ଭ କରିଥିବା ବେଳେ ୧୯୯୯ ମସିହାରେ ସେନାରେ ଯୋଗ ଦେଇଥିଲେ।