କର୍ନାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣା : ଆଜି ଜି. ଉଦୟଗିରିରେ ହେବ ଶେଷ କୃତ୍ୟ

ଦାରିଙ୍ଗବାଡି, ୯।୩ (ଅରୁଣ ସାହୁ ): କର୍ନାଟକର ହାମ୍ପି ନିକଟରେ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୁତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ ସାଙ୍ଗରେ ଥିବା ୩ ପୁରୁଷ ପର୍ଯ୍ୟଟକଙ୍କୁ ମାଡ଼ମାରି ନିକଟରେ ରହିଥିବା କେନାଲ ରେ ଫିଙ୍ଗିଦେବା ଓ ସେଥିରେ ୨ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ଯୁବକଙ୍କ ମତ୍ୟୁ ଘଟିଥିଲା। ମୃତ ଯୁବକ ଜଣକ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ତେରବାଡି ଗ୍ରାମର ବିଜୟ ନାୟକଙ୍କ […] The post କର୍ନାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣା : ଆଜି ଜି. ଉଦୟଗିରିରେ ହେବ ଶେଷ କୃତ୍ୟ appeared first on Dharitri Odia News.

କର୍ନାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣା : ଆଜି ଜି. ଉଦୟଗିରିରେ ହେବ ଶେଷ କୃତ୍ୟ

ଦାରିଙ୍ଗବାଡି, ୯।୩ (ଅରୁଣ ସାହୁ ): କର୍ନାଟକର ହାମ୍ପି ନିକଟରେ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୁତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ ସାଙ୍ଗରେ ଥିବା ୩ ପୁରୁଷ ପର୍ଯ୍ୟଟକଙ୍କୁ ମାଡ଼ମାରି ନିକଟରେ ରହିଥିବା କେନାଲ ରେ ଫିଙ୍ଗିଦେବା ଓ ସେଥିରେ ୨ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ଯୁବକଙ୍କ ମତ୍ୟୁ ଘଟିଥିଲା। ମୃତ ଯୁବକ ଜଣକ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ତେରବାଡି ଗ୍ରାମର ବିଜୟ ନାୟକଙ୍କ ଗୋଟିଏ ମାତ୍ର ପୁଅ ବିଭାଷ ନାୟକ (୩୦ )। ତାଙ୍କ ମୃତ୍ୟୁ ଖବର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ସମସ୍ତେ ବିଭାଷଙ୍କୁ ଝୁରୁଥିବାବେଳେ ତାଙ୍କ ଶେଷ ଦର୍ଶନ କରିବାକୁ ଗ୍ରାମବାସୀ ଅନାଇବସିଛନ୍ତି।

ବିଭାଷ ଛୋଟ ବେଳରୁ ହିଁ ଶାନ୍ତ ସଭାବର ଥିଲେ ସେ କେବେ କେବେ ଗାଁକୁ ଆସିଲେ ଗାଁରେ ରହୁଥିବା ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ସହ ଖୁବ ମିଶନ୍ତି । ସମସ୍ତଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିଥାନ୍ତି ବୋଲି ମୃତ ବିଭାଷଙ୍କ ବଡ଼ ପିଉସୀ ବୈଦେହୀ ନାୟକ କୁହନ୍ତି । ସେ ଦୁଖଃଭରା କଣ୍ଠ ରେ କହିଛନ୍ତି ଯେ, ତାଙ୍କ ଭାଇଙ୍କ ୧ ମାତ୍ର ପୁଅ ବିଭାଷ ସମସ୍ତଙ୍କୁ ଛାଡି ଚାଲିଗଲା ମୋ ଭାଇ ବେସାହାରା ହୋଇଗଲା ବୋଲି କହିବା ସହ ସରକାର ଅଭିଯୁକ୍ତ ମାନଙ୍କୁ ଉଚିତ ଦଣ୍ଡ ବିଧାନ କରିବାକୁ ସେ ନିବେଦନ କରିଛନ୍ତି। ସେହିପରି ବିଭାସଙ୍କ ଦାଦା ଅଜୟ ନାୟକ, ସମ୍ପର୍କୀୟ ଭାଇ ଫିରୋଜ ଏବଂ ଦାଦାଙ୍କ ପୁଅ ବଡ଼ ଭାଇ ଏନୀୟ ନାୟକ ପ୍ରମୁଖ ବିଭାଷଙ୍କ ହତ୍ୟା ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ମୃତ ବିଭାଷଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ରବିବାର ଅପରାହ୍ନରେ ଜି. ଉଦୟଗିରିର ଗୁଡ୍ରିପଡ଼ିରେ ତାଙ୍କ ମର ଶରୀର ପହଞ୍ଚିବ ଓ ଖ୍ରୀଷ୍ଟୀୟ ରୀତିନୀତିରେ ଶେଷକୃତ୍ୟ କରାଯିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ବିଭାଷଙ୍କ ବାପା ଖ୍ରୀଷ୍ଟୀୟ ଧର୍ମର ମୋଡିରେଟର ଭାବେ ଉତ୍ତରପ୍ରଦେଶର ଆଗ୍ରାଠାରେ ରହୁଛନ୍ତି । ମା’ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ବିଭାଷ ଦିଲ୍ଲୀରେ କୌଣସି ଏକ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ସେ ଭାରତ ସହ ବିଦେଶ ଭ୍ରମଣ ରେ ରୁଚି ରଖିଥାନ୍ତି ଏବଂ ବିଦେଶ ରେ ମଧ୍ୟ ତାଙ୍କ ସାଙ୍ଗସାଥି ଅନେକ ରହିଛନ୍ତି ଏହି କ୍ରମରେ ଇସ୍ରାଏଲ ରୁ ଜଣେ ବିଦେଶିନୀ ପର୍ଯ୍ୟଟକଙ୍କୁ କର୍ନାଟକ ର ପର୍ଯ୍ୟଟନ କ୍ଷେତ୍ର ବୁଲାଇବା ସମୟରେ ଏଭଳି ଦୁର୍ବୁତ୍ତଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ଜଣାପଡିଛି ।

The post କର୍ନାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣା : ଆଜି ଜି. ଉଦୟଗିରିରେ ହେବ ଶେଷ କୃତ୍ୟ appeared first on Dharitri Odia News.