କର୍ମଚାରୀ ଛଟେଇ କରିବ ପେଟିଏମ୍‌

ନୂଆଦିଲ୍ଲୀ,୧୫।୩:ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ର ଅବଧି ଶେଷ ପୂର୍ବରୁ ପେଟିଏମ୍‌ ତା’ର କର୍ମଚାରୀ ଛଟେଇ ସହ ଅନ୍ୟାନ୍ୟ ସୁବିଧା ପ୍ରୟୋଗ କରିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ବିଶେଷକରି ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଉପରେ ଆର୍‌ବିଆଇ କଟକଣା ଜାରି କରିବା ଫଳରେ କମ୍ପାନୀ ନାନା ସମସ୍ୟାରେ ସମ୍ମୁଖୀନ ହେଉଛି। ଏପରିକି କାରବାର ବାଧାପ୍ରାପ୍ତ ହେବାରୁ ଶେୟାର ସହିତ ବଜାର ପୁଞ୍ଜିରେ ମଧ୍ୟ ହ୍ରାସ ଘଟୁଛି। କମ୍ପାନୀ କ୍ଷତିରେ ଚାଲୁଥିବାରୁ ପେଟିଏମ୍‌ ପ୍ରାୟ […] The post କର୍ମଚାରୀ ଛଟେଇ କରିବ ପେଟିଏମ୍‌ appeared first on Dharitri Odia News.

କର୍ମଚାରୀ ଛଟେଇ କରିବ ପେଟିଏମ୍‌

ନୂଆଦିଲ୍ଲୀ,୧୫।୩:ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ର ଅବଧି ଶେଷ ପୂର୍ବରୁ ପେଟିଏମ୍‌ ତା’ର କର୍ମଚାରୀ ଛଟେଇ ସହ ଅନ୍ୟାନ୍ୟ ସୁବିଧା ପ୍ରୟୋଗ କରିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ବିଶେଷକରି ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଉପରେ ଆର୍‌ବିଆଇ କଟକଣା ଜାରି କରିବା ଫଳରେ କମ୍ପାନୀ ନାନା ସମସ୍ୟାରେ ସମ୍ମୁଖୀନ ହେଉଛି। ଏପରିକି କାରବାର ବାଧାପ୍ରାପ୍ତ ହେବାରୁ ଶେୟାର ସହିତ ବଜାର ପୁଞ୍ଜିରେ ମଧ୍ୟ ହ୍ରାସ ଘଟୁଛି। କମ୍ପାନୀ କ୍ଷତିରେ ଚାଲୁଥିବାରୁ ପେଟିଏମ୍‌ ପ୍ରାୟ ୨୦% କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଛି। ସେହିଭଳି ନିୟାମକ ନିୟମ ପାଳନରେ ଅବହେଳା କାରଣରୁ ଆର୍‌ବିଆଇ ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କକୁ ନିଷିଦ୍ଧ କରିଥିଲା। ତେବେ କୋଟି କୋଟି ଗ୍ରାହକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନିୟାମକ ପ୍ରଥମେ ୨୦୨୪ ଫେବୃଆରୀ ୨୯ ପର୍ଯ୍ୟନ୍ତ କଟକଣା କୋହଳ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ୨୦୨୪ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏ ନେଇ ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କର ପ୍ରତିଷ୍ଠାତା ବିଜୟ ଶଙ୍କର କହିଥିଲେ, ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ପେମେଣ୍ଟ ବ୍ୟାଙ୍କର ଲାଇସେନ୍ସ ମିଳିଛି। ଉକ୍ତ କାରଣରୁ ପେଟିଏମ୍‌ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ ଅଧୀନରେ ଆସୁଛି। ଏପରିକି ପେଟିଏମ୍‌ ପେମେଣ୍ଟ୍‌ ବ୍ୟାଙ୍କ ନିୟାମକ ନିୟମକୁ ଠିକ୍‌ ଭାବେ ପାଳନ କରୁ ନ ଥିବା ବେଳେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି।

The post କର୍ମଚାରୀ ଛଟେଇ କରିବ ପେଟିଏମ୍‌ appeared first on Dharitri Odia News.