ହଠାତ୍ ଶୋ’ ଛାଡ଼ି ଚମକାଇଲେ Dipika Kakar
ମୁମ୍ବାଇ: ଟେଲିଭିଜନର ଚର୍ଚ୍ଚିତ ଶୋ’ ‘ସେଲିବ୍ରିଟି ମାଷ୍ଟରଶେଫ୍’ ଦର୍ଶକଙ୍କ ହୃଦୟ ଜିତୁଛି। ଅଭିନେତା ଗୌରବ ଖନ୍ନାଙ୍କଠାରୁ ଆରମ୍ଭ କରି ତେଜସ୍ବୀ ପ୍ରକାଶଙ୍କ ଭଳି କଳାକାର ନିଜର କୁକିଂ ସ୍କିଲ୍କୁ ପ୍ରମାଣିତ କରୁଛନ୍ତି। ଶୋ’ରେ ଅନ୍ୟତମ ପ୍ରତିଯୋଗୀ ତଥା ଅଭିନେତ୍ରୀ ଦୀପିକା କକ୍କଡ ମଧ୍ୟ ନିଜର ଦମ୍ ଦେଖାଉଥିଲେ। ସେ ନିଜର ରାନ୍ଧଣାରେ ବିଚାରପତିଙ୍କୁ ପ୍ରଭାବିତ କରି ପ୍ରଥମ ଇମ୍ୟୁନିଟି ପିନ୍ ହାସଲ କରିଥିଲେ। ଏସବୁ ସତ୍ତ୍ୱେ ଏବେ ତାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ […] The post ହଠାତ୍ ଶୋ’ ଛାଡ଼ି ଚମକାଇଲେ Dipika Kakar appeared first on Dharitri Odia News.
ମୁମ୍ବାଇ: ଟେଲିଭିଜନର ଚର୍ଚ୍ଚିତ ଶୋ’ ‘ସେଲିବ୍ରିଟି ମାଷ୍ଟରଶେଫ୍’ ଦର୍ଶକଙ୍କ ହୃଦୟ ଜିତୁଛି। ଅଭିନେତା ଗୌରବ ଖନ୍ନାଙ୍କଠାରୁ ଆରମ୍ଭ କରି ତେଜସ୍ବୀ ପ୍ରକାଶଙ୍କ ଭଳି କଳାକାର ନିଜର କୁକିଂ ସ୍କିଲ୍କୁ ପ୍ରମାଣିତ କରୁଛନ୍ତି। ଶୋ’ରେ ଅନ୍ୟତମ ପ୍ରତିଯୋଗୀ ତଥା ଅଭିନେତ୍ରୀ ଦୀପିକା କକ୍କଡ ମଧ୍ୟ ନିଜର ଦମ୍ ଦେଖାଉଥିଲେ। ସେ ନିଜର ରାନ୍ଧଣାରେ ବିଚାରପତିଙ୍କୁ ପ୍ରଭାବିତ କରି ପ୍ରଥମ ଇମ୍ୟୁନିଟି ପିନ୍ ହାସଲ କରିଥିଲେ। ଏସବୁ ସତ୍ତ୍ୱେ ଏବେ ତାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ ହଠାତ୍ ଅଧାରୁ ଶୋ’ ଛାଡ଼ି ଦେଇଛନ୍ତି।
ରିପୋର୍ଟରୁ ଜଣାପଡ଼ିଛି ଯେ ଦୀପିକାଙ୍କ ସ୍ବାସ୍ଥ୍ୟ ଭଲ ନାହିଁ। ତାଙ୍କ ହାତରେ ଯନ୍ତ୍ରଣା ହେଉଛି। ଡାକ୍ତରଖାନାରେ ପରୀକ୍ଷାନିରୀକ୍ଷା କରିବା ପରେ ପୁରୁଣା ଆଘାତ ଯୋଗୁ ତାଙ୍କୁ କଷ୍ଟ ହେଉଥିବା ସ୍ପଷ୍ଟ ହେଉଛି। ଏବେ ତାହା ଅଧିକ ବଢ଼ିଯାଇଥିବା ସନ୍ଦେହ କରାଯାଉଛି।
ନିକଟରେ ଶୁଟ୍ କରାଯାଇଥିବା ସ୍ବତନ୍ତ୍ର ଏପିସୋଡରେ ଦୀପିକାଙ୍କୁ ଦେଖିବାକୁ ମିଳି ନ ଥିଲା। ଏହାପରଠାରୁ ପ୍ରଶଂସକମାନେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ହେଲେ ଏବେ ସେ ଆଧିକାରୀକ ଭାବେ ‘ସେଲିବ୍ରିଟି ମାଷ୍ଟରସେଫ୍’ ଶୋ’ଠାରୁ ବିଦାୟ ନେଇଛନ୍ତି।
The post ହଠାତ୍ ଶୋ’ ଛାଡ଼ି ଚମକାଇଲେ Dipika Kakar appeared first on Dharitri Odia News.