କର୍ମଚାରୀଙ୍କ ପାଇଁ ଇନଫୋସିସର ବଡ଼ ଘୋଷଣା, ମିଳିବ ୮୫ % ବୋନସ
ନୂଆଦିଲ୍ଲୀ: ଭାରତୀୟ ଆଇଟି ସେବା ପ୍ରଦାନୀକାରୀ ସଂସ୍ଥା ଇନଫୋସିସର ବଡ଼ ଘୋଷଣା। କମ୍ପାନି ଏହାର କର୍ମଚାରୀଙ୍କୁ ଦେବାକୁ ଯାଉଛି ୮୫ ପ୍ରତିଶତର ବୋନସ। ଆର୍ଥିକ ବର୍ଷ ୨୦୨୪-୨୫ର ଦ୍ବିତୀୟ କ୍ବାର୍ଟର ପାଇଁ ଏହି ବୋନସ ଦେବାକୁ କମ୍ପାନି ଘୋଷଣା କରିଛି। ଏହି ବୋନସ କମ୍ପାନିର ଡେଲିଭରୀ ଏବଂ ସେଲସ ୟୁନିଟ୍ ସମେତ ମିଡ ଏବଂ ଜୁନିୟର ଲେବୁଲ କର୍ମଚାରୀଙ୍କୁ ଦିଆଯିବ। ଏହାଦ୍ବାରା ୩.୧୫ କର୍ମଚାରୀ ଉପକୃତ ହେବେ। ରିପୋର୍ଟ ଅନୁଯାୟୀ, କମ୍ପାନି ନଭେମ୍ବର ମାସର ଦରମା ସହ ଏହି ବୋନସ ପ୍ରଦାନ କରିବ। ପ୍ରତି କର୍ମଚାରୀଙ୍କୁ ଦ୍ବିତୀୟ କ୍ବାର୍ଟରରେ ସେମାନଙ୍କ କାମରେ ସେମାନଙ୍କ ପ୍ରଦର୍ଶନ ଏବଂ ଯୋଗଦାନ ଅନୁଯାୟୀ ଦିଆଯିବ।ସୂଚନାଥାଉକି, ଆର୍ଥିକ ବର୍ଷ ଦ୍ବିତୀୟ କ୍ବାର୍ଟରରେ କମ୍ପାନି ୪.୭ ପ୍ରତିଶତର ବାର୍ଷିକ ବୃଦ୍ଧି ରେକର୍ଡ କରିଛି। ଏହା ସହ କମ୍ପାନିର ନେଟ ଲାଭ ୬ ହଜାର ୫୦୬ କୋଟିରେ ପହଞ୍ଚିଛି।
ନୂଆଦିଲ୍ଲୀ: ଭାରତୀୟ ଆଇଟି ସେବା ପ୍ରଦାନୀକାରୀ ସଂସ୍ଥା ଇନଫୋସିସର ବଡ଼ ଘୋଷଣା। କମ୍ପାନି ଏହାର କର୍ମଚାରୀଙ୍କୁ ଦେବାକୁ ଯାଉଛି ୮୫ ପ୍ରତିଶତର ବୋନସ। ଆର୍ଥିକ ବର୍ଷ ୨୦୨୪-୨୫ର ଦ୍ବିତୀୟ କ୍ବାର୍ଟର ପାଇଁ ଏହି ବୋନସ ଦେବାକୁ କମ୍ପାନି ଘୋଷଣା କରିଛି।
ଏହି ବୋନସ କମ୍ପାନିର ଡେଲିଭରୀ ଏବଂ ସେଲସ ୟୁନିଟ୍ ସମେତ ମିଡ ଏବଂ ଜୁନିୟର ଲେବୁଲ କର୍ମଚାରୀଙ୍କୁ ଦିଆଯିବ। ଏହାଦ୍ବାରା ୩.୧୫ କର୍ମଚାରୀ ଉପକୃତ ହେବେ।
ରିପୋର୍ଟ ଅନୁଯାୟୀ, କମ୍ପାନି ନଭେମ୍ବର ମାସର ଦରମା ସହ ଏହି ବୋନସ ପ୍ରଦାନ କରିବ। ପ୍ରତି କର୍ମଚାରୀଙ୍କୁ ଦ୍ବିତୀୟ କ୍ବାର୍ଟରରେ ସେମାନଙ୍କ କାମରେ ସେମାନଙ୍କ ପ୍ରଦର୍ଶନ ଏବଂ ଯୋଗଦାନ ଅନୁଯାୟୀ ଦିଆଯିବ।ସୂଚନାଥାଉକି, ଆର୍ଥିକ ବର୍ଷ ଦ୍ବିତୀୟ କ୍ବାର୍ଟରରେ କମ୍ପାନି ୪.୭ ପ୍ରତିଶତର ବାର୍ଷିକ ବୃଦ୍ଧି ରେକର୍ଡ କରିଛି। ଏହା ସହ କମ୍ପାନିର ନେଟ ଲାଭ ୬ ହଜାର ୫୦୬ କୋଟିରେ ପହଞ୍ଚିଛି।