କର୍ମଚାରୀଙ୍କ ପାଇଁ ଭାରତରେ ୭୮ ହଜାର ଘର ତିଆରି କରୁଛି Apple, ଜାଣନ୍ତୁ କ’ଣ ରହିଛି ଯୋଜନା ?
ନୂଆଦିଲ୍ଲୀ: ଗତ ଦୁଇ-ତିନି ବର୍ଷରେ ଦେଢ଼ ଲକ୍ଷ ଲୋକଙ୍କୁ ଚାକିରି ଦେବା ପରେ, ଆପଲ ଭାରତରେ ଚୀନ ଏବଂ ଭିଏତନାମ ଭଳି ଇଣ୍ଡଷ୍ଟ୍ରିଆଲ ହାଉସିଂ ମଡେଲ ଆପଣାଇବାକୁ ଯୋଜନା କରୁଛି। ଏହି ମଡେଲ ଅନୁଯାୟୀ, ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀଙ୍କୁ କମ୍ପାନି ଘର ସୁବିଧା ଯୋଗାଇବ। ଏକ ରିପୋର୍ଟ ଅନୁଯାୟୀ, ଫକ୍ସକନ, ଟାଟା ଏବଂ ସେଲକମ୍ପ ସହ ଆପଲର ଅନ୍ୟ ଚୁକ୍ତିରେ ନିର୍ମାଣ କରୁଥିବା ଏବଂ ଯୋଗାଣକାରୀ ନିଜ କର୍ମଚାରୀଙ୍କ ପାଇଁ ଘର ତିଆରି କରିବାକୁ ଯୋଜନା କରୁଛି। ଏହି ସବୁ ଘରକୁ ପବ୍ଲିକ୍-ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମଡେଲ ଅନୁଯାୟୀ ତିଆରି କରାଯିବ।ଯୋଜନା ଅନୁଯାୟୀ, ୭୮ ହଜାରରୁ ଅଧିକ ୟୁନିଟ୍ର ନିର୍ମାଣ କରାଯିବ। ଏଥିରେ ସବୁଠୁ ଅଧିକ ପ୍ରାୟ ୫୮ ହଜାର ୟୁନିଟ୍ ତାମିଲନାଡୁରେ ତିଆରି କରାଯିବ। ସୂଚନା ଅନୁଯାୟୀ, ଭାରତରେ ଆପଲର ସବୁଠୁ ବଡ଼ ଆଇଫୋନ୍ ସପ୍ଲାୟର ଫକ୍ସକନ ଏଥିରୁ ୩୫ ହଜାର ୟୁନିଟ୍ ବ୍ୟବହାର କରିବ। ଫକ୍ସକନ ବର୍ତ୍ତମାନ ୪୧ ହଜାର କର୍ମଚାରୀ, ଯେଉଁମାନଙ୍କ ମଧ୍ୟରେ ୭୫ ପ୍ରତିଶତ ମହିଳା। ଏହାର ଅଫିସ୍ ତାମିଲନାଡୁର ଶ୍ରୀପେରଂବୁଦୂରରେ ରହିଛି।ସେହିଭଳି ଟାଟା ଇଲେକ୍ଟ୍ରୋନିକ୍ସ ଏହାର ହୋସୁର ଫ୍ୟାକ୍ଟ୍ରିରେ କର୍ମଚାରୀଙ୍କ ପାଇଁ ୧୧,୫୦୦ ୟୁନିଟ୍ର ନିର୍ମାଣ କରୁଛି। ଟାଟା ମୁଖ୍ୟ ଭାବରେ ଘରୋଇ ଉପଯୋଗ ଏବଂ ରପ୍ତାନୀ ପାଇଁ ଆଇଫୋନ୍ ତିଆରି କରିଥାଏ।ଅଧିକାଂଶ ହାଉସିଂହ ୟୁନିଟ୍ ତାମିଲନାଡୁ ରାଜ
ନୂଆଦିଲ୍ଲୀ: ଗତ ଦୁଇ-ତିନି ବର୍ଷରେ ଦେଢ଼ ଲକ୍ଷ ଲୋକଙ୍କୁ ଚାକିରି ଦେବା ପରେ, ଆପଲ ଭାରତରେ ଚୀନ ଏବଂ ଭିଏତନାମ ଭଳି ଇଣ୍ଡଷ୍ଟ୍ରିଆଲ ହାଉସିଂ ମଡେଲ ଆପଣାଇବାକୁ ଯୋଜନା କରୁଛି। ଏହି ମଡେଲ ଅନୁଯାୟୀ, ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀଙ୍କୁ କମ୍ପାନି ଘର ସୁବିଧା ଯୋଗାଇବ।
ଏକ ରିପୋର୍ଟ ଅନୁଯାୟୀ, ଫକ୍ସକନ, ଟାଟା ଏବଂ ସେଲକମ୍ପ ସହ ଆପଲର ଅନ୍ୟ ଚୁକ୍ତିରେ ନିର୍ମାଣ କରୁଥିବା ଏବଂ ଯୋଗାଣକାରୀ ନିଜ କର୍ମଚାରୀଙ୍କ ପାଇଁ ଘର ତିଆରି କରିବାକୁ ଯୋଜନା କରୁଛି। ଏହି ସବୁ ଘରକୁ ପବ୍ଲିକ୍-ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମଡେଲ ଅନୁଯାୟୀ ତିଆରି କରାଯିବ।ଯୋଜନା ଅନୁଯାୟୀ, ୭୮ ହଜାରରୁ ଅଧିକ ୟୁନିଟ୍ର ନିର୍ମାଣ କରାଯିବ। ଏଥିରେ ସବୁଠୁ ଅଧିକ ପ୍ରାୟ ୫୮ ହଜାର ୟୁନିଟ୍ ତାମିଲନାଡୁରେ ତିଆରି କରାଯିବ।
ସୂଚନା ଅନୁଯାୟୀ, ଭାରତରେ ଆପଲର ସବୁଠୁ ବଡ଼ ଆଇଫୋନ୍ ସପ୍ଲାୟର ଫକ୍ସକନ ଏଥିରୁ ୩୫ ହଜାର ୟୁନିଟ୍ ବ୍ୟବହାର କରିବ। ଫକ୍ସକନ ବର୍ତ୍ତମାନ ୪୧ ହଜାର କର୍ମଚାରୀ, ଯେଉଁମାନଙ୍କ ମଧ୍ୟରେ ୭୫ ପ୍ରତିଶତ ମହିଳା। ଏହାର ଅଫିସ୍ ତାମିଲନାଡୁର ଶ୍ରୀପେରଂବୁଦୂରରେ ରହିଛି।
ସେହିଭଳି ଟାଟା ଇଲେକ୍ଟ୍ରୋନିକ୍ସ ଏହାର ହୋସୁର ଫ୍ୟାକ୍ଟ୍ରିରେ କର୍ମଚାରୀଙ୍କ ପାଇଁ ୧୧,୫୦୦ ୟୁନିଟ୍ର ନିର୍ମାଣ କରୁଛି। ଟାଟା ମୁଖ୍ୟ ଭାବରେ ଘରୋଇ ଉପଯୋଗ ଏବଂ ରପ୍ତାନୀ ପାଇଁ ଆଇଫୋନ୍ ତିଆରି କରିଥାଏ।
ଅଧିକାଂଶ ହାଉସିଂହ ୟୁନିଟ୍ ତାମିଲନାଡୁ ରାଜ୍ୟ ଉଦ୍ୟୋଗ ସମ୍ବର୍ଦ୍ଧନ ନିଗମ (SIPCOT) ଦ୍ବାରା ନିର୍ମାଣ ହେବ। ଟାଟା ଗ୍ରୁପ୍ ଏବଂ ଏସପିଆର ଇଣ୍ଡିଆ ମଧ୍ୟ ଘର ନିର୍ମାଣ କରୁଛନ୍ତି। ଯୋଜନା ଅନୁଯାୟୀ, କେନ୍ଦ୍ର ସରକାର ୧୦-୧୫ ପ୍ରତିଶତ ଅର୍ଥରାଶି ପ୍ରଦାନ କରିବେ ଯେତେବେଳେକି ଅନ୍ୟ ଫଣ୍ଡ ରାଜ୍ୟ ଏବଂ ବ୍ୟବସାୟୀଙ୍କ ଠାରୁ ଆସିବ। ଅଧିକାରୀଙ୍କ କହିବା ଅନୁଯାୟୀ, ନିର୍ମାଣ ଏବଂ ଘରୋଇ କ୍ଷେତ୍ରକୁ ହସ୍ତାନ୍ତର କାମ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ହେବ।
ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବଡ଼ ଆକାରରେ ଘର ନିର୍ମାଣ କରିବା ଉଦ୍ଦେଶ୍ୟ ଦକ୍ଷତାରେ ସୁଧାର କରିବା ଏବଂ ମୁଖ୍ୟତଃ ମାଇଗ୍ରେଟ ମହିଳା କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରିବା। ଏଥିରେ ଅଧିକାଂଶ କର୍ମଚାରୀ ୧୯-୨୪ ବର୍ଷ ବର୍ଗରେ ଅଛନ୍ତି।
ଅଧିକାରୀ କହିଛନ୍ତି ଗୋଟିଏ ସ୍ଥାନରେ କର୍ମଚାରୀଙ୍କ ପାଇଁ ଏତେ ବଡ଼ ଆବାସ ପ୍ରକଳ୍ପ, ଖାସକରି ମହିଳା କର୍ମଚାରୀଙ୍କ ପାଇଁ ଭାରତରେ ଏହା ପ୍ରଥମ ଥର। ସେ କହିଛନ୍ତି ଅଧିକାଂଶ କର୍ମଚାରୀ ଭଡ଼ାରେ ରହିଥାନ୍ତି ଏବଂ ଫ୍ୟାକ୍ଟ୍ରି ପର୍ଯ୍ୟନ୍ତ ପହଞ୍ଚିବାକୁ ବସ୍ରେ ଘଣ୍ଟା ଘଣ୍ଟା ଯାତ୍ରା କରିବାକୁ ପଡ଼ିଥାଏ। ଅନେକ ସମୟରେ ମହିଳାଙ୍କ ସୁରକ୍ଷା ନେଇ ସମସ୍ୟା ମଧ୍ୟ ଦେଖାଦେଇଥାଏ।