କର୍ଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ୧୮ ତମ ବାର୍ଷିକ ଉତ୍ସବ….

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୧୮ ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ସରସ୍ୱତୀଶିଶୁ ବିଦ୍ୟାମନ୍ଦିର ସଭାପତି ସୁଦର୍ଶନ ସାହୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସଂସଦ ସୁଜିତ କୁମାର, ମୁଖ୍ୟ ବକ୍ତା ଭାବେ ସହଜିଲ୍ଲା ପ୍ରମୁଖ ମନ୍ନ୍ମଥ କୁମାର ମିଶ୍ର ସମ୍ମାନିତ ଅତିଥି ବ୍ଲକ ଅଧକ୍ଷ୍ୟା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା […] The post କର୍ଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ୧୮ ତମ ବାର୍ଷିକ ଉତ୍ସବ…. appeared first on Odisha.News.

କର୍ଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ୧୮ ତମ ବାର୍ଷିକ ଉତ୍ସବ….

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୧୮ ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ସରସ୍ୱତୀଶିଶୁ ବିଦ୍ୟାମନ୍ଦିର ସଭାପତି ସୁଦର୍ଶନ ସାହୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସଂସଦ ସୁଜିତ କୁମାର, ମୁଖ୍ୟ ବକ୍ତା ଭାବେ ସହଜିଲ୍ଲା ପ୍ରମୁଖ ମନ୍ନ୍ମଥ କୁମାର ମିଶ୍ର ସମ୍ମାନିତ ଅତିଥି ବ୍ଲକ ଅଧକ୍ଷ୍ୟା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସୁରେଶ ଚୌଧୁରୀ, ଶିଶୁମନ୍ଦିର ର ସମ୍ପାଦକ କାହ୍ନୁ ଚରଣ ସାହୁ,ପ୍ରଧାନଆଚର୍ଯ୍ୟ ଶାନ୍ତନୁ ମିଶ୍ର,ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ପ୍ରମୁଖ ଯୋଗ ଦେଇ ଉତ୍ତମ ମଣିଷ ତିଆରିରେ ଗୁରୁଜୀ ଗୁରୁମା ଙ୍କ ସହିତ ଅଭିଭାବକ ଅଭିଭାବିକା ମାନଙ୍କ ମଧ୍ୟ ସମାନ ଭୂମିକା ରହିଛି ବୋଲି କହିଥିଲେ।ଏଥିରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଭଉଣୀ ଭାଇ ଓ ସଫଳତା ପାଇଥିବା ପୁରାତନ ଭଉଣୀ ଭାଇ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ବିଦ୍ୟାମନ୍ଦିର ର ନୂତନ ଗୃହ ନିର୍ମାଣ ପାଇଁ ଭୂମୀ ଦେବାରେ ସହଯୋଗ କରିଥିବା ରିଂଜା ଗ୍ରାମ ର କରୁଣା ଭୋଇ ଓ ତାଙ୍କ ଧର୍ମପତ୍ନୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ଭଉଣୀ ଖିତିସ୍ମିତା ଭୋଇ ସଂଯୋଜନା କରିଥିଲେ ଓ ପୁରସ୍କାର ବିତରଣ ସଭାରେ ଗୁରୁଜୀ ତୁମ୍ବେଶ୍ୱର ସାହୁ ସଂଯୋଜନା କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ଜତୀନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ଅଭିଭାବିକା, ପରିଚାଳନା ସମିତିର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।ଭଉଣୀ ଭାଇ ମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମନ ମୋହିଥିଲ।

The post କର୍ଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ୧୮ ତମ ବାର୍ଷିକ ଉତ୍ସବ…. appeared first on Odisha.News.