କଲବଲ କରୁଛି ତାତି, ୫ ସହରରେ ୩୮ ଡିଗ୍ରୀ ପାର୍

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ କଲବଲ କଲାଣି ତାତି। ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରେକର୍ଡ ହୋଇଛି। ବୌଦ୍ଧ, ଝାରସୁଗୁଡ଼ା, ପାରଳାଖେମୁଣ୍ଡି ଓ ବଲାଙ୍ଗିରରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ଼ ହୋଇଥିବା ବେଳେ ୧୦ ସହରରେ ତାତି ୩୭ ଡିଗ୍ରୀ ସେଲସିୟସ୍ ପାର୍ କରିଥିଲା। ମଧ୍ୟାହ୍ନ ସମୟରେ ଅସହ୍ୟ ଖରା ଓ ତାତି ଅନୁଭୂତ ହୋଇଥିଲା। ଆସନ୍ତା ତିନି ଦିନ ଯାଏ ରାତି ତାପମାତ୍ରାରେ କୌଣସି […] The post କଲବଲ କରୁଛି ତାତି, ୫ ସହରରେ ୩୮ ଡିଗ୍ରୀ ପାର୍ appeared first on Odisha.News.

କଲବଲ କରୁଛି ତାତି, ୫ ସହରରେ ୩୮ ଡିଗ୍ରୀ ପାର୍

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ କଲବଲ କଲାଣି ତାତି। ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରେକର୍ଡ ହୋଇଛି।

ବୌଦ୍ଧ, ଝାରସୁଗୁଡ଼ା, ପାରଳାଖେମୁଣ୍ଡି ଓ ବଲାଙ୍ଗିରରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ଼ ହୋଇଥିବା ବେଳେ ୧୦ ସହରରେ ତାତି ୩୭ ଡିଗ୍ରୀ ସେଲସିୟସ୍ ପାର୍ କରିଥିଲା। ମଧ୍ୟାହ୍ନ ସମୟରେ ଅସହ୍ୟ ଖରା ଓ ତାତି ଅନୁଭୂତ ହୋଇଥିଲା।

ଆସନ୍ତା ତିନି ଦିନ ଯାଏ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି। ଏହା ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

The post କଲବଲ କରୁଛି ତାତି, ୫ ସହରରେ ୩୮ ଡିଗ୍ରୀ ପାର୍ appeared first on Odisha.News.