କଲରା ଖାଉଥିଲେ…
କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ ଅନେକ ଜାଣନ୍ତି। ଏହାକୁ ନିୟମିତ ଖାଇଲେ ରକ୍ତରେ ସୁଗାର ପରିମାଣ ଅନେକାଂଶରେ ସନ୍ତୁଳିତ ରହିଥାଏ। କେବଳ ସେତିକି ନୁହେଁ, ଏଥିରେ ଆହୁରି ଅନେକ ଭଲ ଗୁଣ ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ କଲରା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କଲରାରେ ଭିଟାମିନ୍ ‘ଏ’ ଭରିରହିଛି। ଏଥିରେ ଏଭଳି […] The post କଲରା ଖାଉଥିଲେ… appeared first on Dharitri Odia News.
କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ ଅନେକ ଜାଣନ୍ତି। ଏହାକୁ ନିୟମିତ ଖାଇଲେ ରକ୍ତରେ ସୁଗାର ପରିମାଣ ଅନେକାଂଶରେ ସନ୍ତୁଳିତ ରହିଥାଏ। କେବଳ ସେତିକି ନୁହେଁ, ଏଥିରେ ଆହୁରି ଅନେକ ଭଲ ଗୁଣ ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ କଲରା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କଲରାରେ ଭିଟାମିନ୍ ‘ଏ’ ଭରିରହିଛି। ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ଦୃଷ୍ଟିଶକ୍ତିକୁ ଆହୁରି ପ୍ରଖର କରାଇଥାଏ। ଓଜନକୁ ସନ୍ତୁଳିତ ରଖିବାରେ କେତେକାଂଶରେ କଲରା ସାହାଯ୍ୟ କରିଥାଏ। ଶରୀରରେ ଆଲର୍ଜିକୁ ପ୍ରତିହତ କରିବାର କ୍ଷମତା ମଧ୍ୟ ଏହାର ରହିଛି। ରକ୍ତ ସଞ୍ଚାଳନକୁ କଲରା ସକ୍ରିୟ ରଖିଥାଏ। କ୍ଷତ ସ୍ଥାନକୁ ଶୀଘ୍ର ପୂରଣ କରିବା ସହ ରକ୍ତ ପରିଷ୍କାର କରେ ଓ ଖାଦ୍ୟ ହଜମରେ ବି ସାହାଯ୍ୟ କରେ।
The post କଲରା ଖାଉଥିଲେ… appeared first on Dharitri Odia News.