କଲରାପତରିଆ ବାଘ ଛାଲ ସହ ଦେଶୀ ବନ୍ଧୁକ ଜବତ, ୨ ଗିରଫ
କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବନବିଭାଗ ପକ୍ଷରୁ ବାଘ ଛାଲ ଓ ବନ୍ଧୁକ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଜି.ଉଦୟଗିରି ବନବିଭାଗ । ଦୁଇ ଗିରଫ ଅଭିଯୁକ୍ତ ହେଲେ ଭବାନୀ ଶଙ୍କର ପ୍ରାଧାନ ଓ ପ୍ରମୋଦ ପ୍ରଧାନ। ସୂଚନା ମୁତାବକ, ଜି. ଉଦୟଗିରି ଅନ୍ତର୍ଗତ କଳିଙ୍ଗା ସେକ୍ସନରେ ବାଘ ଶିକାର ହୋଇଥିବା ବିଶ୍ବସ୍ତ ସୂଚନା ପାଇ ଗତ ୨୮ ତାରିଖ ବିଳମ୍ବିତ ରାତିରେ ବନବିଭାଗ କଳିଙ୍ଗା ଗ୍ରାମ ବାବା ଛକ ଠାରେ ଛିଡା […]

କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବନବିଭାଗ ପକ୍ଷରୁ ବାଘ ଛାଲ ଓ ବନ୍ଧୁକ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଜି.ଉଦୟଗିରି ବନବିଭାଗ । ଦୁଇ ଗିରଫ ଅଭିଯୁକ୍ତ ହେଲେ ଭବାନୀ ଶଙ୍କର ପ୍ରାଧାନ ଓ ପ୍ରମୋଦ ପ୍ରଧାନ।
ସୂଚନା ମୁତାବକ, ଜି. ଉଦୟଗିରି ଅନ୍ତର୍ଗତ କଳିଙ୍ଗା ସେକ୍ସନରେ ବାଘ ଶିକାର ହୋଇଥିବା ବିଶ୍ବସ୍ତ ସୂଚନା ପାଇ ଗତ ୨୮ ତାରିଖ ବିଳମ୍ବିତ ରାତିରେ ବନବିଭାଗ କଳିଙ୍ଗା ଗ୍ରାମ ବାବା ଛକ ଠାରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ଏକ ବ୍ୟାଗ୍ ଉଦ୍ଧାର କରିଥିଲେ। ଏବଂ ଯାଞ୍ଚ ବେଳେ ସେହି ବ୍ୟାଗରେ ବାଘ ଛାଲ ଥିବା ଜାଣିବାକୁ ପାଇଥିଲେ। କଲରାପତରିଆ ବାଘଛାଲକୁ ଜବତ କରିଥିଲା ବନବିଭାଗ। ଏଥିସହ ବନବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ାଉ ହୋଇଥିଲା। ଜଣେ ବ୍ୟକ୍ତିଙ୍କ ଘରୁ ଏକ ଦେଶୀ ବନ୍ଧୁକ ପାଇଥିବାବେଳେ ଶିକାର କରିବା ସମାଗ୍ରୀ ପାଇଥିଲେ। ଏହି ବାଘ ଶିକାରରେ ଅଉ କାହାର ସମ୍ପୃକ୍ତି ଥିବା ନେଇ ତନାଘନା ଚଳାଇଥିବାବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।