କଲରାପତରିଆ ବାଘର ମୃତଦେହ ଉଦ୍ଧାର
ଦେବଗଡ଼ : କଲରାପତରିଆ ବାଘର ମୃତଦେହ ଉଦ୍ଧାର । ଦେବଗଡ଼ ରିଆମାଳ ବନାଞ୍ଚଳ ନୂଆଡ଼ିହି ଫରେଷ୍ଟ ସେକ୍ସନ କଣ୍ଠିମାଳ ଗାଁ ନିକଟ ରେଙ୍ଗାଳି ଜଳଭଣ୍ଡାରରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି । ହାତୀ ଗତିବିଧି ଅନୁଧ୍ୟାନ ବେଳେ ବନ ବିଭାଗରେ ସ୍ୱତନ୍ତ୍ର ଟିମ ଜଳଭଣ୍ଡାର ମଧ୍ୟରେ କଲରାପତରିଆର ମୃତଦେହ ଦେଖିଥିଲେ । ମୃତ କଲରାପତରିଆର ବୟସ ଅଢେଇ ବର୍ଷ ହେବ । ଏହା ଏକ ଅଣ୍ଡିରା ବାଘ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଘଟଣା […] The post କଲରାପତରିଆ ବାଘର ମୃତଦେହ ଉଦ୍ଧାର appeared first on KNews Odisha.

ଦେବଗଡ଼ : କଲରାପତରିଆ ବାଘର ମୃତଦେହ ଉଦ୍ଧାର । ଦେବଗଡ଼ ରିଆମାଳ ବନାଞ୍ଚଳ ନୂଆଡ଼ିହି ଫରେଷ୍ଟ ସେକ୍ସନ କଣ୍ଠିମାଳ ଗାଁ ନିକଟ ରେଙ୍ଗାଳି ଜଳଭଣ୍ଡାରରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି । ହାତୀ ଗତିବିଧି ଅନୁଧ୍ୟାନ ବେଳେ ବନ ବିଭାଗରେ ସ୍ୱତନ୍ତ୍ର ଟିମ ଜଳଭଣ୍ଡାର ମଧ୍ୟରେ କଲରାପତରିଆର ମୃତଦେହ ଦେଖିଥିଲେ । ମୃତ କଲରାପତରିଆର ବୟସ ଅଢେଇ ବର୍ଷ ହେବ ।
ଏହା ଏକ ଅଣ୍ଡିରା ବାଘ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ଡିଏଫଓଙ୍କ ସମେତ ବନ ବିଭାଗ ଅଧିକାରୀ ଉପସ୍ଥିତ ରହି ଘଟଣାର ତଦନ୍ତ କରୁଛନ୍ତି। ରାଉରକେଲା,କେନ୍ଦୁଝର ଓ ଦେବଗଡ଼ ଜିଲ୍ଲାରୁ ପ୍ରାଣୀ ଚିକିତ୍ସକ ପହଞ୍ଚିବା ପରେ କଲରାପତରିଆର ବ୍ୟବଛେଦ ହେବ। ବ୍ୟବଛେଦ ରିପୋର୍ଟ ପରେ କଲରାପତରିଆର ମୃତ୍ୟୁର କାରଣ ଜଣାପଡିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।
The post କଲରାପତରିଆ ବାଘର ମୃତଦେହ ଉଦ୍ଧାର appeared first on KNews Odisha.