କଲେଜ ଵସ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୧୦ଛାତ୍ରୀ ଆହତ

କଟକ ୨୯/୧୦: କଲେଜ ଵସ୍‌କୁ ଧକ୍କା ଦେଲା ଯାତ୍ରୀବାହି ଵସ୍ । ଦୁର୍ଘଟଣାରେ ୧୦ ଛାତ୍ରୀ ଆହତ  । ଖାନନଗର ଟ୍ରାଫିକ ଛକ ନିକଟରେ ଘଟିଛି ଦୁର୍ଘଟଣା । ସୂଚନା ଥାଉକି, ସକାଳେ କଟକ ସହରରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏକ କଲେଜ ବସ୍‌କୁ ପିଟିଦେଇଥିଲା ଯାତ୍ରୀବାହୀ ବସ୍‌ । ଏହି ଦୁର୍ଘଟଣାରେ ୧୦ ଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି।ସକାଳେ ଏକ ଘରୋଇ କଲେଜ ବସ୍‌ କିଛି ଛାତ୍ରୀଙ୍କୁ ଧରି ସ୍କୁଲ ଅଭିମୁଖେ ଯାଉଥିଲା । ମାତ୍ର ଖାନନଗର ଟ୍ରାଫିକ୍‌ ଛକ ନିକଟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ କଲେଜ ବସ୍‌ଟିକୁ ଜୋରରେ ପିଟିଥିଲା । ଏହି ଦୁର୍ଘଟଣାରେ ସ୍କୁଲ ବସ୍‌ରେ ଥିବା ୧୦ରୁ ଅଧିକ ଛାତ୍ରୀ ଆହତ ହୋଇଛନ୍ତି।ସେପଟେ ଦୁର୍ଘଟଣା ଘଟାଇଥିବା ବସ୍‌ଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି। ଏଥିସହ ସିସିଟିଭି ଫୁଟେଜ ଆଧାରରେ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଧରିବାକୁ ଚେଷ୍ଟା ଚଳାଇଛି। 

କଲେଜ ଵସ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୧୦ଛାତ୍ରୀ ଆହତ

କଟକ ୨୯/୧୦: କଲେଜ ଵସ୍‌କୁ ଧକ୍କା ଦେଲା ଯାତ୍ରୀବାହି ଵସ୍ । ଦୁର୍ଘଟଣାରେ ୧୦ ଛାତ୍ରୀ ଆହତ  । ଖାନନଗର ଟ୍ରାଫିକ ଛକ ନିକଟରେ ଘଟିଛି ଦୁର୍ଘଟଣା । 

ସୂଚନା ଥାଉକି, ସକାଳେ କଟକ ସହରରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏକ କଲେଜ ବସ୍‌କୁ ପିଟିଦେଇଥିଲା ଯାତ୍ରୀବାହୀ ବସ୍‌ । ଏହି ଦୁର୍ଘଟଣାରେ ୧୦ ଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି।


ସକାଳେ ଏକ ଘରୋଇ କଲେଜ ବସ୍‌ କିଛି ଛାତ୍ରୀଙ୍କୁ ଧରି ସ୍କୁଲ ଅଭିମୁଖେ ଯାଉଥିଲା । ମାତ୍ର ଖାନନଗର ଟ୍ରାଫିକ୍‌ ଛକ ନିକଟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ କଲେଜ ବସ୍‌ଟିକୁ ଜୋରରେ ପିଟିଥିଲା । ଏହି ଦୁର୍ଘଟଣାରେ ସ୍କୁଲ ବସ୍‌ରେ ଥିବା ୧୦ରୁ ଅଧିକ ଛାତ୍ରୀ ଆହତ ହୋଇଛନ୍ତି।

ସେପଟେ ଦୁର୍ଘଟଣା ଘଟାଇଥିବା ବସ୍‌ଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି। ଏଥିସହ ସିସିଟିଭି ଫୁଟେଜ ଆଧାରରେ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଧରିବାକୁ ଚେଷ୍ଟା ଚଳାଇଛି।