କଳା ଚଷମା ପିନ୍ଧିଥିଲେ ବିକାଶ ଦିଶିବ ନାହିଁ କାହିଁକି ଏମିତି କହିଲେ ବିଧାୟିକା
ଯାଜପୁର,୩।୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ପୌରପାଳିକା ପକ୍ଷରୁ ଶନିବାର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଅନୁଷ୍ଠିତ ସ୍ବାୟତ୍ତ ଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ଏମ୍ପି ରବୀନ୍ଦ୍ର ନାରାୟଣ ବେହେରା ଏବଂ ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ଯାଜପୁର ବିଧାୟିକା ସାହୁ ପ୍ରଥମେ ଯାଜପୁର ପୌରପାଳିକାର ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଜେଡି ସରକାରଙ୍କ ଗୁଣଗାନ କରି ପୂର୍ବତନ ବିଧାୟକ ପ୍ରଣବପ୍ରକାଶ ଦାସଙ୍କ ବିଭିନ୍ନ କୀର୍ତ୍ତି ବିଷୟରେ ଆଲୋଚନା […] The post କଳା ଚଷମା ପିନ୍ଧିଥିଲେ ବିକାଶ ଦିଶିବ ନାହିଁ କାହିଁକି ଏମିତି କହିଲେ ବିଧାୟିକା appeared first on Dharitri Odia News.
ଯାଜପୁର,୩।୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ପୌରପାଳିକା ପକ୍ଷରୁ ଶନିବାର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଅନୁଷ୍ଠିତ ସ୍ବାୟତ୍ତ ଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ଏମ୍ପି ରବୀନ୍ଦ୍ର ନାରାୟଣ ବେହେରା ଏବଂ ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ଯାଜପୁର ବିଧାୟିକା ସାହୁ ପ୍ରଥମେ ଯାଜପୁର ପୌରପାଳିକାର ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଜେଡି ସରକାରଙ୍କ ଗୁଣଗାନ କରି ପୂର୍ବତନ ବିଧାୟକ ପ୍ରଣବପ୍ରକାଶ ଦାସଙ୍କ ବିଭିନ୍ନ କୀର୍ତ୍ତି ବିଷୟରେ ଆଲୋଚନା କରିବା ସହ ସରକାରୀ ଦଳ କଳା ଚଷମା ପିନ୍ଧି ବିକାଶକୁ ଦେଖିପାରୁନି ବୋଲି କହିଥିଲେ। ଏପରି କି ପୂର୍ବତନ ବିଧାୟକଙ୍କ ଅମଳରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ଯାଜପୁର ସହର ନୂଆ ରୂପରେ ଉଭା ହୋଇପାରିଛି ବୋଲି ସେ କହିଥିଲେ। ଏହାପରେ ମୁଖ୍ୟ ଅତିଥି ଏମ୍ପି ବେହେରା ଭାଷଣ ଦେଇ ବିଧାୟିକା ସାହୁଙ୍କ କଥାର ଜବାବ ଦେଇଥିଲେ। ରାଜ୍ୟ ସରକାର ସମଗ୍ର ଓଡ଼ିଶାର ବିକାଶ ଚାହୁଁଛନ୍ତି। ଯାଜପୁର ପୌରପାଳିକାରେ ଆଗକୁ ମଧ୍ୟ ଅନେକ ବିକାଶମୂଳକ କାର୍ଯ୍ୟ ହେବ। ହେଲେ ଯାଜପୁରରେ ବିଗତ ସରକାର ସମୟରେ ଯେତିକି ବିକାଶମୂଳକ କାର୍ଯ୍ୟ ହୋଇଛି, ତାହାଠୁ ଅଧିକ ଦୁର୍ନୀତି ହୋଇଛି। ସାରା ଓଡ଼ିଶାରେ ଯାଜପୁର ଦୁର୍ନୀତିରେ ସର୍ବାଗ୍ରେ ରହିବ। ଆଗାମୀ ଦିନରେ କଳା ଚଷମାର ଆବଶ୍ୟକତା ନାହିଁ, ସମସ୍ତେ ଧଳା ଚଷମା ପିନ୍ଧି ସବୁ ଦେଖିପାରିବେ ବୋଲି ଏମ୍ପି ବେହେରା କହିଥିଲେ। ଏମ୍ପି ଓ ବିଧାୟିକାଙ୍କର ଏଭଳି କଥା କଟାକଟିକୁ ନେଇ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି। କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ରଞ୍ଜୁଲତା ହୋତା, ଜିଲାପାଳ ପି. ଅନ୍ବେଷା ରେଡ୍ଡୀ, ଉପଜିଲାପାଳ ଅଂଶୁମାନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
The post କଳା ଚଷମା ପିନ୍ଧିଥିଲେ ବିକାଶ ଦିଶିବ ନାହିଁ କାହିଁକି ଏମିତି କହିଲେ ବିଧାୟିକା appeared first on Dharitri Odia News.