ପାରିବାରିକ କଳହରୁ ଜୀବନ ହାରିଲେ ଯୁବକ
ପାଟଣା,୩୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଗାଲଫୁଲା ଗ୍ରାମର ଜଣେ ୩୫ ବର୍ଷୀୟ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ହେଉଛନ୍ତି ରାଧାକାନ୍ତ ନାଏକଙ୍କ ପୁଅ ସୁରେଶ। ମିଳିଥିବା ସୂଚନା ମୁତାବକ, ଶନିବାର ରାତିରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ସୁରେଶ କେଉଁଆଡେ ଚାଲିଯାଇଥିଲେ। ରବିବାର ସକାଳୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଏକ ଗଛରେ ସୁରେଶଙ୍କ ଝୁଲନ୍ତା ମୃତଦେହ […] The post ପାରିବାରିକ କଳହରୁ ଜୀବନ ହାରିଲେ ଯୁବକ appeared first on Dharitri Odia News.
ପାଟଣା,୩୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଗାଲଫୁଲା ଗ୍ରାମର ଜଣେ ୩୫ ବର୍ଷୀୟ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଉଦ୍ଧାର କରିଛି।
ମୃତକ ଜଣକ ହେଉଛନ୍ତି ରାଧାକାନ୍ତ ନାଏକଙ୍କ ପୁଅ ସୁରେଶ। ମିଳିଥିବା ସୂଚନା ମୁତାବକ, ଶନିବାର ରାତିରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ସୁରେଶ କେଉଁଆଡେ ଚାଲିଯାଇଥିଲେ। ରବିବାର ସକାଳୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଏକ ଗଛରେ ସୁରେଶଙ୍କ ଝୁଲନ୍ତା ମୃତଦେହ ଦେଖି ପାଟଣା ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ପାଟଣା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରିଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।
The post ପାରିବାରିକ କଳହରୁ ଜୀବନ ହାରିଲେ ଯୁବକ appeared first on Dharitri Odia News.