କଳା ପଲସର ଲୁଟେରା ସମେତ ବିପୁଳ ପରିମାଣର କଫ ସିରଫ ଜବତ, ୪ ଅଭିଯୁକ୍ତ ଗିରଫ
ବାରିପଦା: ବାରିପଦା ସହରରେ କିଛି ଦିନ ହେବ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। କଳା ପଲସରରେ ଛିନତାଇ ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ଭଞ୍ଜପୁର ଥାନା ପୁଲିସ ସଫଳ ହୋଇଛି। ଏଥି ସହିତ କୁଳିଅଣା ଥାନା ପୁଲିସ ବିପୁଳ ପରିମାଣର ବେଆଇନ କଫ ସିରଫ ଜବତ କରିଛି। ଏନେଇ ବାରିପଦା ସ୍ଥିତ ପୁଲିସ ମୁଖ୍ୟାଳୟରେ ମଙ୍ଗଳବାର ଆହୁତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ସବିଶେଷ ସୂଚନା ପ୍ରଦାନ କରିଛନ୍ତି। ବାରିପଦା ସହରରେ ବର୍ଦ୍ଧିତ ଜନସଂଖ୍ୟା ସମେତ ଅପରାଧିକ ମାମଲାର ମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ହେବ ସହରରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବହୁ ସମୟରେ ଛିନତାଇ ନେଇ ଅଭିଯୋଗ ହେଉଛି। ଗତ ଜାନୁଆରୀ ୫ତାରିଖରେ ଭଞ୍ଜପୁର ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୨୧, ବିଜୟରାମଚନ୍ଦ୍ରପୁର ଅଞ୍ଚଳର ରତ୍ନମଣୀ ମହାନ୍ତି(୭୦)ଙ୍କ ଠାରୁ ୨ ଜଣ ଦୁର୍ବୁତ୍ତ କଳା ପଲସର ବାଇକରେ ଆସି ୫୦ହଜାର ଟଙ୍କା ମୂଲ୍ୟର ଏକ ସୁନାହାର ଛିନତାଇ କରିଥିଲେ। ପ୍ରବଳ ଶୀତ ଯୋଗୁ ଉକ୍ତ ବୃଦ୍ଧା ଜଣଙ୍କ ନିଜ ଘର ସମ୍ମୁଖ ଛିଡ଼ା ହୋଇଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ଆସି ଠିକଣା ପଚାରିବା ବାହାନାରେ ଛିନତାଇ କରିଥିଲା। ଏ ନେଇ ରତ୍ନମଣୀଙ୍କ ଜାନୁଆରୀ ୭ତାରିଖରେ ଅଭିଯୋଗକ୍ରମେ ଭଞ୍ଜପୁର ଥାନାରେ କେସ ନମ୍ବର ୩/୨୦୨୪ରେ ମାମଲା ରୁଜୁ ହ
ବାରିପଦା: ବାରିପଦା ସହରରେ କିଛି ଦିନ ହେବ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। କଳା ପଲସରରେ ଛିନତାଇ ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ଭଞ୍ଜପୁର ଥାନା ପୁଲିସ ସଫଳ ହୋଇଛି। ଏଥି ସହିତ କୁଳିଅଣା ଥାନା ପୁଲିସ ବିପୁଳ ପରିମାଣର ବେଆଇନ କଫ ସିରଫ ଜବତ କରିଛି। ଏନେଇ ବାରିପଦା ସ୍ଥିତ ପୁଲିସ ମୁଖ୍ୟାଳୟରେ ମଙ୍ଗଳବାର ଆହୁତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ସବିଶେଷ ସୂଚନା ପ୍ରଦାନ କରିଛନ୍ତି।
ବାରିପଦା ସହରରେ ବର୍ଦ୍ଧିତ ଜନସଂଖ୍ୟା ସମେତ ଅପରାଧିକ ମାମଲାର ମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ହେବ ସହରରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବହୁ ସମୟରେ ଛିନତାଇ ନେଇ ଅଭିଯୋଗ ହେଉଛି। ଗତ ଜାନୁଆରୀ ୫ତାରିଖରେ ଭଞ୍ଜପୁର ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୨୧, ବିଜୟରାମଚନ୍ଦ୍ରପୁର ଅଞ୍ଚଳର ରତ୍ନମଣୀ ମହାନ୍ତି(୭୦)ଙ୍କ ଠାରୁ ୨ ଜଣ ଦୁର୍ବୁତ୍ତ କଳା ପଲସର ବାଇକରେ ଆସି ୫୦ହଜାର ଟଙ୍କା ମୂଲ୍ୟର ଏକ ସୁନାହାର ଛିନତାଇ କରିଥିଲେ। ପ୍ରବଳ ଶୀତ ଯୋଗୁ ଉକ୍ତ ବୃଦ୍ଧା ଜଣଙ୍କ ନିଜ ଘର ସମ୍ମୁଖ ଛିଡ଼ା ହୋଇଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ଆସି ଠିକଣା ପଚାରିବା ବାହାନାରେ ଛିନତାଇ କରିଥିଲା।

ଏ ନେଇ ରତ୍ନମଣୀଙ୍କ ଜାନୁଆରୀ ୭ତାରିଖରେ ଅଭିଯୋଗକ୍ରମେ ଭଞ୍ଜପୁର ଥାନାରେ କେସ ନମ୍ବର ୩/୨୦୨୪ରେ ମାମଲା ରୁଜୁ ହୋଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଉକ୍ତ ଘଟଣାର ତଦନ୍ତ କରି ତିନି ଜଣକୁ ଭଞ୍ଜପୁର ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟର ବରଷୋଳ ଥାନା ଅନ୍ତର୍ଗତ ରାଜେଶ ଶ୍ୟାମଲ(୨୩), ବହୋରାଗୋଡା ଥାନା ଅନ୍ତର୍ଗତ ଶାସନ ଗ୍ରାମର ସୋମଦତ୍ତ ନାଏକ(୨୯) ଏବଂ ବାରିପଦା ଟାଉନ ଥାନା ଅନ୍ତର୍ଗତ ମଧୁବନ ନିବାସୀ ମହାରାଷ୍ଟ୍ର ଅଞ୍ଚଳର ଆଦିକରାଓ ବସନ୍ତ ସାରକ(୪୬)।
ଅଭିଯୁକ୍ତଠାରୁ ୩ ଲକ୍ଷ ୪୮ହଜାର ଟଙ୍କା, ଏକ କଳା ପଲସର ବାଇକ, ତିନିଟି ମୋବାଇଲ ଫୋନ, ଲୁଟ ହୋଇଥିବା ୬.୫ଗ୍ରାମର ସ୍ୱର୍ଣ୍ଣ ଅଳଙ୍କାର, ୯୪ଗ୍ରାମର ସୁନା ବିସ୍କୁଟ, ରୁପା ଅଳଙ୍କାର ୨୭୭୦ଗ୍ରାମ, ଓଜନ ମେସିନ, ୪ଗୋଟି ବିଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ତେବେ ଗିରଫ ଅଭିଯୁକ୍ତ ମାନେ ପେଶାଦାର ଲୁଟେରା ଅଟନ୍ତି। ସେମାନେ ପୂର୍ବରୁ ମଧ୍ୟ ଭଞ୍ଜପୁର ଥାନାରେ ୮ଗୋଟି ମାମଲାରେ ସଂଶ୍ଲିଷ୍ଟ ରହିଛନ୍ତି ବୋଲି ସୂଚନା ପ୍ରଦାନ କରାଯାଇଛି।

ସେହିପରି ଅବୈଧ ନିଶା କାରବାର ରୋକିବାରେ କୁଳିଅଣା ଥାନା ପୁଲିସକୁ ସଫଳତା ମିଳିଛି।ସୋମବାର ପେଟ୍ରୋଲିଂ ସମୟରେ ବିପୁଳ ପରିମାଣରେ ବେଆଇନ କଫ ସିରଫ ଜବତ କରିବା ସହ ଜଣକୁ ଗିରଫ କରିଛି। କୁଳିଅଣା ବଜାର ନିକଟରୁ ଉକ୍ତ କଫ ସିରଫ ଜବତ ହୋଇଛି। ବାରିପଦାରୁ ବମ୍ବେଛକ ଅଭିମୁଖେ ଯାଉଥିବା ବେଳେ ପୋଲିସ ପେଟ୍ରୋଲିଂ ସମୟରେ ସନ୍ଦେହ କରି ଏକ ମଟର ସାଇକେଲକୁ ପିଛା କରି ଧରିଥିଲେ। ତେବେ ଏହାକୁ ନେଇ କୁଳିଅଣା ଥାନାରେ କେଶ ନମ୍ବର ୩/୨୦୨୪ରେ ଏନଡିପିସି ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି। ଉକ୍ତ ନିଶା କାରବାରର ଚେର କୁଆଡ଼େ ଲମ୍ବିଛି ତାହାର ତଦନ୍ତ କରି କିଙ୍ଗପିନକୁ ଗିରଫ କରିବା ନେଇ ପୁଲିସ ତଦନ୍ତ ଜାରି ରଖିଛି।
The post କଳା ପଲସର ଲୁଟେରା ସମେତ ବିପୁଳ ପରିମାଣର କଫ ସିରଫ ଜବତ, ୪ ଅଭିଯୁକ୍ତ ଗିରଫ appeared first on Prameya News7.