କଳାହାଣ୍ଡିରୁ ବ୍ୟାପିଛି ଡିପଥେରିଆ

ଭୁବନେଶ୍ୱର : କଳାହାଣ୍ଡିରୁ ବ୍ୟାପିଛି ଡିପଥେରିଆ ସଂକ୍ରମଣର । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ । ସେ କହିଛନ୍ତି ରାୟଗଡ଼ା ନୁହେଁ, କଳାହାଣ୍ଡି ହେଉଛି ରାଜ୍ୟରେ ଡିପଥେରିଆ ସଂକ୍ରମଣର ଉତ୍ସ। କଳାହାଣ୍ଡିର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ବ୍ୟାପିଛି ସଂକ୍ରମଣ । ମାନୁଷପଦରରୁ ଜଣେ ବ୍ୟକ୍ତି ଇନ୍ଦ୍ରାବତୀକୁ ଯାଇଥିଲେ । ସେ ସେଠାରୁ ସଂକ୍ରମିତ ହୋଇ ମାନୁଷପଦର ଫେରିବା ପରେ ରାଜ୍ୟରେ ବ୍ୟାପିଛି ଡିପଥେରିଆ ସଂକ୍ରମଣ । ଅନ୍ୟପଟେ କୋରାପୁଟରେ ଏବେବି […]

କଳାହାଣ୍ଡିରୁ ବ୍ୟାପିଛି ଡିପଥେରିଆ
କଳାହାଣ୍ଡିରୁ ବ୍ୟାପିଛି ଡିପଥେରିଆ

ଭୁବନେଶ୍ୱର : କଳାହାଣ୍ଡିରୁ ବ୍ୟାପିଛି ଡିପଥେରିଆ ସଂକ୍ରମଣର । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ । ସେ କହିଛନ୍ତି ରାୟଗଡ଼ା ନୁହେଁ, କଳାହାଣ୍ଡି ହେଉଛି ରାଜ୍ୟରେ ଡିପଥେରିଆ ସଂକ୍ରମଣର ଉତ୍ସ। କଳାହାଣ୍ଡିର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ବ୍ୟାପିଛି ସଂକ୍ରମଣ । ମାନୁଷପଦରରୁ ଜଣେ ବ୍ୟକ୍ତି ଇନ୍ଦ୍ରାବତୀକୁ ଯାଇଥିଲେ । ସେ ସେଠାରୁ ସଂକ୍ରମିତ ହୋଇ ମାନୁଷପଦର ଫେରିବା ପରେ ରାଜ୍ୟରେ ବ୍ୟାପିଛି ଡିପଥେରିଆ ସଂକ୍ରମଣ ।

ଅନ୍ୟପଟେ କୋରାପୁଟରେ ଏବେବି ଚାଲିଛି ସର୍ଭେଲାନ୍ସ । କୋରାପୁଟ ବନ୍ଧୁଗାଁର ୩୩ ପିଲାଙ୍କୁ ଦିଆଯାଇଛି ବୁଷ୍ଟର ଡୋଜ୍ । କାଶୀପୁର ମନୁଷପଦର ଅଂଚଳର ୧୮ଟି ଗାଁରୁ ୧୩ ଗାଁରେ ବୁଷ୍ଟର ଡୋଜ ଦିଆସରିଛି । ଅନ୍ୟମାନଙ୍କୁ ଚିହ୍ନଟ କରାଯାଇ ଟୀକା କରଣ କରାଯାଉଛି ।

ଏହାଛଡ଼ା କାଶୀପୁର ବ୍ଲକର ଅନ୍ୟ ଗାଁମାନଙ୍କରେ ଯେଉଁ ପିଲାମାନେ ଡିପଥେରିଆ ଟୀକା ବିଲକୁଲ ନେଇ ନଥିବେ, ସେମାନଙ୍କୁ ଚିହ୍ନଟ କରାଯାଇ ଟୀକା ଦିଆଯିବ ।

ଡିପଥେରିଆରେ ମୃତ୍ୟୁ ହୋଇଥିବା ଜଣେ ୧୧ ବର୍ଷୀୟା ଝିଅର ଓଜନ ୧୫ କିଲୋଗ୍ରାମ ଥିଲା। ତେବେ ତାହା ଅପପୁଷ୍ଟି ନା ନାହିଁ, ସେନେଇ ଯାଞ୍ଚ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାନୁସାରେ ରାଜ୍ୟରେ ଧୀରେ ଧୀରେ ମାଡି ଚାଲିଛି ଡିପଥେରିଆ ସଂକ୍ରମଣ । ରାୟଗଡା ମନୁଷପଦରରେ ୫ ଜଣ ଡିପଥେରିଆ ଆକ୍ରାନ୍ତଂକ ମୃତ୍ୟୁ ପରେ ଗତକାଲି ବ୍ରହ୍ମପୁର ମେଡିକାଲରେ ଆଉଜଣେ ୧୦ ଵର୍ଷ ବାଳକଙ୍କର ମୃତ୍ୟୁ ଘଟିଛି । ଏହା ସହ ସମୁଦାୟ ୩ ଟି ଜିଲ୍ଲାରୁ ମୋଟ ୩୫ ଜଣ ଡିପଥେରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବୁଧୁବାର ଠାରୁ ସମ୍ପୃକ୍ତ ସଂକ୍ରମିତ ଅଞ୍ଚଳରେ ଟୀକାକରଣ ଜାରି ରହିଛି ।