କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ
ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା କରାଯାଇଛି। ଏଥିରେ କଳାହାଣ୍ଡି ଜିଲାର ନର୍ଲାକୁ ଛାଡି ୪ଟି ବିଧାନସଭା ମଣ୍ଡଳୀରେ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷାଣା କରାଯାଇଛି। ଜିଲାର ଜୁନାଗଡ ନିର୍ବାଚନ ମଣ୍ଡଳୀରେ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ ପୁଷ୍ପେନ୍ଦ୍ର ସିଂଦେଓ, ଭବାନୀପାଟଣା ଲଳିତା ନାଏକ ଓ ଲାଞ୍ଜିଗଡ ପ୍ରଦୀପ ଦିଶାରୀଙ୍କ ନାମ ଘୋଷଣା କରାଯାଇଛି। ଉପରୋକ୍ତ ୪ଜଣଙ୍କ ମଧ୍ୟରୁ […] The post କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ appeared first on Dharitri Odia News.
ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା କରାଯାଇଛି। ଏଥିରେ କଳାହାଣ୍ଡି ଜିଲାର ନର୍ଲାକୁ ଛାଡି ୪ଟି ବିଧାନସଭା ମଣ୍ଡଳୀରେ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷାଣା କରାଯାଇଛି। ଜିଲାର ଜୁନାଗଡ ନିର୍ବାଚନ ମଣ୍ଡଳୀରେ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ ପୁଷ୍ପେନ୍ଦ୍ର ସିଂଦେଓ, ଭବାନୀପାଟଣା ଲଳିତା ନାଏକ ଓ ଲାଞ୍ଜିଗଡ ପ୍ରଦୀପ ଦିଶାରୀଙ୍କ ନାମ ଘୋଷଣା କରାଯାଇଛି। ଉପରୋକ୍ତ ୪ଜଣଙ୍କ ମଧ୍ୟରୁ ୩ ପୁରୁଣା ମୁହଁ ଥିବାବେଳେ ନୂଆମୁହଁ ଭାବେ ବିଜେଡି ମହିଳା କାର୍ଡ ଖେଳି ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ସ୍ତ୍ରୀ ଲଳିତା ନାଏକଙ୍କୁ ଟିକେଟ ଦେଇଛି। ୨୦୦୦ରେ ବିଜେଡି ସେତେବେଳେ ଥିବା କୋକସରା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମା’ ରୋଶନି ସିଂଦେଓଙ୍କୁ ବିଧାୟକ ପ୍ରାର୍ଥିନୀ ଭାବେ ଟିକେଟ ଦେଇଥିଲା। ଏହାପରଠୁ ଜିଲାରେ ବିଜେଡି ମହିଳାଙ୍କୁ ଟିକେଟ ଦେଉ ନ ଥିଲା। ରୋଶନିଙ୍କ ପରେ ଏବେ ଲଳିତା ବିଜେଡିର ଦ୍ୱିତୀୟ ବିଧାୟକ ପ୍ରାର୍ଥିନୀ। ପୂର୍ବରୁ ଲଳିତା ଭବାନୀପାଟଣା ପୌରପାଳିକାରେ ପୌରଧ୍ୟକ୍ଷା ରହିଥିବାବେଳେ ବର୍ତ୍ତମାନ ସେ ଜିଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ଲଳିତାଙ୍କ ସ୍ବାମୀ ଦୁଷ୍ମନ୍ତ ୨୦୧୯ ସାଧାରଣ ନିର୍ବାଚନରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ଛିଡା ହୋଇଥିବାବେଳେ ଭାଜପା ପ୍ରାର୍ଥୀ ପ୍ରଦିପ୍ତ ନାଏକଙ୍କଠାରୁ ପରାଜୟ ହୋଇଥିଲେ। ଏବେ ଦୁଷ୍ମନ୍ତଙ୍କୁ ଦଳ ଟିକେଟ ନ ଦେଇ ମହିଳା କାର୍ଡ ଖେଳି ତାଙ୍କ ସ୍ତ୍ରୀ ଲଳିତାଙ୍କୁ ବିଧାୟକ ପ୍ରାର୍ଥିନୀ ଭାବେ ଟିକେଟ ଦେଇଛି। ତେବେ ବିଜେଡିର ଏହି ମହିଳା କାର୍ଡକୁ ଲୋକେ କେତେ ଗ୍ରହଣ କରିବେ ତାହା ଆଗାମୀ ଦିନରେ ଜଣାପଡିବ।
The post କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ appeared first on Dharitri Odia News.