କଳାହାଣ୍ଡିରେ ଲଜ୍ଜା: ନାବାଳିକା ୬ ମାସର ଗର୍ଭବତୀ

କଲମପୁର,୩୧ା୫(ଗଣେଶରାମ ବାଗ): କଳାହାଣ୍ଡିରେ ଲଜ୍ଜା। କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଶନିବାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ କୁବେର ବାଗ (୩୯)। ଅଭିଯୋଗ ଅନୁସାରେ ବଡ଼କୁଟରୁ ଫାଣ୍ଡି ଅଞ୍ଚଳର ଜଣେ ୧୪ ବର୍ଷର ନାବାଳିକାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ କୁବେର ବଳାତ୍କାର କରିଆସୁଥିଲେ। ନାବାଳିକା ୬ ମାସର ଅନ୍ତସତ୍ତ୍ୱା ଥିବା ଜାଣିବା ପରେ ଝିଅର ମା’ କଲମପୁର ଥାନାରେ ଶୁକ୍ରବାର ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ […] The post କଳାହାଣ୍ଡିରେ ଲଜ୍ଜା: ନାବାଳିକା ୬ ମାସର ଗର୍ଭବତୀ appeared first on Dharitri Odia News.

କଳାହାଣ୍ଡିରେ ଲଜ୍ଜା: ନାବାଳିକା ୬ ମାସର ଗର୍ଭବତୀ

କଲମପୁର,୩୧ା୫(ଗଣେଶରାମ ବାଗ): କଳାହାଣ୍ଡିରେ ଲଜ୍ଜା। କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଶନିବାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ କୁବେର ବାଗ (୩୯)। ଅଭିଯୋଗ ଅନୁସାରେ ବଡ଼କୁଟରୁ ଫାଣ୍ଡି ଅଞ୍ଚଳର ଜଣେ ୧୪ ବର୍ଷର ନାବାଳିକାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ କୁବେର ବଳାତ୍କାର କରିଆସୁଥିଲେ।

ନାବାଳିକା ୬ ମାସର ଅନ୍ତସତ୍ତ୍ୱା ଥିବା ଜାଣିବା ପରେ ଝିଅର ମା’ କଲମପୁର ଥାନାରେ ଶୁକ୍ରବାର ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା (ନଂ.୫୭/୨୫) ରୁଜୁକରି ପୋକ୍‌ସୋ ଆକ୍ଟରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ବୟାନ ରେକର୍ଡ ଓ ମେଡିକାଲ ଟେଷ୍ଟ ପରେ ଅଭିଯୁକ୍ତଙ୍କୁ ଶନିବାର ଜେଲ ହାଜତକୁ ପଠାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।

The post କଳାହାଣ୍ଡିରେ ଲଜ୍ଜା: ନାବାଳିକା ୬ ମାସର ଗର୍ଭବତୀ appeared first on Dharitri Odia News.