କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି:ଉପତ୍ୟକାରେ ଇସି ଟିମ୍‌

ଶ୍ରୀନଗର,୯ା୮(ପି.ଟି.):ଭାରତର ନିର୍ବାଚନ କମିଶନ୍‌ର ଏକ ଟିମ୍‌ ଗୁରୁବାର ଜମ୍ମୁ-କଶ୍ମୀର ଗସ୍ତ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ୩ ସଦସ୍ୟ ବିଶିଷ୍ଟ ଇସି ଟିମ୍‌ ଗୁରୁବାର ସକାଳେ କଶ୍ମୀରରେ ପହଞ୍ଚତ୍ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ନିର୍ବାଚନ କରାଇବାକୁ ସୁପ୍ରିମକୋର୍ଟ ସମୟସୀମା ଧାର୍ଯ୍ୟ କରିଥିଲେ। ଇସି ସମସ୍ତ ରାଜନୈତିକ ଦଳ, ଜିଲା ମୁଖ୍ୟ ଏବଂ ପ୍ରଶାସନ ଓ ପୋଲିସ ବିଭାଗର ଅଧିକାରୀମାନଙ୍କ ସହ ବୈଠକ […] The post କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି:ଉପତ୍ୟକାରେ ଇସି ଟିମ୍‌ appeared first on Dharitri Odia News.

କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି:ଉପତ୍ୟକାରେ ଇସି ଟିମ୍‌

ଶ୍ରୀନଗର,୯ା୮(ପି.ଟି.):ଭାରତର ନିର୍ବାଚନ କମିଶନ୍‌ର ଏକ ଟିମ୍‌ ଗୁରୁବାର ଜମ୍ମୁ-କଶ୍ମୀର ଗସ୍ତ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ୩ ସଦସ୍ୟ ବିଶିଷ୍ଟ ଇସି ଟିମ୍‌ ଗୁରୁବାର ସକାଳେ କଶ୍ମୀରରେ ପହଞ୍ଚତ୍ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ନିର୍ବାଚନ କରାଇବାକୁ ସୁପ୍ରିମକୋର୍ଟ ସମୟସୀମା ଧାର୍ଯ୍ୟ କରିଥିଲେ। ଇସି ସମସ୍ତ ରାଜନୈତିକ ଦଳ, ଜିଲା ମୁଖ୍ୟ ଏବଂ ପ୍ରଶାସନ ଓ ପୋଲିସ ବିଭାଗର ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ଆଲୋଚନା ବେଳେ ତୁରନ୍ତ ନିର୍ବାଚନ କରାଇବା ପାଇଁ ରାଜନୈତିକ ଦଳଗୁଡ଼ିକ ଦାବି କରିଥିଲେ। ୨୦୧୪ରୁ ଜମ୍ମୁ-କଶ୍ମୀରରେ ନିର୍ବାଚନ ହୋଇନାହିଁ। ୨୦୧୯ରେ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ବିଭିନ୍ନ କାରଣରୁ ନିର୍ବାଚନ ହୋଇପାରି ନ ଥିଲା।

The post କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି:ଉପତ୍ୟକାରେ ଇସି ଟିମ୍‌ appeared first on Dharitri Odia News.