ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ: ଅତନୁ ସବ୍ୟସାଚୀଙ୍କ ବିସ୍ଫୋରଣ ବୟାନ, ଜାଣନ୍ତୁ କ’ଣ କହିଲେ…
ଭୁବନେଶ୍ୱର,୧୧।୧୧: ବିସ୍ଫୋରଣ ବୟାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। କେନ୍ଦ୍ରାପଡା ମହାକାଳପଡା ଆୟୋଜିତ ଏକ ସଭାରେ ଅତନୁ କହିଛନ୍ତି, ପୁଣିଥରେ ଲୋକ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି। ଆମର ୫୧ ଓ କଂଗ୍ରେସ ୧୪ ଏବଂ ସ୍ବାଧୀନର ୩ ବିଧାୟକଙ୍କ ସମର୍ଥନ ଅଛି । ଆଉ ମାତ୍ର ଆଠ-ଦଶଟା ବିଧାୟକ ଦରକାର । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନାହାନ୍ତି ବୋଲି ଲୋକେ ବିଶ୍ୱାସ କରି ପାରୁନାହାନ୍ତି। ୫ ମାସ ହେଲାଣି ସମସ୍ତ ବିକାଶ […] The post ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ: ଅତନୁ ସବ୍ୟସାଚୀଙ୍କ ବିସ୍ଫୋରଣ ବୟାନ, ଜାଣନ୍ତୁ କ’ଣ କହିଲେ… appeared first on Dharitri Odia News.
ଭୁବନେଶ୍ୱର,୧୧।୧୧: ବିସ୍ଫୋରଣ ବୟାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। କେନ୍ଦ୍ରାପଡା ମହାକାଳପଡା ଆୟୋଜିତ ଏକ ସଭାରେ ଅତନୁ କହିଛନ୍ତି, ପୁଣିଥରେ ଲୋକ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି। ଆମର ୫୧ ଓ କଂଗ୍ରେସ ୧୪ ଏବଂ ସ୍ବାଧୀନର ୩ ବିଧାୟକଙ୍କ ସମର୍ଥନ ଅଛି । ଆଉ ମାତ୍ର ଆଠ-ଦଶଟା ବିଧାୟକ ଦରକାର । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନାହାନ୍ତି ବୋଲି ଲୋକେ ବିଶ୍ୱାସ କରି ପାରୁନାହାନ୍ତି। ୫ ମାସ ହେଲାଣି ସମସ୍ତ ବିକାଶ କାମ ଠପ ହୋଇ ପଡିଛି। ଖୁବଶୀଘ୍ର ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅତନୁ କହିଛନ୍ତି।
ଅନ୍ୟପଟେ ଗଞ୍ଜାମ ଜିଲା ଆସିକା ଭାଜପା ବିଧାୟକ ସରୋଜ ପାଢ଼ୀ ସୋମବାର ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ବିଜେଡିର ୨୭ ବିଧାୟକ ଭାଜପାର ଶୀର୍ଷ ନେତୃତ୍ୱ ସହ ଯୋଗାଯୋଗରେ ଅଛନ୍ତି। ବିଧାୟକ ସରୋଜଙ୍କ ବୟାନକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଏପରିକି ୩ ଦିନ ତଳେ ବିଜେଡିର ୨୭ ବିଧାୟକ ଏକାଠି ହୋଇଥିଲେ। ସେମାନେ ଭାଜପା ଆସିବା ପାଇଁ ଯୋଗାଯୋଗରେ ରହିଥିବା ବିଧାୟକ ପାଢ଼ୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ୨୦୨୯ ବେଳକୁ କଂଗ୍ରେସ ୫ ଫାଳ ହୋଇଯାଇଥିବ ବୋଲି ସେ କହିଛନ୍ତି।
The post ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ: ଅତନୁ ସବ୍ୟସାଚୀଙ୍କ ବିସ୍ଫୋରଣ ବୟାନ, ଜାଣନ୍ତୁ କ’ଣ କହିଲେ… appeared first on Dharitri Odia News.