ଅନିଲ ଏନ୍ଟିପିସିର ଏଚ୍ଆର୍ ଡାଇରେକ୍ଟର
କଣିହାଁ,୨୬।୮: (ସଚ୍ଚିଦାନନ୍ଦ ପ୍ରଧାନ): ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍ଟିପିସି ଲିମିଟେଡ) ର ନୂତନ ମାନବ ସମ୍ବଳ ନିର୍ଦ୍ଦେଶକ ବା ଏଚ୍ଆର୍ ଡାଇରେକ୍ଟର ଭାବେ ଅନିଲ କୁମାର ଜଦ୍ଲି ନିକଟରେ ଯୋଗ (ଦାୟିତ୍ୱ ଗ୍ରହଣ) ଦେଇଛନ୍ତି। ଏହା ପୂର୍ବରୁ ସେ କମ୍ପାନୀର କର୍ପୋରେଟ ଏଚ୍ଆର୍ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏପରିକି ସେ ୨୦୨୦ରୁ ଏହି ପଦବୀରେ ରହି କାର୍ଯ୍ୟ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ୧୮୯୩ରେ ଅନିଲ କୁମାର ଜଦ୍ଲି ଏନଟିପିସିର କାର୍ଯ୍ୟନର୍ବାହୀ ଟ୍ରେନିଂ ଭାବେ ଯୋଗ ଦେଇଥିଲେ। […] The post ଅନିଲ ଏନ୍ଟିପିସିର ଏଚ୍ଆର୍ ଡାଇରେକ୍ଟର appeared first on Dharitri Odia News.
କଣିହାଁ,୨୬।୮: (ସଚ୍ଚିଦାନନ୍ଦ ପ୍ରଧାନ): ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍ଟିପିସି ଲିମିଟେଡ) ର ନୂତନ ମାନବ ସମ୍ବଳ ନିର୍ଦ୍ଦେଶକ ବା ଏଚ୍ଆର୍ ଡାଇରେକ୍ଟର ଭାବେ ଅନିଲ କୁମାର ଜଦ୍ଲି ନିକଟରେ ଯୋଗ (ଦାୟିତ୍ୱ ଗ୍ରହଣ) ଦେଇଛନ୍ତି। ଏହା ପୂର୍ବରୁ ସେ କମ୍ପାନୀର କର୍ପୋରେଟ ଏଚ୍ଆର୍ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏପରିକି ସେ ୨୦୨୦ରୁ ଏହି ପଦବୀରେ ରହି କାର୍ଯ୍ୟ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ୧୮୯୩ରେ ଅନିଲ କୁମାର ଜଦ୍ଲି ଏନଟିପିସିର କାର୍ଯ୍ୟନର୍ବାହୀ ଟ୍ରେନିଂ ଭାବେ ଯୋଗ ଦେଇଥିଲେ। ଏପରିକି ସେ ନିଜର ଦକ୍ଷତା ଓ କଠିନ ପରିଶ୍ରମ ପାଇଁ ବେଶ୍ ପରିଚିତ ଥିଲାବେଳେ ଦୀର୍ଘ ୩୦ବର୍ଷର ଅଭିଜ୍ଞତାକୁ ଠିକ୍ ଭାବେ କାର୍ଯ୍ୟରେ ଲଗାଇଛନ୍ତି। ସେହିଭଳି ୨୦୦୪ରୁ ସେ କମ୍ପାନୀର ମାନବ ସମ୍ବଳ ବିଭାଗରେ କାର୍ଯ୍ୟ କରିଆସୁଥିଲେ। ଏପରିକି କମ୍ପାନୀର ବିଭିନ୍ନ ପ୍ରକଳ୍ପରେ ସେ ବିଭାଗୀୟ ମୁଖ୍ୟ ଭାବେ ଦାୟିତ୍ୱ ନିିର୍ବାହ କରୁଥିଲେ। ଅପରପକ୍ଷରେ ସେ ଗରଓ୍ବାଲ ବିଶ୍ୱବିଦ୍ୟାଳୟରୁ ଅର୍ଗାନିକ କ୍ରେମିଷ୍ଟ୍ରିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲାବେଳେ ଏମ୍ଡିଆଇ ଗୁରୁଗାଓଁରୁ ବିଜ୍ନେସ ମ୍ୟାନେଜମେଣ୍ଟ, ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟରେ ମଧ୍ୟ ସ୍ନାତକୋତ୍ତର ଡିପ୍ଲୋମା ହାସଲ କରିଛନ୍ତି। ଏଥିସହିତ ସେ ପ୍ୟାରିସ, ବର୍ଲିନ ଭଳି ଦେଶର ମ୍ୟାନେଜମେଣ୍ଟ ଏବଂ ଲିଡରଶିପ ଟ୍ରେନିଂ ମଧ୍ୟ ଲାଭ କରିଛନ୍ତି।
The post ଅନିଲ ଏନ୍ଟିପିସିର ଏଚ୍ଆର୍ ଡାଇରେକ୍ଟର appeared first on Dharitri Odia News.