ଜମିରେ ପାଣି ମଡ଼ାଉଥିଲେ ଶଳା-ଭିଣୋଇ, ଶଟ୍‌ସର୍କିଟ୍‌ରେ ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା/କୋକସରା,୧୦ା୭(ଉତ୍ତମ ଦାଶ/ଦୁଷ୍ମନ୍ତ କୁମାର ପାଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ଆମପାଣି ଥାନା ପୋଡ଼ାଗୁଡ଼ା ଗାଁରେ ଗୁରୁବାର ଏକ ଅଘଟଣ ଘଟିଛି। ଚାଷଜମିରେ ପାଣି ମଡ଼ାଉଥିବା ବେଳେ ବିଦ୍ୟୁତ ଆଘାତରେ ୨ ଚାଷୀଙ୍କ ମୃତ୍ୟୁହୋଇଛି। ମୃତକ ହେଲେ କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡ଼ା ଗାଁର ଚାଷୀ ଧନୁର୍ଯ୍ୟ ମଶ୍ରା (୩୦) ଓ କଛାର ପଡ଼ା ଗାଁର ଅନିରୁଦ୍ଧ ନାଏକ (୫୫) । ସେମାନେ ସମ୍ପର୍କରେ ଶଳା ଭିଣୋଇ। ସୂଚନାନୁସାରେ, ଗୁରୁବାର ସକାଳେ ଦୁଇ ଜଣ […] The post ଜମିରେ ପାଣି ମଡ଼ାଉଥିଲେ ଶଳା-ଭିଣୋଇ, ଶଟ୍‌ସର୍କିଟ୍‌ରେ ଚାଲିଗଲା ଦୁହିଁଙ୍କ ଜୀବନ appeared first on Dharitri Odia News.

ଜମିରେ ପାଣି ମଡ଼ାଉଥିଲେ ଶଳା-ଭିଣୋଇ, ଶଟ୍‌ସର୍କିଟ୍‌ରେ ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା/କୋକସରା,୧୦ା୭(ଉତ୍ତମ ଦାଶ/ଦୁଷ୍ମନ୍ତ କୁମାର ପାଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ଆମପାଣି ଥାନା ପୋଡ଼ାଗୁଡ଼ା ଗାଁରେ ଗୁରୁବାର ଏକ ଅଘଟଣ ଘଟିଛି। ଚାଷଜମିରେ ପାଣି ମଡ଼ାଉଥିବା ବେଳେ ବିଦ୍ୟୁତ ଆଘାତରେ ୨ ଚାଷୀଙ୍କ ମୃତ୍ୟୁହୋଇଛି। ମୃତକ ହେଲେ କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡ଼ା ଗାଁର ଚାଷୀ ଧନୁର୍ଯ୍ୟ ମଶ୍ରା (୩୦) ଓ କଛାର ପଡ଼ା ଗାଁର ଅନିରୁଦ୍ଧ ନାଏକ (୫୫) । ସେମାନେ ସମ୍ପର୍କରେ ଶଳା ଭିଣୋଇ।

ସୂଚନାନୁସାରେ, ଗୁରୁବାର ସକାଳେ ଦୁଇ ଜଣ ଚାଷୀ ବଡ଼ ପୋଡ଼ାଗୁଡ଼ା ନିକଟରେ ଥିବା ମୁଡ୍ରା ନଦୀ କୂଳରେ ଥିବା ଉଠା ଜଳସେଚନ ପ୍ରକଳ୍ପରେ ନିଜ ଚାଷଜମିକୁ ମୋଟର ସାହାଯ୍ୟରେ ପାଣି ମଡ଼ାଉଥିଲେ। ଏତିକି ବେଳେ କୌଣସି କାରଣରୁ ମୋଟରରେ କରେଣ୍ଟ୍‌ ଆସିଥିଲା। ଫଳରେ ମୋଟର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ଆମପାଣି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ଅବସ୍ଥା ଅନୁଧ୍ୟାନ କରିବା ସହ ମୃତଦେହ ଜବତ କରିଛି ଓ ଘଟଣାର ତଦନ୍ତ ଜାରି ରଖିଛି। ୨ ଚାଷୀଙ୍କ ଦୁଃଖଦ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

The post ଜମିରେ ପାଣି ମଡ଼ାଉଥିଲେ ଶଳା-ଭିଣୋଇ, ଶଟ୍‌ସର୍କିଟ୍‌ରେ ଚାଲିଗଲା ଦୁହିଁଙ୍କ ଜୀବନ appeared first on Dharitri Odia News.