କଶ୍ମୀର ମହିଳାଙ୍କ ସହ ସେଲ୍‌ଫି ନେଲେ ପ୍ରଧାନମନ୍ତ୍ରୀ ମୋଦି

ଶ୍ରୀନଗର,୨୧।୬: ଆଜି ସାରା ଦେଶରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀନଗରର ଶେର-ଇ-କଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଯୋଗ ଅଧିବେଶନର ନେତୃତ୍ୱ ନେଇଥିଲେ। ସେ ଯାଇ ଡାଲ ହ୍ରଦ କୂଳରେ ଯୋଗ କରୁଥିବା ଲୋକଙ୍କୁ ଭେଟିଥିଲେ। ସେ କଶ୍ମୀର ମହିଳାଙ୍କୁ ଭେଟି ସେଲଫି ନେଉଥିବାର ମଧ୍ୟ ନଜର ଆସିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଜମ୍ମୁ କଶ୍ମୀର ହେଉଛି ଯୋଗ ଅଭ୍ୟାସର ଦେଶ। ଯୋଗର ଯାତ୍ରା […] The post କଶ୍ମୀର ମହିଳାଙ୍କ ସହ ସେଲ୍‌ଫି ନେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

କଶ୍ମୀର ମହିଳାଙ୍କ ସହ ସେଲ୍‌ଫି ନେଲେ ପ୍ରଧାନମନ୍ତ୍ରୀ ମୋଦି

ଶ୍ରୀନଗର,୨୧।୬: ଆଜି ସାରା ଦେଶରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀନଗରର ଶେର-ଇ-କଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଯୋଗ ଅଧିବେଶନର ନେତୃତ୍ୱ ନେଇଥିଲେ। ସେ ଯାଇ ଡାଲ ହ୍ରଦ କୂଳରେ ଯୋଗ କରୁଥିବା ଲୋକଙ୍କୁ ଭେଟିଥିଲେ। ସେ କଶ୍ମୀର ମହିଳାଙ୍କୁ ଭେଟି ସେଲଫି ନେଉଥିବାର ମଧ୍ୟ ନଜର ଆସିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଜମ୍ମୁ କଶ୍ମୀର ହେଉଛି ଯୋଗ ଅଭ୍ୟାସର ଦେଶ। ଯୋଗର ଯାତ୍ରା କ୍ରମାଗତ ଭାବରେ ଜାରି ରହିଛି। ଯୋଗ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି। ବିଶ୍ୱ ନେତାମାନେ ଯୋଗ ବିଷୟରେ କହୁଛନ୍ତି। ଯୋଗ ଉପରେ ବର୍ତ୍ତମାନ ଗବେଷଣା କରାଯାଉଛି। ଯୋଗ ପର୍ଯ୍ୟଟନର ଏକ ନୂଆ ଧାରା ଆରମ୍ଭ ହୋଇଛି।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଚଳିତ ବର୍ଷ ଫ୍ରାନ୍ସର ୧୦୧ ବର୍ଷ ବୟସ୍କା ମହିଳା ଯୋଗ ଶିକ୍ଷକଙ୍କୁ ଭାରତରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ସେ କେବେ ମଧ୍ୟ ଭାରତ ଆସିନାହାଁନ୍ତି, କିନ୍ତୁ ସେ ଯୋଗର ପ୍ରଚାର ପାଇଁ ନିଜର ସମଗ୍ର ଜୀବନକୁ ଉତ୍ସର୍ଗ କରିଛନ୍ତି। ଆଜି ସାରା ବିଶ୍ୱରେ ଯୋଗ କରୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯୋଗ ପ୍ରତି ଆକର୍ଷିତ ହେଉଛି।
କଶ୍ମୀରରୁ ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଦଶ ବର୍ଷ ପୂର୍ବେ ମୁଁ ମିଳିତ ଜାତିସଂଘରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲି। ଭାରତର ପ୍ରସ୍ତାବକୁ ୧୭୭ଦେଶ ସମର୍ଥନ କରିଥିଲେ, ଯାହା ଏକ ରେକର୍ଡ।

The post କଶ୍ମୀର ମହିଳାଙ୍କ ସହ ସେଲ୍‌ଫି ନେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.