କଶ୍ମୀରରେ ତୁଷାରପାତ: ବିମାନ, ଟ୍ରେନ୍ ପରିବହନ ବାଧାପ୍ରାପ୍ତ
ନୂଆଦିଲ୍ଲୀ,୨୮ା୧୨: ଜମ୍ମୁ-କଶ୍ମୀରରେ ଚଳିତ ଋତୁର ସର୍ବାଧିକ ତୁଷାରପାତ ଯୋଗୁ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଶନିବାର ବିମାନ, ଟ୍ରେନ୍ ସମେତ ସଡ଼କ ପରିବହନ ବାଧାପ୍ରାପ୍ତ ହେବା ସହ ବିଦ୍ୟୁତ ଓ ଜଳଯୋଗାଣରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଉତ୍ତର ଭାରତରେ ପ୍ରବଳ ଥଣ୍ଡା ସାଙ୍ଗକୁ ବର୍ଷା ଯୋଗୁ ତାପମାତ୍ରା ବହୁତ ତଳକୁ ଖସିଯାଇଛି। ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ପଞ୍ଜାବ ଓ ହରିୟାଣାରେ ଗତ ରାତିରୁ ବର୍ଷା ଲାଗିରହିଥିବା ବେଳେ ରାଜସ୍ଥାନରେ କ୍ରମାଗତ ଦୁଇଦିନ ହେଲା ବର୍ଷା ହେଉଛି। ଦିଲ୍ଲୀରେ […] The post କଶ୍ମୀରରେ ତୁଷାରପାତ: ବିମାନ, ଟ୍ରେନ୍ ପରିବହନ ବାଧାପ୍ରାପ୍ତ appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୧୨: ଜମ୍ମୁ-କଶ୍ମୀରରେ ଚଳିତ ଋତୁର ସର୍ବାଧିକ ତୁଷାରପାତ ଯୋଗୁ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଶନିବାର ବିମାନ, ଟ୍ରେନ୍ ସମେତ ସଡ଼କ ପରିବହନ ବାଧାପ୍ରାପ୍ତ ହେବା ସହ ବିଦ୍ୟୁତ ଓ ଜଳଯୋଗାଣରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଉତ୍ତର ଭାରତରେ ପ୍ରବଳ ଥଣ୍ଡା ସାଙ୍ଗକୁ ବର୍ଷା ଯୋଗୁ ତାପମାତ୍ରା ବହୁତ ତଳକୁ ଖସିଯାଇଛି। ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ପଞ୍ଜାବ ଓ ହରିୟାଣାରେ ଗତ ରାତିରୁ ବର୍ଷା ଲାଗିରହିଥିବା ବେଳେ ରାଜସ୍ଥାନରେ କ୍ରମାଗତ ଦୁଇଦିନ ହେଲା ବର୍ଷା ହେଉଛି। ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୪୧.୨ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି।
ଦକ୍ଷିଣ କଶ୍ମୀରରେ ପ୍ରବଳ ତୁଷାରପାତ ହୋଇଥିବା ବେଳେ କେନ୍ଦ୍ରୀୟ କଶ୍ମୀର ସମତଳ ଅଞ୍ଚଳ ଏବଂ ଉତ୍ତର କାଶ୍ମୀରରେ ମଧ୍ୟମ ତୁଷାର ପଡ଼ିଥିବା ଜଣେ ଅଧିକାରୀ କହିଛନ୍ତି। ତୁଷାରପାତ ଯୋଗୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। ବନିହାଲ-ବାରମୁଲ୍ଲା ସେକ୍ସନରେ ଟ୍ରେନ୍ ସେବା ବନ୍ଦ ରହିଥିବାବେଳେ ଶ୍ରୀନଗରରୁ ବିମାନସେବା ପ୍ରଭାବିତ ହୋଇଛି। ତୁଷାରପାତ ଯୋଗୁ ଅନେକ ଗାଡ଼ି ରାସ୍ତାରେ ଅଟକି ରହିଥିବା ବେଳେ ଲୋକେ ଗାଡ଼ି ଭିତରେ ରାତି ବିତାଇଛନ୍ତି। ତୁଷାରଝଡ଼ରେ ଫସିଥିବା ପଞ୍ଜାବର ପର୍ଯ୍ୟଟକମାନଙ୍କୁ ଆଶ୍ରୟ ଦେବା ପାଇଁ ଶ୍ରୀନଗର-ସନ୍ମାର୍ଗ ରାଜପଥର ଗୁଣ୍ଡ୍ଠାରେ ସ୍ଥାନୀୟ ଲୋକେ ଘର ଓ ମସ୍ଜିଦ ଖୋଲା ରଖିଛନ୍ତି।
The post କଶ୍ମୀରରେ ତୁଷାରପାତ: ବିମାନ, ଟ୍ରେନ୍ ପରିବହନ ବାଧାପ୍ରାପ୍ତ appeared first on Dharitri Odia News.